fbpx

ମନ୍ତ୍ରୀଙ୍କ ନାଁରେ ଫେକ୍ ଆଇଡି, ସୋସିଆଲ ମିଡିଆରେ ଏପରି କହିଲେ ସମୀର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଠକେଇର ମାଧ୍ୟମ ପାଲଟିଛି ସୋସିଆଲ୍ ମିଡିଆ । କିଛି ଠକ ପୋଲିସ ଓ ରାଜନେତାଙ୍କ ନାଁରେ ଫେକ୍ ଆକାଉଣ୍ଟ ଖୋଲି ଟଙ୍କା ମାଗୁଛନ୍ତି । ସୋସିଆଲ୍ ମିଡିଆ ଫେସବୁକରେ ଏଭଳି ମାଳ ମାଳ ଆକାଉଣ୍ଟ ରହିଛି । ଏହାରି ମଧ୍ୟରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ନାଁରେ ମଧ୍ୟ ଫେକ୍ ଆକାଉଣ୍ଟ ଖୋଲାଯାଇଥିବା ଦେଖିବାକୁ ମିଳିଛି । ଏହାର ସୂଚନା ଖୋଦ୍ ମନ୍ତ୍ରୀ ଟ୍ୱିଟର ଓ ଫେସବୁକ ମାଧ୍ୟମରେ ଦେଇଛନ୍ତି ।

ସୋସିଆଲ ମିଡିଆରେ ମନ୍ତ୍ରୀ ନିଜ ଆକାଉଣ୍ଟରେ ରିଅଲ ଆଇଡି ଓ ଫେକ୍ ଆଇଡିର ଫଟୋ ପୋଷ୍ଟ କରିଛନ୍ତି । ଏହା ସହ କହିଛନ୍ତି ଯେ, ‘ କେହି ଜଣେ ଦୁର୍ବୁତ୍ତ ମୋ ନାମରେ ଫେକ୍ ଆଇଡି ଖୋଲି Friend Request ପଠାଇବା ସହିତ ଟଙ୍କା ମାଗିବାର ଖବର ମୋ ପାଖକୁ ଆସୁଛି । ଦୟାକରି ଏଥିରୁ ଦୂରେଇ ରୁହନ୍ତୁ ।’

https://m.facebook.com/story.php?story_fbid=2903806216502832&id=100006204454708

 

Get real time updates directly on you device, subscribe now.