fbpx

ଆନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେବେ ୧୧ ଖେଳାଳି ! ଭାରତୀୟ ଦଳରେ ଲେଉଟାଣିକୁ ନେଇ ସମ୍ଭାବନା କମ୍

ନୂଆଦିଲ୍ଲୀ: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍ ଶିଖର ଧୱନ ଶନିବାର କ୍ରିକେଟ ଜଗତରୁ ଅବସର ନେଇଛନ୍ତି । ଟିମ୍ ଇଣ୍ଡିଆରେ ‘ଗବର’ ନାମରେ ପରିଚିତ ଧୱନ ଆନ୍ତର୍ଜାତୀୟ ତଥା ଘରୋଇ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ତାଙ୍କ କ୍ରିକେଟ କ୍ୟାରିୟରରେ ମୋଟ୍ ୩୪ଟି ଟେଷ୍ଟ, ୧୬୭ଟି ଦିନିକିଆ ଏବଂ ୬୮ ଟି-୨୦ ମ୍ୟାଚ୍ ଖେଳିଛନ୍ତି । ଏହା ବ୍ୟତୀତ ଆଇପିଏଲର ବିଭିନ୍ନ ଦଳ ତରଫରୁ ମୋଟ ୨୨୨ଟି ମ୍ୟାଚ୍ ଖେଳିଛନ୍ତି । ଧୱନ କ୍ରିକେଟର ୩ଟି ଫର୍ମାଟରେ ଭାରତୀୟ ଦଳର ପ୍ରତିନିଧିତ୍ୱ କରିଥିଲେ । ହ୍ୱାଇଟ୍ ବଲରେ ତାଙ୍କର ରେକର୍ଡ଼ ବହୁତ ଭଲ ଥିଲା । ବର୍ତ୍ତମାନ ଧୱନଙ୍କ ରିଟୟମେଣ୍ଟ ପରେ ଅନେକ ଭାରତୀୟ କ୍ରିକେଟର ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ନେଇ ଚର୍ଚ୍ଚା ହେଉଛି ।

ଭାରତୀୟ କ୍ରିକେଟରେ ଏହି ଖେଳାଳିଙ୍କୁ ଅଧିକ ସୁଯୋଗ ମିଳିନି ଏବଂ ଭବିଷ୍ୟତରେ ଏହାର ସମ୍ଭାବନା ମଧ୍ୟ କମ୍ ରହିଛି । କ୍ରିକେଟରେ ଯୁବ ଖେଳାଳିଙ୍କୁ ପ୍ରାଧାନ୍ୟ ଦିଆଯିବା ନେଇ ଏହି ଖେଳାଳିଙ୍କ ପାଇଁ ଜାତୀୟ ଟିମରେ ଲେଉଟାଣି କରିବା କଷ୍ଟକର ହୋଇପଡ଼ିଛି । ତେବେ ଆସନ୍ତୁ ଜାଣିବା ଏହି ତାଲିକାରେ କେଉଁ ଚମ୍ପିଆନ ଖେଳାଳି ସାମିଲ ଅଛନ୍ତି ଯେଉଁମାନେ ୨୦୧୧ କ୍ରିକେଟ ବିଶ୍ୱକପରେ ଅଂଶଗ୍ରହଣ କରିଥିଲେ ।

୧. ପୀୟୁଷ ଚାୱଲା: ୨୩ ବର୍ଷୀୟ ପୀୟୁଷ ଚାୱଲା ଜଣେ ଡାହାଣହାତୀ ସ୍ପିନର । ସେ ଭାରତ ପାଇଁ ୩ଟି ଟେଷ୍ଟ, ୨୫ ଦିନିକିଆ ଏବଂ ୭ ଟି-୨୦ ମ୍ୟାଚ୍ ଖେଳିଛନ୍ତି । ସେ ୭ଟି ଟେଷ୍ଟ, ୩୨ଟି ଦିନିକିଆ ଏବଂ ୪ ଟି-୨୦ ୱିକେଟ୍ ନେଇଛନ୍ତି । ସେ ଆଇପିଏଲ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରତିନିଧିତ୍ୱ କରିଥିଲେ । ୨୦୧୨ ଡିସେମ୍ବରରେ ସେ ଶେଷ ଥର ଭାରତ ପାଇଁ ଖେଳୁଥିବାର ନଜର ଆସିଥିଲେ ।

୨. ରିଦ୍ଧିମାନ ସାହା: ଟେଷ୍ଟ କ୍ରିକେଟରୁ ମହେନ୍ଦ୍ର ସିଂହ ଧୋନୀଙ୍କ ଅବସର ପରେ ରିଦ୍ଧିମାନଙ୍କୁ ୱିକେଟରକ୍ଷକ ଭାବରେ ସୁଯୋଗ ମିଳିଥିଲା । ଏହା ପରେ ତାଙ୍କ କ୍ୟାରିୟର ପତନ ଆଡ଼କୁ ଗତି କରିଥିଲା । ସେ ୪୦ଟି ଟେଷ୍ଟ ଏବଂ ୯ଟି ଦିନିକିଆ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । କେ.ଏସ ଭରତ, ଇଶନ କିଶନ, ଧ୍ରୁବ ଜୁରେଲ ଏବଂ ଋଷଭ ପନ୍ତଙ୍କ ପାଇଁ ଟିମରେ ତାଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ୩୯ ବର୍ଷୀୟ ରିଦ୍ଧିମାନଙ୍କ ରାସ୍ତା ବନ୍ଦ ହୋଇଯାଇଛି । ଶେଷ ଥର ପାଇଁ ୨୦୨୧ ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ସେ ଟେଷ୍ଟ ମ୍ୟାଚ୍ ଖେଳିଥିଲେ ।
୩. ଇଶାନ୍ତ ଶର୍ମା: ଦିନେ ଭାରତୀୟ କ୍ରିକେଟ ଟିମର ପ୍ରମୁଖ ଖେଳାଳି ଥିଲେ ଇଶାନ୍ତ ଶର୍ମା । ସେ ଭାରତ ପାଇଁ ୧୦୫ଟି ଟେଷ୍ଟ, ୮୦ ଦିନିକିଆ ଏବଂ ୧୪ ଟି-୨୦ ମ୍ୟାଚ୍ ଖେଳିଛନ୍ତି । ଟେଷ୍ଟ ମ୍ୟାଚରେ ୩୧୧, ଦିନିକିଆ ଆନ୍ତର୍ଜାତୀୟରେ ୧୧୫ ଏବଂ ଟି-୨୦ ଆନ୍ତର୍ଜାତୀୟରେ ୮ଟି ୱିକେଟ ନେଇଛନ୍ତି । ୨୦୨୧ ନଭେମ୍ବରରେ ତାଙ୍କୁ ଶେଷ ଥର ପାଇଁ ନ୍ୟୁଜିଲାଣ୍ଡ ବିପକ୍ଷ ଶେଷ ଟେଷ୍ଟ ମ୍ୟାଚରେ ଦେଖିବାକୁ ମିଳିଥିଲା । ୩୫ ବର୍ଷୀୟ ଇଶାନ୍ତ ଶର୍ମାଙ୍କ କ୍ୟାରିୟର ଧିରେ ଧିରେ ଧୀମା ହୋଇଗଲାଣି । ୩୫ ବର୍ଷୀୟ ଇଶାନ୍ତଙ୍କ ଲେଉଟାଣିକୁ ନେଇ ଆଶା ରହିଛି କାରଣ ବର୍ତ୍ତମାନ ଭାରତୀୟ ଟିମରେ ଯୁବ ଦୃତ ବୋଲରଙ୍କୁ ସୁଯୋଗ ଦେଉଛି ।

୪. ଅମିତ ମିଶ୍ର: ଡାହାଣହାତୀ ଲେଗବ୍ରେକ୍ ବୋଲର ଅମିତ ମିଶ୍ରା ଅଧିକାରିକ ଭାବେ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିନାହାଁନ୍ତି । ୨୦୧୭ରେ ସେ ଶେଷ ଥର ପାଇଁ ଭାରତୀୟ ଟିମର ପ୍ରତିନିଧିତ୍ୱ କରିଥିଲେ । ସେତେବେଳେ ସେ ଇଂଲଣ୍ଡ ବିପକ୍ଷ ଟି-୨୦ ମ୍ୟାଚ୍ ଖେଳିଥିଲେ । ୪୧ ବର୍ଷୀୟ ଅମିତ ୨୨ଟି ଟେଷ୍ଟ, ୩୬ଟି ଦିନିକିଆ ଏବଂ ୧୦ ଟି-୨୦ ମ୍ୟାଚ୍ ଖେଳିଥିଲେ । କ୍ରିକେଟ କ୍ୟାରିୟରରେ ସେ ମୋଟ୍ ୧୫୬ ୱିକେଟ ନେଇଛନ୍ତି । ଆଇପିଏଲ୍ ୨୦୨୪ରେ ସେ ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ ପାଇଁ ଖେଳିଥିଲେ ।

୫. କରୁଣ ନାୟର: ପୂର୍ବତନ କ୍ରିକେଟର ବିରେନ୍ଦ୍ର ଶେହୱାଗଙ୍କ ବ୍ୟତୀତ କରୁଣ ନାୟର ଭାରତୀୟ ଟେଷ୍ଟ କ୍ରିକେଟରେ ଟ୍ରିପଲ ସେଞ୍ଚୁରି କରିଛନ୍ତି । ଏହା ସତ୍ତ୍ୱେ ୩୧ ବର୍ଷୀୟ କରୁଣଙ୍କ ପାଇଁ କ୍ୟାରିୟର ଗ୍ରାଫରେ ପତନ ଦେଖାଦେଇଥିଲା । ୨୦୧୭ରେ ସେ ଶେଷ ମ୍ୟାଚ୍ ଖେଳିଥିଲେ । ବର୍ତ୍ତମାନ ସେ ଘରୋଇ କ୍ରିକେଟ ବି କମ୍ ଖେଳୁଛନ୍ତି । ଏମିତିରେ ଭାରତୀୟ ଟିମରେ ତାଙ୍କ ପ୍ରତ୍ୟାବର୍ତ୍ତନର ଚାନ୍ସ ବହୁତ କମ୍ । ସେ ଭାରତ ପାଇଁ ୬ଟି ଟେଷ୍ଟ ଏବଂ ୨ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି ।
୬. ମନୀଷ ପାଣ୍ଡେ: ମିଡିଲ ଅର୍ଡ଼ର ବ୍ୟାଟ୍ସମ୍ୟାନ୍ ମନୀଷ ପାଣ୍ଡେ ଭାରତ ପାଇଁ ୨୯ ଟେଷ୍ଟ ଏବଂ ୩୯ ଟି-୨୦ ମ୍ୟାଚ୍ ଖେଳିଛନ୍ତି । ସେ ମୋଟ୍ ଦିନିକିଆ ଆନ୍ତର୍ଜାତୀୟରେ ୫୬୬ ଏବଂ ଟି-୨୦ରେ ୭୦୯ ରନ୍ କରିଛନ୍ତି । ୩୪ ବର୍ଷୀୟ ମନୀଷ ୨୦୨୧ ଜୁଲାଇରେ ଶେଷ ମ୍ୟାଚ୍ ଖେଳିଥିଲେ ।

୭. ଋଷି ଧୱନ୍‌: ହିମାଚଳ ପ୍ରଦେଶର ଅଲରାଉଣ୍ଡର ଋଷି ଧୱନ ଆନ୍ତର୍ଜାତୀୟ ସ୍ତରରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି । ସେ ଭାରତ ପାଇଁ ୩ଟି ଦିନିକିଆ ଏବଂ ଗୋଟିଏ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । ଏହି ସମୟରେ ସେ ଦିନିକିଆ ଏବଂ ଆନ୍ତର୍ଜାତୀୟରେ ୧-୧ ୱିକେଟ ନେଇଥିଲେ । ୩୪ ବର୍ଷୀୟ ଋଷି ଜୁନ୍ ୨୦୧୬ରେ ଶେଷ ମ୍ୟାଚ୍ ଖେଳିଥିଲେ ।

୮. ମୋହିତ ଶର୍ମା: ଡାହାଣହାତୀ ଦୃତ ବୋଲର ମୋହିତ ଶର୍ମା ନିଜ କ୍ୟାରିୟରରେ ଭାରତୀୟ ଟିମ୍ ପାଇଁ ୨୬ ଦିନିକିଆ ଏବଂ ୮ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । ଦିନିକିଆ ଫର୍ମାଟରେ ସେ ମୋଟ୍ ୩୧ ୱିକେଟ ନେଇଛନ୍ତି । ୩୫ ବର୍ଷୀୟ ମୋହିତ ୨୦୧୫ରେ ଶେଷ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ । ବର୍ତ୍ତମାନ ଭାରତୀୟ ଟିମରେ ସାମିଲ ହେବା ତାଙ୍କ ପାଇଁ କଷ୍ଟକର । ଆଇପିଏଲରେ ସେ ଗୁଜରାଟ ଟାଇଟନ୍ସ ପାଇଁ ଖେଳିଥିଲେ ।

୯. ଉମେଶ ଯାଦବ: ଡାହାଣହାତୀ ଦୃତ ବୋଲର ଉମେଶ ଯାଦବ କିଛି ମାସରୁ ଭାରତୀୟ ଟିମ୍ ଠାରୁ ଦୁରେଇ ରହିଛନ୍ତି । ୩୬ ବର୍ଷୀ ଉମେଶ ଭାରତ ପାଇଁ ୫୭ ଟେଷ୍ଟ, ୭୫ ଦିନିକିଆ ଏବଂ ୯ ଟି-୨୦ ମ୍ୟାଚ୍ ଖେଳିଛନ୍ତି । ଟେଷ୍ଟ ମ୍ୟାଚରେ ସେ ୩୦.୯୫ ଆଭରେଜରେ ୧୭୦ ୱିକେଟ ନେଇଛନ୍ତି । ଏହା ବ୍ୟତୀତ ସେ ଦିନିକିଆ ଆନ୍ତର୍ଜାତୀୟରେ ୧୦୬ ଏବଂ ଟି-୨୦ ଆନ୍ତର୍ଜାତୀୟରେ ୧୨ଟି ୱିକେଟ ନେଇଛନ୍ତି ।

୧୦. ଭୁବନେଶ୍ୱର କୁମାର: ଦୃତ ବୋଲର ଭୁବନେଶ୍ୱର କୁମାର ପ୍ରାୟ ୨ ବର୍ଷରୁ ଅନ୍ତର୍ଜାତୀୟ କ୍ରିକେଟରୁ ଦୂରେଇ ଅଛନ୍ତି । ନଭେମ୍ବର ୨୦୨୨ରେ ସେ ଭାରତ ପାଇଁ ଶେଷ ମ୍ୟାଚ୍ ଖେଳିଥିଲେ । ୩୪ ବର୍ଷୀୟ ଭୁବନେଶ୍ୱର କୁମାର ୨୧ ଟେଷକଟ, ୧୨୧ ଦିନିକିଆ ଏବଂ ୮୭ ଟି-୨୦ ମ୍ୟାଚ୍ ଖେଳିଛନ୍ତି । ଏହି ସମୟରେ ସେ ମୋଟ୍ ୨୯୪ ୱିକେଟ ନେଇଛନ୍ତି । ତେବେ ଯୁବ ବୋଲରଙ୍କ ସହ ତାଙ୍କୁ ସୁଯୋଗ ମିଳିବା ଆଶା କମ୍ ରହିଛି ।

୧୧. ଜୟନ୍ତ ଯାଦବ: ଡାହାଣହାତୀ ସ୍ପିନର ଜୟନ୍ତ ଯାଦବ ଭାରତ ପାଇଁ ୬ ଟେଷ୍ଟ ଏବଂ ୨ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି । ସେ ଟେଷ୍ଟ କ୍ରିକେଟରେ ୧୬ ୱିକେଟ ସହ ୨୪୮ ରନ୍ କରିଛନ୍ତି ଏବଂ ଦିନିକିଆ ଆନ୍ତର୍ଜାତୀୟରେ ୨ଟି ୱିକେଟ ନେଇଛନ୍ତି । ୩୪ ବର୍ଷୀୟ ଜୟନ୍ତ ମାର୍ଚ୍ଚ ୨୦୨୨ରେ ଶେଷ ମ୍ୟାଚ୍ ଖେଳିଥିଲେ ।

Get real time updates directly on you device, subscribe now.