ରାକ୍ଷସ ବାପା ପାଇଁ ଅଲୋଡ଼ା ଶିଶୁ : ମାତ୍ର ୧୪ ଦିନର ଝିଅର ଗଳା କାଟି ଅଳିଆ ଗଦାରେ ଫିଙ୍ଗିଦେଲା ବାପା
ଝିଅକୁ ବୁଲେଇବାକୁ ଆଣି ତଣ୍ଟି କାଟି ମାରିଦେଲା ବାପା । ସ୍ତ୍ରୀ ନେଲା ଥାନାର ସାହାଯ୍ୟ ।
ହାଇଦ୍ରାବାଦ: ହାଇଦ୍ରାବାଦ ଗୋଲକୋଣ୍ଡା ପୋଲିସ ଷ୍ଟେଶନ୍ ଅନ୍ତର୍ଗତ ଅଳିଆ ଗଦାରୁ ମିଳିଛି ଶିଶୁ କନ୍ୟାର ମୃତଦେହ ।
ଘଟଣା ନେଇ ପିଲାର ମା’ ଥାନାରେ ଅଭିଯୋଗ କରିଛନ୍ତି । ପ୍ରସାରିତ ଖବର ମୁତାବକ, ଅଭିଯୁକ୍ତ ଜଗତର ଘର ନେପାଳରେ । ସେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟକରନ୍ତି ।
ଗତକାଲି ବିଳମ୍ବିତ ରାତି ୨ଟାବେଳେ ଜଗଥ ନିଜ ୧୪ ଦିନର ଝିଅକୁ ମାରି ହତ୍ୟା କରିଥିବା ପୋଲିସ କହିଛି । ନିକଟରେ ଥିବା ଏକ ଆପାର୍ଟମେଣ୍ଟରେ ଜଗଥ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରୁଥିଲା ।
ପାଖାପାଖି ବର୍ଷେ ହେବ ଜଗଥ ଏହି କାମ କରିଆସୁଛି । ଝିଅକୁ ବୁଲେଇବା ବାହାନାରେ ଘରୁ ବାହାରକୁ ଆଣି ତା’ ଗଳା କାଟି ମାରିଦେଇଥିବା ନବଜାତର ମା’ ଅଭିଯୋଗ କରିଛନ୍ତି ।
ଅଭିଯୋଗ ଆଧାରରେ ପୋଲିସ ଜଗଥଙ୍କୁ ଅଟକ ରଖିବା ସହ ପଚରା ଉଚରା ଜାରି ରଖିଛି । ବର୍ତ୍ତମାନ ସୁଦ୍ଧା ଜଗଥ କେଉଁ କାରଣ ପାଇଁ ଝିଅକୁ ହତ୍ୟା କଲେ ସେ କଥା ସ୍ପଷ୍ଟ କରି ନାହାନ୍ତି ।