fbpx

ଅଯୋଧ୍ୟା ରାମ ମନ୍ଦିରରେ ଲାଗିଲା ସୁନାର କବାଟ, ସାମ୍ନାକୁ ଆସିଲା ଏହାର ପ୍ରଥମ ଫଟୋ

Advertisement

ନୂଆଦିଲ୍ଲୀ: ଜାନୁୟାରୀ ୨୨ ରେ ଅଯୋଧ୍ୟା ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି। ଏହି ସମୟରେ ମଙ୍ଗଳବାର ଦିନ ଭଗବାନ ଶ୍ରୀ ରାମ ମନ୍ଦିରରେ ପ୍ରଥମ ସୁନା କବାଟ ଲଗାଯାଇଛି। ଆଗାମୀ ତିନି ଦିନ ମଧ୍ୟରେ ଆହୁରି ୧୩ ଟି ସୁବର୍ଣ୍ଣ କବାଟ ଲଗାଯିବ ବୋଲି କୁହାଯାଉଛି।

ରାମ ମନ୍ଦିରର ପ୍ରଥମ ଦ୍ୱାରରେ ଆସିଥିବା ଫଟୋରେ ଦେଖାଯାଇଛି ଯେ, ଦ୍ୱାରର ମଧ୍ୟଭାଗରେ ଦୁଇଟି ହାତୀର ଚିତ୍ର ଅଛି। ଯେଉଁମାନେ ସ୍ୱାଗତ ମନୋଭାବରେ ଅଛନ୍ତି। ଏହାର ଉପର ଭାଗରେ ଏକ ପ୍ରାସାଦ ପରି ଆକୃତି ଅଛି ଯେଉଁଥିରେ ଦୁଇ ସେବକ ହାତ ବାନ୍ଧି ଠିଆ ହୋଇଛନ୍ତି। କବାଟ ତଳେ ଥିବା ଚାରିଟି ବର୍ଗରେ ସୁନ୍ଦର ଚିତ୍ରକଳା ଅଛି ଯାହା ଚିତ୍ତାକର୍ଷକ।

ଅଯୋଧ୍ୟାରେ ତିନି ମହଲା ବିଶିଷ୍ଟ ରାମ ମନ୍ଦିରର ନିର୍ମାଣ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଶେଷ ହେବ । ମନ୍ଦିର ନିର୍ମାଣ ସମିତିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ରଙ୍କ ଅନୁ୍‌ଯାୟୀ, ବିସ୍ତୃତ ଭାବେ ପ୍ରସାରିତ ହୋଇଥିବା ମନ୍ଦିର ପରିସରରେ ଅନ୍ୟାନ୍ୟ ଢାଞ୍ଚା ମଧ୍ୟ ରହିବ । ମିଶ୍ର କହିଛନ୍ତି ଯେ, ଆମେ ସମସ୍ତେ ଭଗବାନ ରାମଙ୍କ ପାଇଁ କର୍ତ୍ତବ୍ୟ ତୁଲାଉଛୁ । ଅଯୋଧ୍ୟାରେ ୨୨ ଜାନୁଆରୀ ଦିନ ମନ୍ଦିରର ଉଦଘାଟନ ପାଇଁ ପସ୍ତୁତି ଚାଲିଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଥିରେ ସାମିଲ ଅଛନ୍ତି । ଶ୍ରୀ ରାମ ଜନ୍ମ ତୀର୍ଥ ଉଦଘାଟନୀ ପାଇଁ ୭୦୦୦ ହଜାରରୁ ଅଧିକ ଲୋକଙ୍କୁ ନିମନ୍ତ୍ରଣ କରାଯାଇଛି ।

Get real time updates directly on you device, subscribe now.