fbpx

ଅମାନିଆ କଟକ, କଟକଣା ସତ୍ୱେ ଚାଲିଛି ବାଣ ବିକ୍ରି

କଟକ,୭ ।୧୧(ଓଡିଶା ଭାସ୍କର): କରୋନା ମହାମାରୀ ପାଇଁ ଚଳିତବର୍ଷ ରାଜ୍ୟରେ ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ନଭେମ୍ବର ୧୦ରୁ ୩୦ ପର୍ଯ୍ୟନ୍ତ ବାଣ ବିକ୍ରି ଓ ଫୁଟାଇବା ମନା ହୋଇଛି । ବାଣ ଉପରେ ସ୍ୱତନ୍ତ୍ର ରିଲିଫ କମିଶନର କଟକଣା ଲାଗୁ କରିଥିବା ବେଳେ କଟକରେ ବାଣ ପ୍ରସ୍ତୁତି ଓ ବିକ୍ରି ଜାରି ରହିଛି । ଖାନନଗର ଅଞ୍ଚଳରେ ଚଢାଉ କରି ବିପୁଳ ପରିମାଣରେ ବାଣ ଜବତ କରିଛି ପୋଲିସ । ବାଣ ପ୍ରସ୍ତୁତି ଓ ବିକ୍ରି ଅଭିଯୋଗରେ ପୋଲିସ ଜଣକୁ ବାନ୍ଧି ନେଇଛି ।

ଏହା ପୂର୍ବରୁ ପାଲଲହଡା ମୁଖ୍ୟ ବଜାରରେ ଖୋଲାଥିବା ୨ଟି ବାଣ ଦୋକାନକୁ ପୋଲିସ ସିଲ୍ କରିଥିଲା । ବାରଣ ସତ୍ୱେ ଦୋକାନ ଖୋଲିବାକୁ ୨ ଦୋକାନୀଙ୍କ ଠାରୁ ୨୦ ହଜାର ଟଙ୍କା ଫାଇନ୍ ଆଦାୟ ହୋଇଥିଲା ।

Get real time updates directly on you device, subscribe now.