ପ୍ରଥମ ପତ୍ନୀ ସହିତ ହେଲା ଝଗଡା; ୪ ବର୍ଷର ପୁଅକୁ କଚାଡି ମାରିଲା ଜହ୍ଲାଦ
ନୂଆଦିଲ୍ଲୀ: ରାଗ ବ୍ରହ୍ମଚଣ୍ଡାଳ । ଏପରି କହୁଥିବା ସମସ୍ତେ ଶୁଣିଥିବେ ମାତ୍ର ଏମିତି ଏକ ଘଟଣା ଦେଖିବାକୁ ମିଳିଛି ସାନପାଡା ଷ୍ଟେସନରେ । ଷ୍ଟେସନରେ ଥିବା ସମୟରେ ପତ୍ନୀ ସହିତ ଝଗଡା କାରଣରୁ ନିଜର ୪ ବର୍ଷର ପୁଅକୁ କଚାଡି ମାରି ଦେଇଛି । ମୁମ୍ବାଇ ସ୍ଥିତ ସାନପାଡା ଷ୍ଟେସନରେ ଏହି ଘଟଣା ଘଟିଥିବା ବେଳେ ଆରୋପୀକୁ ଗିରଫ କରି ନେଇଛି ରେଲୱେ ପୋଲିସ । ପ୍ରଥମ ପତ୍ନୀ ସହିତ ବିବାହ ବିଚ୍ଛେଦ ଘଟିଥିବା ବେଳେ ଏହି ବ୍ୟକ୍ତି ଜଣକ ଦ୍ୱିତୀୟ ବିବାହ କରିଛନ୍ତି ।
ପ୍ରଥମ ପତ୍ନୀଙ୍କ ସନ୍ତାନକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ବିଭିନ୍ନ ସମୟରେ ଝଗଡା ହେଉଥିବା ବେଳେ ଷ୍ଟେସନରେ ଏହା ଉଗ୍ର ରୂପ ଧାରଣ କରିଥିଲା । ଝଗଡା ପରେ ପ୍ରଥମ ପତ୍ନୀର ପୁଅକୁ ପ୍ଲାଟଫର୍ମରେ କଚାଡି ହତ୍ୟା କରିଥିଲା ଏହି ରାକ୍ଷସ । ଦ୍ୱିତୀୟ ବିବାହ ପରେ ଶିଶୁପୁତ୍ରକୁ ନିଜ ନିକଟରେ ରଖିଥିଲା ଅଭିଯୁକ୍ତ ସକଲ ସିଂ ପୱାର । ପୱାର ନିଜର ଶିଶୁ ପୁତ୍ର ଦ୍ୱାରା ଭିକ ମଗାଉଥିବାରୁ ଏହାକୁ ବିରୋଧ କରୁଥିଲା ମା’ । ଝଗଡା ପରେ ଶିଶୁଟିକୁ ପ୍ଲାଟଫର୍ମରୁ ତଳକୁ ଫିଙ୍ଗି ଦେଇଥିଲା ବାପା । ଧାରା ୩୦୨ଅନୁଯାୟୀ ମାମଲା ରୁଜୁ କରିଛି ପୋଲିସ୍ ।