fbpx

ମଙ୍ଗଳବାର ବ୍ରତ କରିଲେ ମିଳିଥାଏ ଶୁଭ ଫଳ : ବଜରଙ୍ଗବାଲୀ ଦୂର କରନ୍ତି ଜୀବନର ସମସ୍ତ କଷ୍ଟ

Advertisement

ଭୁବନେଶ୍ୱର : ଆଜି ମଙ୍ଗଳବାର ଭଦ୍ରପଦ କୃଷ୍ଣପକ୍ଷର ଷଷ୍ଠୀ ତିଥି ଅଟେ । ବାଣିଜ୍ୟ କରଣ, ବ୍ୟାଘାତ ଯୋଗ, ଭରଣୀ ନକ୍ଷତ୍ର, ଉତ୍ତର ଦିଗରେ ଅଛନ୍ତି । ଏହି ଦିନ ବଜରଙ୍ଗବାଲିଙ୍କ ପୂଜାପାଠ ଏବଂ ରୀତିନୀତି ଅନୁଯାୟୀ ଉପବଉସ କରାଯାଏ । ଭଦ୍ରାପଦ ମାସର ଷଷ୍ଠୀ ତିଥିକୁ ହାଲ ଷଷ୍ଠୀ ବା ହର ଷଠ ବ୍ରତ ରଖାଯାଏ ।

ଶ୍ରୀକୃଷ୍ଣଙ୍କ ଭାଇ ବଳରାମ ଆଜି ଜନ୍ମ ହୋଇଥିଲେ, ତେଣୁ ଏହାକୁ ବଳରାମ ଜୟନ୍ତୀ ବୋଲି ମଧ୍ୟ କୁହାଯାଏ । ମାଆମାନେ ପିଲାଙ୍କର ଦୀର୍ଘ ଜୀବନ, ସୁସ୍ଥ ଜୀବନ ଓ ସୁଖ ଏବଂ ସମୃଦ୍ଧି ପାଇଁ ଏହି ଉପବାସ ରଖନ୍ତି । ବିଶ୍ୱାସ କରାଯାଏ ଯେ ଏହି ଉପବାସ କରିବା ଦ୍ୱାରା ପିଲାମାନେ ସବୁ ଅସୁବିଧାରୁ ମୁକ୍ତି ପାଆନ୍ତି । ଏହି ଦିନ ଯେଉଁ ମାନେ ପୂଜା କରନ୍ତି, ସେମାନେ ପୂଜାପାଠ ସ୍ଥାନରେ ପ୍ରଥମେ ହନୁମାନଙ୍କର ମୂର୍ତ୍ତୀ ସ୍ଥାପନ କରନ୍ତୁ । ହନୁମାନଙ୍କର ମୂର୍ତ୍ତୀ ସହ ଶ୍ରୀରାମ ଏବଂ ମାଆ ସୀତାଙ୍କର ମଧ୍ୟ ମୂର୍ତ୍ତୀ ସ୍ଥାପନା କରିବା ଜରୁରୀ । ଏହାପରେ ଦୀପ, ଧୂପ ଜଳାଇ ଲାଲ ଫୁଲ, ସିନ୍ଦୁର ଏବଂ ବସ୍ତ୍ର ଚଢାନ୍ତୁ । ଏହା କରିବା ପରେ ସୁନ୍ଦରକାଣ୍ଡର ପାଠ କରନ୍ତୁ । ସୁନ୍ଦରକାଣ୍ଡ ପାଠ ସରିବା ପରେ ଠାକୁରଙ୍କୁ ଆଳତୀ କରନ୍ତୁ ଏବଂ ଭୋଗ ଚଢାନ୍ତୁ । ଏହାପରେ ହନୁମାନ ଚାଳିଶା ପାଠ କରନ୍ତୁ ।

ହନୁମାନ ଚାଳିଶା ପାଠ କରିବା ଦ୍ୱାରା ବଜରଙ୍ଗବାଲି ସମସ୍ତ ସଙ୍କଟ ହରଣ କରିଥାନ୍ତି । ମଙ୍ଗଳବାର ଦିନ ଉପବାସ ରଖିବା ଦ୍ୱାରା ସବୁ ବେଳେ ହନୁମାନଙ୍କ ଆଶୀର୍ବାଦ ଆପଣଙ୍କ ସହିତ ରହିଥାଏ । କୁଣ୍ଡଳୀରେ ଯଦି ମଙ୍ଗଳ ଗ୍ରହ ଦୁର୍ବଳ ଅଛି, ତେବେ ତାହା ଶକ୍ତିଶାଳୀ ହୋଇଯିବ ।

Get real time updates directly on you device, subscribe now.