Breaking: ୪୮ ଘଣ୍ଟା ଘନ କୁହୁଡ଼ିରେ ଆଚ୍ଛାଦିତ ରହିବ ରାଜ୍ୟର ୯ ଜିଲ୍ଲା, ଆହୁରି ଜାଡ଼ ବଢ଼ିବା ନେଇ ପାଣିପାଗ କେନ୍ଦ୍ରର ସୂଚନା

ଗଞ୍ଜାମ, ଗଜପତି, ନୟାଗଡ଼ରେ କୁହୁଡ଼ି ନେଇ ଚେତାବନୀ ଜାରି । ତାପମାତ୍ରା ୨ରୁ ୩ ଡିଗ୍ରୀ ଆହୁରି ଖସିବା ନେଇ ସତର୍କ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ଭୁବନେଶ୍ୱର: ଆଗାମୀ ଦୁଇଦିନ ରାଜ୍ୟରେ କୁହୁଡ଼ି ହେବ । ଏ ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ୯ଟି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣ କୁହୁଡ଼ି ସମ୍ଭାବନା ଥିବା ସତର୍କ କରିଛି ବିଭାଗ ।

ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା, କଟକରେ କୁହୁଡ଼ି ଆଶଙ୍କା ରହିଛି । ଗଞ୍ଜାମ, ଗଜପତି, ନୟାଗଡ଼ରେ କୁହୁଡ଼ି ନେଇ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । କେନ୍ଦୁଝର ଓ ମୟୂରଭଞ୍ଜରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିବ ।

ରାଜ୍ୟରେ ଆସନ୍ତା ୨ ଦିନ କୁହୁଡ଼ି ସ୍ଥିତି ନେଇ ସତର୍କ କରିଛି ପାଣିପାଗ କେନ୍ଦ୍ର । ୨ ଦିନରେ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ।
୨ ଦିନରେ ସର୍ବନିମ୍ନ ତାପମାତ୍ରାରେ ବୃଦ୍ଧି ସମ୍ଭାବନା ରହିଥିବାବେଳେ ତାପମାତ୍ରା ୨ରୁ ୩ ଡିଗ୍ରୀ ଆହୁରି ଖସିବା ନେଇ ସତର୍କ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।