ଗାନ୍ଧୀନଗର: ଗୁଜୁରାଟ ଅହମଦାବାଦରେ ଦୁର୍ଘଟଣାଗ୍ରସ୍ତ ଏୟାର ଇଣ୍ଡିଆ ବିମାନରେ ସବାର ଥିଲେ ଗୁଜୁରାଟ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ। ଏ ନେଇ ବଡ଼ ସୂଚନା ପ୍ରକାଶ ପାଇଛି ।
ସେ ପରିବର ସହ ଥିଲେ କିମ୍ବା ଏକୁଟିଆ ଯାତ୍ରା କରୁଥିଲେ ତାହା ସ୍ପଷ୍ଟ ହୋଇ ନାହିଁ ।
ଏୟାର ଇଣ୍ଡିଆ ବିମାନ-୧୭୧ ଅହମଦାବାଦରୁ ଲଣ୍ଡନ ଯାଉଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି ।
ସର୍ଦ୍ଦାର ବଲ୍ଲବଭାଇ ପଟେଲ ଇଣ୍ଟରନ୍ୟାଶନାଲ ଏୟାର ପୋର୍ଟରେ ଏ ଘଟଣା ଘଟିଥିବାବେଳେ ଉଦ୍ଧାର କାର୍ଯ୍ୟ ସାଙ୍ଗକୁ ଅଗ୍ନିାବ ବାହୀନି ଦ୍ୱାରା ନିଆଁ ଲିଭା କାର୍ଯ୍ୟ ଚାଲିଛି ।
ଏ ଦୁର୍ଘଟଣା ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ଭାଇ ପଟେଲଙ୍କ ସହ ଫୋନରେ କଥା ହୋଇଛନ୍ତି । ପରିସ୍ଥିତି ପଚାରି ବୁଝିବା ସହ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ପଚାରି ବୁଝିଛନ୍ତି ଶାହା ।