ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ନକଲି ଡାକ୍ତର ଗିରଫ, ୭ଦିନ ଡାକ୍ତର ବେଶରେ ୱାର୍ଡ ବୁଲୁଥିଲେ ହେଲେ ଔଷଧ ଲେଖୁ ନ ଥିଲେ
ପୁରୀ: ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ନକଲି ଡାକ୍ତର ଗିରଫ । ଆପ୍ରୋନ ପିନ୍ଧି ଷ୍ଟେଥୋ ପକାଇ ୭ ଦିନ ହେଲା ୱାର୍ଡ ବୁଲୁଥିଲେ । ୱାର୍ଡରେ ରୋଗୀଙ୍କୁ ଦେଖୁଥିଲେ କିନ୍ତୁ ଔଷଧ ଲେଖୁ ନ ଥିଲେ ।
ଅଭିଯୁକ୍ତର ବୟସ କମ୍ ହୋଇଥିବାରୁ ପ୍ରଥମେ ସନ୍ଦେହ କରିଥିଳେ ନର୍ସିଂ ଷ୍ଟାଫ୍ । ନର୍ସିଂ ଷ୍ଟାଫଙ୍କ ଅଭିଯୋଗ ପରେ ହିଁ ନକଲି ଡାକ୍ତରଙ୍କୁ ଗିରଫ କଲା ମେଡିକାଲ ଫାଣ୍ଡି ।
ଗିରଫ ନକଲି ଡାକ୍ତର ପୁରୀସ୍ଥିତ ଏସସିଏସ୍ କଲେଜର ଯୁକ୍ତ ୨ ବିଜ୍ଞାନ ଛାତ୍ର ହୋଇଥିବା ଜଣାପଡ଼ିଛି ।
ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରୁ ସମାନ ଘଟଣା ସାମ୍ନାକୁ ଆସିଥିଲା । ରୋଗୀ ମୃତ୍ୟୁ ନେଇ ଅଭିଯୋଗ ଆଣିଥିଲେ ପରିବାର ଲୋକେ । ଏହି ଘଟଣାରେ ପୋଲିସ ସମ୍ପୃକ୍ତ ନକଲି ଡାକ୍ତରଙ୍କୁ ଗିରଫ କରିଥିଲା ।
ନକଲି ଡାକ୍ତରଙ୍କ ଠାରୁ ବିଭିନ୍ନ ପ୍ରକାର ଔଷଧ ଏବଂ ସାଲାଇନ ଜବତ ହୋଇଥିଲା । ମୃତକ ଜଣକ ଥିଲେ ଲାଠୋର ଥାନା ଅଞ୍ଚଳର ଶ୍ରୀମତ କଟା । ଅସ୍ଥାୟୀ କ୍ଲିନିକ ଖୋଲି ଚିକିତ୍ସା କରୁଥିଲେ ନକଲି ଡାକ୍ତର ।