fbpx

(Video) ପ୍ରଥମ ଥର ସାମ୍ନାକୁ ଆସିଲା ସୁଡ଼ଙ୍ଗ ଭିତରର ଦୃଶ୍ୟ: ୧୦ ଦିନ ହେଲା ମୃତ୍ୟୁ ସହ ଲଢ଼ୁଛନ୍ତି ୪୧ ଜଣ ଶ୍ରମିକ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଉତ୍ତରକାଶୀର ସୁଡ଼ଙ୍ଗ ଭିତରେ ୧୦ ଦିନ ହେଲା ଫଶି ରହିଛନ୍ତି ୪୧ ଜଣ ଶ୍ରମିକ । ସେହି ଶ୍ରମିକଙ୍କ ମଧ୍ୟରେ ୪ ଜଣ ଓଡ଼ିଆ ମଧ୍ୟ ରହିଥିବା କୁହାଯାଉଛି । ତେବେ ଏହା ମଧ୍ୟରେ ପ୍ରଥମ ଥର ପାଉଁ ସୁଡ଼ଙ୍ଗ ଭିତରର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି । ଅଧିକାରୀମାନେ ୱାକି ଟକି ଜରିଆରେ ଶ୍ରମିକଙ୍କ ସହିତ କଥାବାର୍ତ୍ତା କରିଥିବା ବେଳେ ପ୍ରଥମ ଥର ପାଇଁ ସେମାନଙ୍କ ନିକଟକୁ ଡାଲ, ଖେଚୁଡ଼ି ପଠାଯାଇଛି ।

ଉତ୍ତରକାଶୀର ସୁଡ଼ଙ୍ଗରେ ଫଶି ରହିଥିବା ୪୧ ଜଣ ଶ୍ରମିକଙ୍କ ଉଦ୍ଧାର ପାଇଁ ୧୦ ଧରି ରେସକ୍ୟୁ ଅପରେସନ ଜାରି ରହିଛି । ଏହା ମଧ୍ୟରେ ଅନେକ ବାଧା ଉପୁଜିଥିବା ଦେଖାଦେଇଛି । ତେବେ ଅନେକ ପରିଶ୍ରମ ପରେ ଶେଷରେ ୨୦ ତାରିଖରେ ଏକ ବଡ଼ ସଫଳତା ମିଳିଥିଲା । ପ୍ରଥମ ଥର ଶ୍ରମିକଙ୍କ ନିକଟକୁ ଡାଲି, ଖେଚୁଡ଼ି ପଠାଯାଇଥିଲା । ୬ ଇଞ୍ଚ ଓସାରର ଏକ ପାଇପ ମାଧ୍ୟମରେ ବୋତଲରେ ଖାଦ୍ୟ ଭର୍ତ୍ତି କରି ଶ୍ରମିକଙ୍କୁ ନିକଟକୁ ପଠାଯାଇଥିଲା । ଏହା ମଧ୍ୟରେ ପ୍ରଥମ ଥର ସୁଡ଼ଙ୍ଗ ଭିତରର ଭିଡିଓ ସାମ୍ନାକୁ ଆସିଛି ।

ଶ୍ରମିକ ଓ ସୁଡ଼ଙ୍ଗ ଭିତରର ସ୍ଥିତି ବିଷୟରେ ଜାଣିବା ପାଇଁ ପାଇପରେ କ୍ୟାମେରା ଖଞ୍ଜି ସୁଡ଼ଙ୍ଗକୁ ପଠାଯାଇଥିଲା । ଉକ୍ତ କ୍ୟାମେରାରେ ସୁଡ଼ଙ୍ଗ ଭିତରର ଦୃଶ୍ୟ ରେକର୍ଡ ହୋଇଥିଲା । ଏହି ଅବସରରେ ଅଧିକାରୀମାନେ ୱାକି ଟକି ଜରିଆରେ ଶ୍ରମିକଙ୍କ ସହିତ କଥାବାର୍ତ୍ତା କରିଥିଲେ । ୧୦ ଦିନ ଧରି ଶ୍ରମିକମାନେ କିପରି ଅବସ୍ଥାରେ ସୁଡ଼ଙ୍ଗ ଭିତରେ ରହିଛନ୍ତି ତାହା ଏବେ ସାମ୍ନାକୁ ଆସିଛି । ସୁଡ଼ଙ୍ଗ ଭିତରେ ଫଶିଥିବା ଲୋକଙ୍କ ନିକଟକୁ ଖାଦ୍ୟ, ମୋବାଇଲ ଓ ଚାର୍ଜର ପଠାଇବା ସହିତ ଭିତରେ ୱାଇଫାଇ ସଂଯୋଗ କରିବାକୁ ମଧ୍ୟ ପ୍ରୟାସ କରଯାଉଥିବା ରେସକ୍ୟୁ ସହ ଜଡ଼ିତ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

Get real time updates directly on you device, subscribe now.