fbpx

ପୂର୍ବତନ YouTube CEO ସୁଜେନ ୱୋଜସିକୀଙ୍କ ପରଲୋକ: ଭାବବିହ୍ୱଳ ପୋଷ୍ଟ ଶେୟାର କଲେ ସୁନ୍ଦର ପିଚାଇ

ନୂଆଦିଲ୍ଲୀ: ଆସିଛି ଏକ ବଡ଼ ଦୁଃଖ ଖବର । ୟୁଟ୍ୟୁବର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ସୁଜେନ ୱୋଜସିକୀଙ୍କ ପରଲୋକ ଘଟିଛି । ଦୀର୍ଘଦିନ ହେଲା ସୁଜେନ କର୍କଟ ରୋଗରେ ପୀଡ଼ିତ ହୋଇ ଜୀବନ ସହ ଲଢ଼େଇ କରି ଆସୁଥିଲେ । ମାତ୍ର ଶେଷରେ ସେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି । ସୁଜେନଙ୍କ ପରଲୋକର ଗୁଗଲର ସିଇଓ ସୁନ୍ଦର ପିଚାଇ ଗଭୀର ଶୋକ ବ୍ୟକ୍ତ କରିବା ସହିତ ଭାବବିହ୍ୱଳ ପୋଷ୍ଟ ଶେୟାର କରିଛନ୍ତି । ଦୀର୍ଘ ଦୁଇବର୍ଷ ଧରି କ୍ୟାନସର ସହ ଲଢ଼େଇ କରିବା ପରେ ସେ ଆଜି ଜଣେ ଅତିନିକଟତମ ବନ୍ଧୁଙ୍କୁ ହରାଇଛନ୍ତି ବୋଲି ଶ୍ରୀ ପିଚାଈ କହିଛନ୍ତି ।

ଶ୍ରୀ ପିଚାଇ ତାଙ୍କର ପୋଷ୍ଟର ଲେଖିଛନ୍ତି, ‘ସୁଜେନଙ୍କ ଅଚାନକ ବିୟୋଗଙ୍କୁ ବିଶ୍ୱାସ କରିହେଉ ନାହିଁ । ତାଙ୍କ ଭଳିଜଣେ ଶକ୍ତିଶାଳୀ ମହିଳା ଲିଡର ଗୁଗଲ ଇତିହାସରେ ନିଜର ଅଲିଭା ଛାପ ଛାଡ଼ି ଯାଇଛନ୍ତି । ସେ ନିଜର ଜୀବନ କାଳ ମଧ୍ୟରେ ଦକ୍ଷତା ବଳରେ ସମଗ୍ର ବିଶ୍ୱରେ ଅନେକ ପ୍ରଭାବ ପକାଇ ପାରିଛନ୍ତି । ଗୁଗଲର ଲକ୍ଷାଧିକ କର୍ମଚାରୀ ସୁଜେନଙ୍କ ଅବଦାନକୁ କଦାପି ଭୁଲି ପାରିବେ ନାହିଁ । ସେମାନଙ୍କ ମଧ୍ୟରୁ ମୁଁ ହେଉଛି ଜଣେ । ମୁଁ ତାଙ୍କୁ ବହୁତ ମିସ୍ କରିବି । ତାଙ୍କର ପରିବାରବର୍ଗଙ୍କୁ ଈଶ୍ୱର ସହାୟ ହୁଅନ୍ତୁ ।’

ସେହିପରି ସୁଜେନଙ୍କ ପରଲୋକରେ ସମ୍ପୂର୍ଣ୍ଣ ଭାବେ ମର୍ମାହତ ହୋଇପଡ଼ିଛନ୍ତି ତାଙ୍କର ସବାମୀ ଡେନ୍ନିସ ଟ୍ରୋପର । ଏନେଇ ଡେନିସ ଫେସବୁକରେ ଏକ ଦୁଃଖଭରା ପୋଷ୍ଟ ଶେୟାର କରିଛନ୍ତି । ୨୬ ବର୍ଷ ଧରି ସୁଜେନ ଜଣେ ସ୍ନେହୀ ପତ୍ନୀ, ୫ ସନ୍ତାନଙ୍କର ମାଆ ଭାବେ ନିଜର କର୍ତ୍ତବ୍ୟ ସମ୍ପାଦନ କରିଆସିଥିଲେ । ଦୁଇବର୍ଷ ଧଣି କ୍ୟାନସରରେ ଲଢ଼େଇ କରିବା ପରେ ସେ ଆଜି ଆମ ସଭିଙ୍କୁ ଛାଡ଼ି ଚାଲିଯାଇଛନ୍ତି । ସୁଜେନ କେବଳ ମୋର ଜଣେ ଉତ୍ତମ ବନ୍ଧୁ ନଥିଲେ, ସେ ଜଣେ ଦକ୍ଷତା ସମ୍ପନ୍ନ ମହିଳା, ସ୍ନେହୀ ମାଆ ଓ ଭାବେ ଅନେକଙ୍କ ଜୀବନରେ ପ୍ରଭାବ ପକାଇ ପାରିଥିଲେ ।

Get real time updates directly on you device, subscribe now.