fbpx

Highway Driving ସମୟରେ ଏହି ୧୦ଟି ରୁଲ୍ ନିଶ୍ଚିତ ଫଲୋ କରନ୍ତୁ, ଭାରତରେ ପ୍ରତି ୪ ମିନିଟରେ ଜଣେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଛି

Advertisement

ନୂଆଦିଲ୍ଲୀ: ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରୀଙ୍କର ଗତକାଲି ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା । ତେବେ ଭାରତରେ ପ୍ରତ୍ୟେକ ଦିନ ସଡ଼କ ଦୁର୍ଘଟଣାରେ ୪୨୬ରୁ ଅଧିକ ଲୋକ ମୃତ୍ୟୁବରଣ କରୁଛନ୍ତି । ବିଶ୍ୱ ବ୍ୟାଙ୍କ ମୁତାବକ, ଭାରତରେ ପ୍ରତି ୪ ମିନିଟରେ ଜଣେ ସଡ଼କ ଦୁର୍ଘଟଣା କାରଣରୁ ମୃତ୍ୟୁବରଣ କରୁଛି । ତେଣୁ ରାଜପଥରେ ସଡ଼କ ଦୁର୍ଘଟଣାରୁ ବର୍ତ୍ତିବା ପାଇଁ କିଛି ଦିଗ ପ୍ରତି ଧ୍ୟାନ ଦେବା ଜରୁରୀ ।

୧- ଗାଡ଼ି ଚଳାଇବା ସମୟରେ ସର୍ବଦା ସ୍ପିଡ ଉପରେ ଧ୍ୟାନ ରଖନ୍ତୁ । ହାଇୱେରେ ଘଣ୍ଟା ପ୍ରତି ୧୦୦ କିମି ସ୍ପିଡକୁ ମେଣ୍ଟେନ୍ନ ରଖନ୍ତୁ ।

୨- ଆପଣ ଆଗରେ କି ପଛରେ ବସିଛନ୍ତି କିଛି ଫରକ ପଡ଼େନାହିଁ । ତେଣୁ ଡ୍ରାଇଭିଂ ସମୟରେ ସିଟବେଲ୍ଟ ନିଶ୍ଚିତ ପିନ୍ଧନ୍ତୁ ।

୩- କାରର ପଛ ସିଟରେ ବସିଥିବା ଲୋକ ସିଟ୍ ବେଲ୍ଟ ପିନ୍ଧିବା ଜରୁରୀ । ଯେତେବେଳେ ଦୁର୍ଘଟଣା ଘଟେ ସେ ସମୟରେ ଗାଡ଼ିର ହାଇ ସ୍ପିଡ ଜିରୋ ହେବା ସହ ପଛ ଲୋକକୁ ଝଟକା ଲାଗିବାର ସମ୍ଭାବନା ଥାଏ ।

୪- ଗାଡ଼ି ଚଳାଇବା ସମୟରେ କୌଣସି ଚାପରେ ରୁହନ୍ତୁ ନାହିଁ, ରିଲାକ୍ସ ହୋଇ ଡ୍ରାଇଭିଂ କରନ୍ତୁ । ଥକି ଯାଇଥିଲେ, ସ୍ଲୋ ଡ୍ରାଇଭ କରନ୍ତୁ ।

୫- ହାଇୱେରେ ଗାଡ଼ି ଚଳାଇବା ସମୟରେ ମୌସମ ଉପରେ ଧ୍ୟାନ ଦିଅନ୍ତୁ । ବର୍ଷା, ଗରମ, କୁହୁଡ଼ି ଥିଲେ କମ୍ ସ୍ପିଡରେ ଚଲାନ୍ତୁ ।

୬- ରଙ୍ଗ ସାଇଡରେ ଡ୍ରାଇଭ କରିବା ଘାତକ ହୋଇପାରେ । ତେଣୁ ଏହି ଭୁଲ୍ କରନ୍ତୁ ନାହିଁ ।

୭- ସିଟ ବେଲ୍ଟ ସହିତ ଏୟାର ବ୍ୟାଗ ଜୀବନ ବଞ୍ଚାଇବାରେ ସହାୟତା କରନ୍ତି । ତେଣୁ ଏହାକୁ ପିନ୍ଧିବାକୁ ଭୁଲନ୍ତୁ ନାହିଁ ।

୮- କାରର ସେଫ୍ଟି ସିଷ୍ଟମ ବନ୍ଦ କରନ୍ତୁ ନାହିଁ । ଲକଜୁରୀ କାରରେ ସେଫ୍ଟଟି ସିଷ୍ଟମ ବନ୍ଦ କରିବାର ଅପ୍ସନ ରହିଥାଏ । ଏହାଦ୍ୱାରା ଡ୍ରାଇଭରକୁ ଆନନ୍ଦ ମିଳିପାରେ, ମାତ୍ର ଏହା ଖତରନାକ ହୋଇଥାଏ ।

୯- କାରରେ ଛୋଟ ପିଲାଙ୍କୁ ଯାତ୍ରା କରାଉଥିଲେ ସେମାନଙ୍କର ସୁରକ୍ଷା ପ୍ରତି ଧ୍ୟାନ ଦିଅନ୍ତୁ ।

୧୦- ହାଇୱେରେ ଗାଡ଼ି ଚଳାଇବା ସମୟରେ ପାର୍କିଂ କରାଯାଇଥିବା ଟ୍ରକ ଉପରେ ଧ୍ୟାନ ଦିଅନ୍ତୁ । ଅଧିକାଂଶ ସମୟରେ ତାହା ଦୁର୍ଘଟଣାର ବଡ଼ କାରଣ ସାଜିଥାଏ । ଏଥିସହିତ ପଶୁ ଓ ରୋଡ଼ କ୍ରସ କରୁଥିବା ଲୋକଙ୍କ ପ୍ରତି ଦୃଷ୍ଟି ଦିଅନ୍ତୁ ।

Get real time updates directly on you device, subscribe now.