fbpx

କେଶ ଝଡିବା ପୁରା ବନ୍ଦ ହୋଇଯିବା ସହ ନୂଆ କେଶ ବି ଉଠିବ, ଆପଣାନ୍ତୁ ଏହି ଉପାୟ

ଓଡ଼ିଶା ଭାସ୍କର: କେଶ ଝଡିବା ଆଜିର ସମୟରେ ଏକ ସାଧାରଣ ସମସ୍ୟା ହୋଇଗଲାଣି । ଝିଅ ହୁଅନ୍ତୁ କି ପୁଅ ସମସ୍ତେ ଏହି ସମସ୍ୟା ଲାଗି ବେଶ୍ ଚିନ୍ତିତ । ବହୁତ କମ୍ ବୟସରେ ବି ଲୋକମାନେ ଏହି ସମସ୍ୟାର ସାମ୍ନା କରୁଛନ୍ତି । ଅଳ୍ପ ଅଳ୍ପ କେଶ ଝଡିବା ଏକ ସାଧାରଣ କଥା କିନ୍ତୁ ଏହା ଅଧିକ ମାତ୍ରାରେ ହେଲେ ଆପଣ ଚନ୍ଦା ହୋଇଯାଇ ପାରନ୍ତି । ଏହି କ୍ରମରେ କେଶ ଝଡିବା କିପରି ବନ୍ଦ ହେବ ତାହାର ସହଜ ଓ ସରଳ ଉପାୟ ଆସନ୍ତୁ ଜାଣିବା ।

କେଶ ଝଡିବା ରୋକିବା ଲାଗି ଆପଣଙ୍କୁ ଏପରି ଜିନିଷ ଖାଇବାକୁ ହେବ ଯେଉଁଥିରୁ ଆପଣଙ୍କୁ ଆବଶ୍ୟକ ପୋଷକତତ୍ତ୍ୱ ମିଳିବ । କେଶ ପାଇଁ ବାୟୋଟିନ୍ ବା ଭିଟାମିନ୍ ବି ୭ ବହୁତ ଜରୁରୀ ହୋଇଥାଏ । ଏହା କେଶକୁ ଭିତରୁ ମଜଭୁତ ରଖିଥାଏ ଓ ଏହାକୁ ଝଡିବାକୁ ଦେଇ ନ ଥାଏ । ଏହି ବାୟୋଟିନ୍ ଅଣ୍ଡାରୁ ମିଳିଥାଏ । ଏହା କେଶକୁ ପୋଷଣ ଦେଇଥାଏ । ଏହାଦ୍ୱାରା କେଶ ସାଇନିଂ ବି କରିଥାଏ । ତେଣୁ ଆପଣ ନିୟମିତ ଅଣ୍ଡା ଖାଆନ୍ତୁ ।

ମେଥି ଦାନା, ଚିଆ, ଅଳସୀ, ତରଭୁଜ ଓ ସୂର୍ଯ୍ୟମୁଖୀ ମଞ୍ଜି ବି ବାୟୋଟିନର ଭଲ ଉତ୍ସ ହୋଇଥାଏ । ଏଥିରେ ଥିବା ପ୍ରୋଟିନ୍ ଓ ଭିଟାମିନ୍ ବି କେଶକୁ ମଜଭୁତ ରଖିଥାଏ । ସେହିପରି ଡ୍ରାଏ ଫ୍ରୁଟସ୍ ବି କେଶକୁ ଭିତରୁ ପୋଷଣ ଦେଇଥାଏ ଓ କେଶ ଝଡିବା ରୋକିଥାଏ । ଡ୍ରାଏ ଫ୍ରୁଟସ୍ କ୍ୟାଲସିୟମ, ମ୍ୟାଗନେସିୟମ, ଫାଇବର, ରାଇବୋଫ୍ଲେବିନର ଉତ୍ତମ ଉତ୍ସ । ଏଥିପାଇଁ ଏହା କେଶ ଲାଗି ସୁପରଫୁଡ୍ ବୋଲି କୁହାଯାଏ ।
ଶକରକନ୍ଦରେ ବାୟୋଟିନର ଓ ଭିଟା କେରୋଟିନ୍ ରହିଛି ଯାହା ଭିଟାମିନ୍ ଏ’ରେ ପରିବର୍ତ୍ତିତ ହୋଇଥାଏ । କେଶ ଲାଗି ଭିଟାମିନ୍ ଏ ବହୁତ ଜରୁରୀ ହୋଇଥାଏ ।

Get real time updates directly on you device, subscribe now.