fbpx

ରାଜ୍ୟର ୪ଜିଲ୍ଲା ଓ ରାଉରକେଲା ଆଜିଠାରୁ ଲକଡାଉନ: ଏହି ସମୟରେ କଣ ଖୋଲିବ ଓ ବନ୍ଦ ରହିବ ଜାଣନ୍ତୁ

ଭୁବନେଶ୍ୱର, ୧୭ା୭(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସ୍ଥିତି ଓ ମୁକାବିଲା ନେଇ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ଗତକାଲି ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଥିଲେ । ଆଜି ରାତି ୯ଟାରୁ ଜୁଲାଇ ୩୧ ମଧ୍ୟରାତ୍ରି ଯାଏଁ ୪ ଜିଲ୍ଳା ଓ ରାଉରକେଲା ଲକଡାଉନ ରହିବ । ୪ଜିଲ୍ଲା ହେଉଛି ଗଞ୍ଜାମ, ଖୋର୍ଦ୍ଧା, ଯାଜପୁର , କଟକ । ଲକଡାଉନ ସମୟରେ ସମସ୍ତ ନିୟମ କଡ଼ାକଡ଼ି ଭାବେ ପାଳନ କରାଯିବ । ତେବେ ଏହି ଲକ ଡାଉନ ସମୟରେ କଣ ଖୋଲିବ ଓ ବନ୍ଦ ରହିବ ଆସନ୍ତୁ ଜାଣିବା ।

ଲକଡାଉନ ସମୟରେ ଗ୍ରୋସରି, ପରିବା ଓ କ୍ଷୀର ଦୋକାନ ଖୋଲା ରହିବ । କିନ୍ତୁ ନିର୍ଦ୍ଧିଷ୍ଟ ସମୟ ପାଇଁ ଖୋଲା ରହିବ । ସକାଳ ୬ଟାରୁ ଦିନ ୧ଟା ଯାଏଁ ଏହି ଦୋକାନ ଖୋଲା ରହିବ । ପୂର୍ବ ପରି ଅଣ୍ଡା, ମାଛ ଓ ମାଂସର ହୋମ ଡ଼େଲିଭରି ହୋଇପାରିବ । ପ୍ରତିରକ୍ଷା, କେନ୍ଦ୍ରୀୟ ଫୋର୍ସ, ଟ୍ରେଜେରୀ, ପୋଷ୍ଟାଲ ସେବା, ଟେଲିକମ ସେବା, ଆଇଏମଡ଼ି, ଏନଆଇସି, ଜିଏସଟି, ଗଣମାଧ୍ୟମ, ଜଳ ଯୋଗାଣ, ଅଗ୍ନିଶମ, ବିଜୁଳି ଯୋଗାଣ ସେବା ଆଦି ଅଫିସ ଖୋଲା ରହିବ । ଅନ୍ୟ ସମସ୍ତ ଅଫିସ, ଦୋକାନ, ବଜାର, ବାଣିଜ୍ୟକ ପ୍ରତିଷ୍ଠାନ , ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ଔଷଧ ଦୋକାନ ଖୋଲିବା ଉପରେ କୌଣସି କଟକଣା ନାହିଁ ।

Get real time updates directly on you device, subscribe now.