fbpx

ଭାରତରେ ଲଞ୍ଚ ହେବ ଇଲେକ୍ଟିକ୍ ଟ୍ରାକ୍ଟର ଏବଂ ଟ୍ରକ୍, ନିତିନ ଗଡକରୀଙ୍କ ଘୋଷଣା

ଭାରତରେ ଖୁବଶୀଘ୍ର ଲଞ୍ଚ ହେବ ଇଲେକ୍ଟ୍ରିକ ଟ୍ରାକ୍ଟର ଏବଂ ଟ୍ରକ୍ । କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଘୋଷଣା କରିଛନ୍ତି ଯେ ସ୍କୁଟର ଏବଂ କାର ପରେ ଭାରତରେ ଏବେ ଖୁବଶୀଘ୍ର ଇଲେକ୍ଟ୍ରିକ ଟ୍ରାକ୍ଟର ଏବଂ ଟ୍ରକ୍ ଲଞ୍ଚ ହେବ ।

ମହାରାଷ୍ଟ୍ରର ପୁଣେରେ ଏକ କାର୍ଯ୍ୟକ୍ରମକୁ ସମ୍ବୋନ୍ଧିତ କରିବା ଅବସରରେ ଏନେଇ ସେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ସରକାର ବିକଳ୍ପ ଇନ୍ଧନ ଏବଂ ଇଲେକ୍ଟ୍ରିକ୍ ବାହନକୁ ବ୍ୟବହାର ପାଇଁ ବଡ଼ ମାତ୍ରରେ ପ୍ରୋତ୍ସାହିତ କରୁଛନ୍ତି । ସେ କହିଛନ୍ତି ଯେ ଭବିଷ୍ୟତରେ ଇଲେକ୍ଟ୍ରିକ, ଇଥାନଲ ଏବଂ ମିଥାନଲ ଭଳି ବିକଳ୍ପ ଇନ୍ଧନ ହିଁ ଭବିଷ୍ୟ ।

ନିତିନ ଗଡକରୀ ଆହୁରି କହିଛନ୍ତି ଯେ ନିର୍ମାଣ ଉପକରଣରେ ମଧ୍ୟ ଇଥାନଲ ସାମିଲ କରିବା ପାଇଁ ଚେଷ୍ଟା କରାଯାଉଛି । ଏହି ଅବସରରେ ସେ କହିଛନ୍ତି ଯେ ୩ ବର୍ଷ ପୂର୍ବେ ଇଲେକ୍ଟ୍ରିକ ଗାଡ଼ିକୁ ନେଇ ପ୍ରଶ୍ନ ଉଠିଥିଲା । କିନ୍ତୁ ଏବେ ଏହାର ଚାହିଦା ବୃଦ୍ଧି ପାଇଛି । ମନ୍ତ୍ରୀ ଆହୁରି କହିଛନ୍ତି ଯେ ବର୍ତ୍ତମାନ ସମୟରେ ଅଟୋମୋବାଇଲ ସେକ୍ଟରର ପ୍ରାୟ କାରବାର ୬.୫ ଲକ୍ଷ କୋଟି ଟଙ୍କା ରହିଛି ଯାହା ୨୦୨୫ ବେଳକୁ ବଢ଼ି ୧୫ ଲକ୍ଷ କୋଟି ଟଙ୍କା ହେବ ।

ସୂଚନାଯୋଗ୍ୟ, ଅଟୋମୋବାଇଲ ସେକ୍ଟର ୪.୫ କୋଟିରୁ ଅଧିକ ଲୋକଙ୍କୁ ରୋଜଗାର ଦେଇଛି । ଏହି ସେକ୍ଟରରୁ ସବୁଠୁ ଅଧିକ ଜିଏସଟି ମଧ୍ୟ ମିଳୁଛି । ରପ୍ତାନୀ କ୍ଷେତ୍ରରେ ମଧ୍ୟ ଅଟୋମୋବାଇଲର ଭାଗିଦାରୀ ବଢ଼ିଛି ।

Get real time updates directly on you device, subscribe now.