fbpx

G.O.A.T ସେଲ ର ଘୋଷଣା କଲା ଫ୍ଲିପକାର୍ଟ, iPhone 15 ଏବଂ ସ୍ମାର୍ଟଫୋନ ଟିଭି ଉପରେ ମିଳିବ ୮୦% ପର୍ଯ୍ୟନ୍ତ ରିହାତି

ନୂଆଦିଲ୍ଲୀ: ଫ୍ଲିପକାର୍ଟ ନିଜ ଦମଦାର G.O.A.T ସେଲର ଆନାଉନ୍ସମେଣ୍ଟ କରିସାରିଛି, ଯାହାର ଅର୍ଥ ଗ୍ରେଟେଷ୍ଟ ଅଫ ଅଲ ଟାଇମ । ଏହି ସେଲ ମସୟରେ ଗ୍ରାହକଙ୍କୁ ସ୍ମାର୍ଟଫୋନ, ଲ୍ୟାପଟପ, ମୋବାଇଲ ଆସେସରୀଜ ଏବଂ ହୋମ ଅପ୍ଲାଏୟସେସ ଉପରେ ଡିଲ୍ସ ଏବଂ ଅଫର୍ସ ମିଳିବ ।

ଫ୍ଲିପକାର୍ଟର G.O.A.T ସେଲ ସହ ବର୍ଷର ସବୁଠାରୁ ଭଲ ଡିଲ୍ସ ପାଇବା ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ । ଏହି ସେଲରେ ଆପଣଙ୍କୁ iPhone 15 ଠାରୁ ନେଇ ସ୍ମାର୍ଟ ଟିଭି ପର୍ଯ୍ୟନ୍ତ ୮୦% ପର୍ଯ୍ୟନ୍ତ ଭଲ ରିହାତି ମିଳିବ । ଆପଣ ଗ୍ୟାଜେଟକୁ ଅପଗ୍ରେଡ କରିବାକୁ ଯଦି ଚାହୁଁଛନ୍ତି କିମ୍ବା ଘର ପାଇଁ କିଛି ନୂଆ ଜିନିଷ କିଣିବାକୁ ଚାହୁଁଛନ୍ତି ତେବେ ଏହା ହେଉଛି ଭଲ ସୁଯୋଗ ଏବଂ ଭଲ ଜିନିଷ ଶସ୍ତାରେ ଘରକୁ ଆଣନ୍ତୁ ।

ଏହି ସେଲରେ iPhone 15, Vivo, Redmi ଏବଂ OnePlus ଭଳି ବ୍ରାଣ୍ଡେଡ ସ୍ମାର୍ଟଫୋନ ଉପରେ ରିହାତି ମିଳିବ । ଏପର୍ଯ୍ୟନ୍ତ ଏହି ଡିଲ୍ସର ସମସ୍ତ ସୂଚନା ଦିଆଯାଇନାହିଁ । ହେଲେ ଏହା ନିଶ୍ଚିତ ଯେ, ଗ୍ରାହକମାନେ ଭଲ ରିହାତିର ପାଇଦା ଉଠାଇପାରିବେ । ଏଥିସହ ଲ୍ୟାପଟପ ଏବଂ ଅନ୍ୟ ଇଲେକ୍ଟ୍ରୋନିକ ଗ୍ୟାଜେଟ ଉପରେ ମଧ୍ୟ ରିହାତି ମିଳିବ ।

ଫ୍ଲିପକାର୍ଟର ଏହି ସେଲରେ ସ୍ମାର୍ଟ ଟିଭି ଏବଂ ହୋମ ଆପ୍ଲାଏନ୍ସରେ ମଧ୍ୟ ଭଲ ରିହାତି ମିଳିବ । କମ୍ପାନୀ କହିଛି ଯେ, ଟିଭି, ୱାସିଙ୍ଗ ମେସିନ, ଆରଓ, ପ୍ରିଣ୍ଟର, ମକ୍ଟଳର ଆଦି ଉପରେ ୮୦% ପର୍ଯ୍ୟନ୍ତର ଡିସକାଉଣ୍ଟ ମିଳିବ । ଏହା ସେହି ଲୋକମାନଙ୍କ ପାଇଁ ଭଲ ସୁଯୋଗ ଯିଏ ନିଜ ଘର ପାଇଁ ନୂଆ ଜିନିଷ କିଣିବାକୁ ଚାହୁଁଛନ୍ତି ।

ଏହି ସେଲରେ ଫ୍ଲିପକାର୍ଟ ନିଜ ଆପରେ କିଛି ନୂଆ ସେବାମାନ ଆରମ୍ଭ କରିଛି । ବର୍ତ୍ତମାନ ଗ୍ରାହକ ଫ୍ଲିପକାର୍ଟ ଆପରେ ମୋବାଇଲ ରିଚାର୍ଜ, ଫାଷ୍ଟଟ୍ୟାଗ ରିଚାର୍ଜ ଏବଂ ଡିଟିଏଚ ରିଚାର୍ଜ ଭଳି ଫ୍ୟାସିଲିଟିଜର ମଧ୍ୟ ଫାଇଦା ଉଠାଇ ପାରିବ । ଏହା ଗ୍ରାହକଙ୍କ ଜୀବନକୁ ଆହୁରି ସହଜ କରିଦେବ ।

Get real time updates directly on you device, subscribe now.