fbpx

ବଡ଼ ଖୁସି ଖବର: ୫ ହଜାର ହାଇଟେକ ଜମାକାରୀଙ୍କୁ ଫେରାଯିବ ୪୦ କୋଟି ଅର୍ଥ, ସମସ୍ତ ଜିଲ୍ଲାପାଳ ଓ ତହସିଲଦାରଙ୍କୁ ରାଜ୍ୟ ସରକାରଙ୍କ ଚିଠି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ହାଇଟେକ ଗ୍ର୍ରୁପର ଜମାକାରୀଙ୍କୁ ଫେରସ୍ତ କରାଯିବ ସେମାନଙ୍କର ଜର୍ମ ଅର୍ଥ । ଦୀର୍ଘ ବର୍ଷ ପରେ ଜମାକାରୀଙ୍କୁ ମିଳିବାକୁ ଯାଉଛି ଏକ ଖୁସି ଖବର । ଏନେଇ ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ସମସ୍ତ ତହସିଲଦାରଙ୍କୁ ରାଜ୍ୟ ସରକାର ପକ୍ଷରୁ ଏନେଇ ଚିଠି ଲେଖାଯାଇଛି । ଯେଉଁ ଜମାକାରୀମାନେ ଟଙ୍କା ଜମା କରିଥିବାର ରସିଦ୍ ତହସିଲଦାରଙ୍କ ନିକଟରେ ଦାଖଲ କରିବେ ସେମାନଙ୍କୁ ଜମା ଅର୍ଥ ଫେରସ୍ତ କରାଯିବ ବୋଲି ଜଣାପଡ଼ିଛି ।

ତେବେ ପାଖାପାଖି ୫ ହଜାର ଜମାକାରୀଙ୍କୁ ପାଖାପାଖି ୪୦ କୋଟି ଟଙ୍କା ଫେରସ୍ତ କରାଯିବ । ଦୀର୍ଘଦିନରୁ ନିଜର ଜମା ଅର୍ଥ ନପାଇ ହାଇଟେକ ଗ୍ରୁପର ଜମାକାରୀମାନେ ଚିନ୍ତିତ ଅବସ୍ଥାରେ ରହିଛନ୍ତି । ଜମାକାରୀମାନେ ଅର୍ଥ ଜମା କରିବା ପରେ ବି ସେମାନଙ୍କୁ ଜମି ଦିଆଯାଇନଥିଲା କି ଟଙ୍କା ବି ଫେରସ୍ତ କରାଯାଇ ନଥିଲା । ଏହି ଘଟଣାରେ ହାଇଟେକ ଗ୍ରୁପର ମୁଖ୍ୟ ତିରୁପତି ପାଣିଗ୍ରାହୀଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ପରବର୍ତ୍ତୀ ସମୟରେ ତାଙ୍କୁ ସୁପ୍ରିମକୋର୍ଟରୁ ଜାମିନ ମିଳିଯାଇଥିଲା ।

ତେବେ ଏଥିପାଇଁ ଶ୍ରୀ ପାଣିଗ୍ରାହୀଙ୍କୁ ୬୩ କୋଟି ଟଙ୍କା ଜମା କରିବାକୁ ପଡ଼ିଥିଲା । ହାଇଟେକ ଗ୍ରୁପର ସମ୍ପତ୍ତି ଜବତ କରଯାଇ ତାହାକୁ ନିଲାମ କରାଯିବା ପରେ ସେଥିରୁ ଉପଲବ୍ଧ ଅର୍ଥ ଜମାକାରୀଙ୍କ ମଧ୍ୟରେ ବଣ୍ଟନ ନେଇ ନିଷ୍ପତ୍ତି ହୋଇଥିଲା । ଏନେଇ ରାଜ୍ୟ ସରକାର ହାଇଟେକ ଜମାକରୀଙ୍କୁ ଠାରୁ ଅନଲାଇନରେ ଆବେଦନ ପତ୍ର ଆହ୍ୱାନ କରିଥିଲେ । ତେବେ ଅନଲାଇନରେ ମୋଟ ୫ ହଜାର ୫୭୫ ଜଣ ଜମାକାରୀ ଆବେଦନ କରିବା ସହିତ ସେମାନଙ୍କର ରେକର୍ଡପତ୍ର ତହସିଲଦାରଙ୍କ ନିକଟରେ ଯାଞ୍ଚ କରାଯାଇଥିଲା । ତହସିଲଦାରଙ୍କ ରିପୋର୍ଟ ଆସିବା ପରେ ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ପୁଣି ପ୍ରତ୍ୟେକ ଜିଲ୍ଲାପାଳ ଓ ତହସିଲଦାରଙ୍କୁ ଚିଠି ଲେଖାଯାଇଛି ।

Get real time updates directly on you device, subscribe now.