fbpx

ସରକାର ଲଗାଇଥିଲେ କୁକୁର ମାଂସ ବିକ୍ରୀ ଉପରେ ପ୍ରତିବନ୍ଧ, କୋର୍ଟ ହଟାଇଦେଲେ

ନୂଆଦିଲ୍ଲୀ:ବିଭିନ୍ନ ରାଜ୍ୟରେ ଲୋକମାନେ ଭିନ୍ନ ଭିନ୍ନ ଜୀବ ଜନ୍ତୁଙ୍କ ମାଂସ ଖାଇଥାନ୍ତି । ଆମେ ଛେଳି, କୁକୁଡାଙ୍କ ମାଂସ ଖାଉଥିବା ବେଳେ ଅନ୍ୟ ରାଜ୍ୟମାନଙ୍କରେ ଘୁଷୁରୀ, ବାରହା ଇତ୍ୟାଦି ଜୀବମାନଙ୍କର ମାଂସ ବି ଖାଇଥାନ୍ତି । ତେବେ କୁକୁର ମାଂସ ଖିଆଯିବା କଥା ଖୁବ୍ କମ୍ ଶୁଣାଯାଏ । କିନ୍ତୁ ନାଗାଲାଣ୍ଡରେ କିଛି ଜନଜାତି କୁକୁର ମାଂସ ଭକ୍ଷଣ କରି ଆସୁଥିଲେ । ଏହା ଉପରେ ଆପତ୍ତି ଉଠିବାରୁ ନାଗାଲାଣ୍ଡ ସରକାର ୩ ବର୍ଷ ତଳେ କୁକୁର ମାଂସ ବିକ୍ରୀ ଉପରେ ପ୍ରତିବନ୍ଧ ଲଗାଇ ଦେଇଥିଲେ । କିନ୍ତୁ ଏହି ମାମଲା ଉପରେ ଗୌହାଟୀ କୋର୍ଟ ନିଜର ରାୟ ଶୁଣାଇ ଏହି ନିଷିଧାଦେଶକୁ ରଦ୍ଦ କରି ଦେଇଛନ୍ତି ।

୨୦୨୦ରେ ନାଗାଲାଣ୍ଡ ସରକାର କୁକୁରକୁ ନେଇ ବ୍ୟବସାୟିକ କାରବାର ଏବଂ କୁକୁରର ମାଂସ ବିକ୍ରୀ ଉପରେ ସଂପୂର୍ଣ୍ଣ ନିଷେଧାଦେଶ ଲଗାଇ ଦେଇଥିଲେ । ଏହା ସହିତ ବିଭିନ୍ନ ରେଷ୍ଟୁରାଣ୍ଟରେ ବି ଏହି କୁକୁର ମାଂସ ଉପରେ ପ୍ରତିବନ୍ଧ ଲଗାଇ ଦିଆଯାଇଥିଲା । ନାଗାଲାଣ୍ଡ ସରକାରଙ୍କ ନିଷ୍ପତ୍ତିକୁ ରଦ୍ଦ କରି କୋର୍ଟ କହିଛନ୍ତି ବିନା କୌଣସି ଆଇନଗତ ସମର୍ଥନରେ ସରକାର ଏହିପରି ଭାବରେ କୁକୁର ମାଂସ ଉପରେ ନିଷେଧାଦେଶ ଲଗାଇ ପାରିବେ ନାହିଁ । ୪ ଜୁଲାଇ ୨୦୨୦ରେ ନାଗାଲାଣ୍ଡ ସରକାରର କ୍ୟାବିନେଟ୍ ବୈଠକ ପରେ ଏକ ବିଜ୍ଞପ୍ତି ଜରିଆରେ କୁକୁର ବ୍ୟବସାୟ ଏବଂ ଏହାର ମାଂସ ଉପରେ ପ୍ରତିବନ୍ଧ ଲଗାଇଥିଲେ ।
ଏହି ମାମଲାରେ ଏବେ ପୀଠ କହିଛି ସରକାର ବିଧାନସଭା ମାଧ୍ୟମରେ କୌଣସି ଆଇନ ପାସ୍ ନ କରି କୁକୁର ମାଂସ ଉପରେ ପ୍ରତିବନ୍ଧ ଲଗାଇ ଦେଇଥିଲେ । ସରକାରଙ୍କ ଏହି ବିଜ୍ଞପ୍ତିର କୌଣସି ଆଇନଗତ ମାନ୍ୟତା ନାହିଁ । ଏହି କାରଣରୁୁ ଏହାକୁ ରଦ୍ଦ କରାଯାଉଛି ।

Get real time updates directly on you device, subscribe now.