fbpx

କର୍ମଚାରୀଙ୍କର ବସ୍ ଙ୍କୁ ଜବାବ, ଆପଣ ତ ଠିକ୍ ସମୟରେ ଅଫିସ୍ ଆସୁନାହାନ୍ତି ମୁଁ କାହିଁକି ଆସିବି

Advertisement

ଜୟପୁର:ସରକାରୀ ବିଭାଗର ତଳସ୍ତରର କର୍ମଚାରୀଙ୍କୁ ଯଦି ବଡ ଅଫିସର କାରଣ ଦର୍ଶାଅ ନୋଟିସ୍ ଦିଅନ୍ତି ତେବେ କର୍ମଚାରୀଙ୍କୁ ଏହାର ଜବାବ ରଖିବା ଭାରି ପଡିଯାଏ । କିନ୍ତୁ ଜୟପୁର ଡିସକମ୍ କୋଟାରେ ଏହାର ଓଲଟା ଘଟଣା ସମାନାକୁ ଆସିଛି । ଏଠାରେ ଜଣେ ଜୋନାଲ୍ ଚିଫ୍ ଇଂଜିନିୟର ନିଜ ଅଧୀନସ୍ଥ ଇଣ୍ଟରନାଲ୍ ଅଡିଟ୍ ୱିଙ୍ଗ ରେ କମର୍ସିଆଲ୍ ଆସିଷ୍ଟାଣ୍ଡଙ୍କୁ କାରଣ ଦର୍ଶାଅ ନୋଟିସ୍ ଦେଇ ତାହାର ଉତ୍ତର ଯାହା ପାଇଥିଲେ ସେଥିରେ ତାଙ୍କର ହୋସ୍ ଉଡିଯାଇଥିଲା ।

ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ନୋଟିସ୍ ଅନୁଯାୟୀ , କୋଟାର ଜୋନାଲ୍ ଚିଫ୍ ଇଂଜିନିୟର ଜି.ଏସ୍.ଭୈରବା ଗତ ୧୪ ଜୁଲାଇରେ ଜୋନାଲ୍ ଆକାଉଣ୍ଟ ଅଫିସ୍ କାର୍ଯ୍ୟାଳୟରେ ସକାଳ ୯ଟା ୪୫ମିନିଟ୍ରେ ନୀରିକ୍ଷଣ ଲାଗି ପହଞ୍ଚିଥିଲେ । ଏହି ସମୟରେ ସେ ଦେଖିଲେ କମର୍ସିଆଲ୍ ଆସିଷ୍ଟାଣ୍ଡ ଅଜିତ ସିଂହଙ୍କର କାର୍ଯ୍ୟାଳୟର ଉପସ୍ଥାପନ ଖାତାରେ ଦସ୍ତଖତ ନ ଥିଲା । ଅର୍ଥାତ୍ ସେହିଦିନ ସେ ଅଫିସ୍ ଆସି ନ ଥିଲେ । ଏହାପରେ ଅଫିସର ଜି.ଏସ୍ ଭୈରବା ଅଜିତ ସିଂହଙ୍କୁ କାରଣ ଦର୍ଶାଅ ନୋଟିସ୍ ପଠାଇଥିଲେ । ତେବେ ଏହି ନୋଟିସ୍ ପାଇବା ପରେ ଅଜିତ ସିଂହ ନୋଟିସର ଠିକ୍ ତଳେ ପେନ୍ ରେ ଲେଖିଦେଲେ, ଆପଣ ତ ନିଜେ କେବେ ବି ଠିକ୍ ସମୟରେ ଅଫିସ୍ ଆସୁନାହାନ୍ତି, ଏହି କାରଣରୁ ମୁଁ ମଧ୍ୟ ଠିକ୍ ସମୟରେ ଅଫିସ୍ ଯାଉନାହିଁ ।
କର୍ମଚାରୀଙ୍କ ଏହିପରି ଜବାବ ତୁରନ୍ତୁ ଡିସକମ୍ର ଡ୍ୱାଟସଆପ୍ ଗ୍ରୁପ୍ ରେ ଭାଇରାଲ୍ ହୋଇଗଲା ।

ଏ ସଂପର୍କରେ ଅଜିତ ସିଂହ କହିଛନ୍ତି ମୁଁ ମୋ ହିସାବରେ ଉଚିତ ଜବାବ ଦେଇଛି । ତେବେ ସେହି ଦିନ ନୋଟିସ୍ କେବଳ ଅଜିତଙ୍କୁ ଦିଆଯାଇ ନ ଥିଲା ବହୁ କର୍ମଚାରୀଙ୍କୁ ଦିଆଯାଇଥିଲା । କିନ୍ତୁ ଏପରି ଜବାବ କାହାଠାରୁ ମିଳି ନ ଥଇଲା । ଅଜିତ ଙ୍କ ଏପରି ଜବାବକୁ ନେଇ ଏବେ ଡିସକମ୍ କାର୍ଯ୍ୟାଳୟ ଠାରୁ ଜୟପୁର ମୁଖ୍ୟାଳୟ ପର୍ଯ୍ୟନ୍ତ ସବୁଠି ଚର୍ଚ୍ଚା ଜାରି ରହିଛି ।

Get real time updates directly on you device, subscribe now.