fbpx

EPFO ଖାତାଧାରୀଙ୍କ ପାଇଁ ଖୁସି ଖବର: ଗ୍ରାହକଙ୍କ ଜମାର ୨୦ ପ୍ରତିଶତ ଶେୟାର ନିବେଶ ହେବ ନାହିଁ

ନୂଆଦିଲ୍ଲୀ: କର୍ମଚାରୀଙ୍କ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ପକ୍ଷରୁ ଶେୟାର ନିବେଶ ସୀମା ବୃଦ୍ଧି ନେଇ କୌଣସି ବିଚାର କରାଯାଇ ନାହିଁ । କର୍ମଚାରୀଙ୍କ ପ୍ରତିନିଧିଙ୍କ ତରଫରୁ ଏନେଇ ବିଚାର ବିମର୍ଶ କରିବାକୁ ଦାବି କରାଯାଇଥିଲା । ଶେୟାର ନିବେଶ ସୀମା ୧୫ ପ୍ରତିଶତରୁ ୨୦ ପ୍ରତିଶତକୁ ବୃଦ୍ଧି ନେଇ ବିଚାର କରାଯାଇ ନାହିଁ । ଗତ ଦୁଇଦିନ ଧରି ଅନୁଷ୍ଠିତ ହୋଇଥିବା କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ବୈଠକରୁ ଏହି ସୂଚନା ମିଳିଛି ।

ଏନେଇ ଇପିଏଫଓ ପକ୍ଷରୁ କୁହାଯାଇଛି, ଚଳିତ ସପ୍ତାହରେ ଆରମ୍ଭ ହୋଇଥିବା ବୈଠକରେ କର୍ମଚାରୀଙ୍କ ପ୍ରତିନିଧିମାନେ ଏହି ପ୍ରସ୍ତାବକୁ ବିରୋଧ କରିଥିଲେ । ଇପିଏଫର ନିବେଶ ନିୟମରେ ସଂଶୋଧନ ପୂର୍ବରୁ ଶେୟାର ବଜାରର ଅସ୍ଥିରତା ଉପରେ ଦୃଷ୍ଟି ଦେବାକୁ କୁହାଯାଇଥିଲା ।

ତେବେ ସବୁ ଦିଗକୁ ଦୃଷ୍ଟିରେ ରଖି ଟ୍ରଷ୍ଟ ବୋର୍ଡ ବୈଠକରେ ଶେୟାର ନିବେଶ ବୃଦ୍ଧି ପ୍ରସ୍ତାବକୁ ପ୍ରତ୍ୟାହାର କରି ନିଆଯାଇଥିଲା । ଶେୟାର ସମ୍ବନ୍ଧୀୟ ଯୋଜନାରେ ନିବେଶ ପାଣ୍ଠିରେ ଆବଣ୍ଟନ ପାଇଁ ୧୫ରୁ ୨୦ ପ୍ରତିଶତକୁ ବଢ଼ାଇବାକୁ ପ୍ରସ୍ତାବ ରହିଥିଲା । ବର୍ତ୍ତମାନ ଇପିଏଫ ନିବେଶ ଯୋଗ୍ୟ ଜମାର ପାଞ୍ଚରୁ ୧୫ ପ୍ରତିଶତ ପର୍ଯ୍ୟନ୍ତ ଶେୟାରରେ ନିବେଶ କରିପାରିବ ।

ଏହି ସୀମାକୁ ସଂଶୋଧିତ କରି ୨୦ ପ୍ରତିଶତ କରିବା ପାଇଁ ବିତ୍ତ ଲେଖା ଓ ନିବେଶ ସମିତି ପକ୍ଷରୁ ଅନୁମୋଦନ କରାଯାଇଥିଲା । ଏହି ସୁପାରିଶ ଉପରେ ଇପିଏଫଓର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ଅନୁମୋଦନ କରିବାର ଥିଲା । ମାତ୍ର ବିରୋଧ କାରଣରୁ ତାହା କରାଯାଇ ନଥିଲା ।

Get real time updates directly on you device, subscribe now.