fbpx

ଜି-୭ ସମ୍ମିଳନୀର କୃତ୍ରିମ ପ୍ରଜ୍ଞା ଓ ଶକ୍ତି , ଆଫ୍ରିକା ଓ ଭୂମଧ୍ୟସାଗରୀୟ ଆଉଟରିଚ୍ ଅଧିବେଶନରେ ସାମିଲ ହେଲେ ମୋଦୀ

Advertisement

ନୂଆଦିଲ୍ଲୀ : ଇଟାଲିର ଅପୁଲିଆଠାରେ ଆଜି ଆୟୋଜିତ ଜି-୭ ସମ୍ମିଳନୀର କୃତ୍ରିମ ପ୍ରଜ୍ଞା ଓ ଶକ୍ତି , ଆଫ୍ରିକା ଓ ଭୂମଧ୍ୟସାଗରୀୟ ଆଉଟରିଚ୍ ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଂଶଗ୍ରହଣ କରିଛନ୍ତି । ଏହି ଗୋଷ୍ଠୀର ୫୦ତମ ବାର୍ଷିିକୀ ମାଇଲଖୁଣ୍ଟ ଅତିକ୍ରମ କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏହାକୁ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ ମାନବ ଇତିହାସରେ ସବୁଠାରୁ ବୃହତ୍ ଗଣତନ୍ତ୍ରରେ ପୁନଃ- ନିର୍ବାଚିତ ହେବାପରେ ଏହି ଶିଖର ସମ୍ମିଳନୀରେ ଯୋଗଦେବାକୁ ଆସି ସେ ଖୁବ୍ ଆନନ୍ଦିତ । ସମ୍ମିଳନୀରେ ନିଜର ବକ୍ତବ୍ୟ ରଖି ଶ୍ରୀ ମୋଦୀ କହିଛନ୍ତି ଯେ ପ୍ରଯୁକ୍ତିର ସଫଳତା ସକାଶେ ଏହାର ମାନବ କୈନ୍ଦ୍ରିକ ଆଭିମୁଖ୍ୟ ଆପଣାଯିବା ଆବଶ୍ୟକ । ତା’ହେଲେ ସେଥିରୁ ଆବଶ୍ୟକ ସଫଳତା ମିଳିପାରିବ । ଏହି ପରିପ୍ରେକ୍ଷୀରେ, ସେ ଜନ ସେବା ବିତରଣରେ ଡିଜିଟାଲ ପ୍ରଯୁକ୍ତିର ଉପଯୋଗ କ୍ଷେତ୍ରରେ ଭାରତ ହାସଲ କରିଥିବା ସଫଳତାର କାହାଣୀ ସେ ଉପସ୍ଥିତି ପ୍ରତିନିଧିମାନଙ୍କୁ ଅବଗତ କରାଇଥିଲେ ।

ଭାରତର କୃତ୍ରିମ ପ୍ରଜ୍ଞା ମିଶନ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହାର ‘ସମସ୍ତଙ୍କ ପାଇଁ କୃତ୍ରିମ ପ୍ରଜ୍ଞା’ନାମକରଣ କରାଯାଇଛି । ଏହି ପ୍ରଯୁକ୍ତି ସମସ୍ତଙ୍କ ପାଇଁ ପ୍ରଗତି ଏବଂ ସମସ୍ତଙ୍କ ନିମନ୍ତେ ମଙ୍ଗଳକର ହେବା ଉଚିତ । ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତିଯେ ଏହି ବ୍ୟାପକ ଉଦ୍ଦେଶ୍ୟିକାକୁ ସ୍ମରଣ ରଖି, ଭାରତ କୃତ୍ରିମ ପ୍ରଜ୍ଞା କ୍ଷେତ୍ରରେ ବୈଶ୍ୱିକ ସହଭାଗୀତାର ସ୍ଥାପୟିତା ସଦସ୍ୟ ଭାବରେ ଭାରତ ଅନ୍ତରାଷ୍ଟ୍ରୀୟ ସହଯୋଗକୁ ପ୍ରୋତ୍ସାହିତ କରିଆସୁଛି ।

ଏ ସମ୍ପର୍କରେ ନିଜର ବିସ୍ତୃତ ବକ୍ତବ୍ୟ ରଖି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତର ଶକ୍ତି ପର୍ଯ୍ୟାନ୍ତର ମାର୍ଗରେ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ଏବଂ ଏହାର ଉପଲବ୍ଧତା, ସହଜଲବ୍ଧତା ,ଏବଂ ସୁଲଭ ମୂଲ୍ୟ ଓ ଗ୍ରହଣୀୟତା ଆଧାରରେ ହିଁ ସେହିସବୁ କାର୍ଯ୍ୟକ୍ରମଗୁଡ଼ିକ ଆଧାରିତ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ୨୦୭୦ ମସିହା ସୁଦ୍ଧା ‘ନେଟ୍ ଜିରୋ’ ଲକ୍ଷ୍ୟ ହାସଲ କରିବା ଦିଗରେ କାର୍ଯ୍ୟ କରୁଛି । ଭାରତର ‘ଲାଇଫ୍‌’ (ପରିବେଶ ପାଇଁ ଜୀବନଶୈଳୀ) କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ବିଶ୍ୱ ସମୁଦାୟକୁ ଏଥିରେ ସାମିଲ ହେବାକୁ ଆହ୍ୱାନ ଜଣାଇଛନ୍ତି ଏବଂ ଏଥି ନିମନ୍ତେ ବିଶ୍ୱ ପରିବେଶ ଦିବସ ବୃକ୍ଷରୋପଣ ଅଭିଯାନରେ ଯୋଗଦେବାକୁ ଆମନ୍ତ୍ରଣ କରିଛନ୍ତି । ଏଥିରେ ‘ପ୍ଲାଣ୍ଟ୍ ଫର୍ ମଦର’ (ଏକ୍ ପେଢ଼୍ ମାଁ’କେ ନାମ୍‌’) ପାଇଁ ଆହ୍ୱାନ ଜଣାଯାଇଛି । ଏହା ଏକ ଗଣ ଆନ୍ଦୋଳନ ଯେଉଁଥିରେ ବ୍ୟକ୍ତିଗତ ଛିଟା ସହିତ ବୈଶ୍ୱିକ ଦାୟିତ୍ୱବୋଧ ରହିଛି ।

ବୈଶ୍ୱିକ ଦକ୍ଷିଣ ଗୋଲାର୍ଦ୍ଧର ଉଦ୍‌ବେଗ ପ୍ରତି ଗୁରୁତ୍ୱ ଆରୋପ କରାଯିବା ସକାଶେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ୱାନ ଜଣାଇଛନ୍ତି ଏବଂ ବିଶେଷ କରି ଆଫ୍ରିକା ପାଇଁ ସମସ୍ତଙ୍କର ଦାୟିତ୍ୱ ରହିଛି ବୋଲି ସେ କହିଛନ୍ତି । ଏହି ଅବସରରେ ସେ ସ୍ମରଣ କରାଇ ଦେଇଛନ୍ତି ଯେ ଭାରତ ପାଇଁ ଏହା ଗୌରବର କଥା ଯେ ଆଫ୍ରିକୀୟ ସଂଘକୁ ଭାରତର ଜି-୭ ଅଧ୍ୟକ୍ଷତା ଅବଧିରେ ସ୍ଥାୟୀ ସଦସ୍ୟ ଭାବରେ ଗ୍ରହଣ କରାଯାଇଛି ।

Get real time updates directly on you device, subscribe now.