fbpx

ଗଙ୍ଗାନଦୀରେ ଭାସୁଥିଲା, ଉଦ୍ଧାର ହେଲା ୨୧ ଦିନର ଶିଶୁକନ୍ୟା, ନାଁ ରଖାଗଲା ଗଙ୍ଗା

ଲକ୍ଷ୍ନୌ: ଗାଜୀପୁର ଜିଲ୍ଲାରେ ବୁଧବାର ଗଙ୍ଗାନଦୀରେ ଭାସୁଥିଲା ଏକ କାଠବକ୍ସ । ତେବେ ସେ ଭିତରୁ ୨୧ ଦିନର ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି । ଏହି ଘଟଣା ପ୍ରଘଟ ହେବା ପରେ ଲୋକଙ୍କ ଭିଡ଼ ଜମି ଯାଇଥିଲା ।

ସୂଚନା ଅନୁଯାୟୀ ଦାଦରୀ ଘାଟ ପାଖରେ ଜଣେ ନାବିକ ପିଲା କାନ୍ଦିବାର ଶବ୍ଦ ଶୁଣିଥିଲେ । ସେ ଶବ୍ଦକୁ ଅନୁସରଣ କରିବାବେଳେ ଏକ କାଠ ବାକ୍ସ ଭାସି ଆସିଥିବାର ଦେଖିଥିଲେ । ତେବେ ବକ୍ସ ଖୋଲିବାବେଳେ ସେଥିରେ ଶିଶୁକନ୍ୟା ଥିବା ଦେଖିଥିଲେ । ବକ୍ସରେ ହିନ୍ଦୁ ଦେବାଦେବୀଙ୍କ ଫଟୋ ଏବଂ ଶିଶୁକନ୍ୟାର ଏକ ଜାତକ ମଧ୍ୟ ରଖାଯାଇଥିଲା । ଏହା ସହ ଶିଶୁକୁ ଦୁପ୍ପଟା (ଏକ କପଡ଼ା) ଦ୍ୱାରା ଘୋଡ଼ାଇ ଦିଯାଇଥିଲା ।

ଏନେଇ ପୋଲିସକୁ ଖବର ଦିଆଯାଇଥିଲା ଏବଂ ଶିଶୁର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ପାଇଁ ହସ୍ପିଟାଲକୁ ନିଆଯାଇଥିଲା । ଗଙ୍ଗାନଦୀରୁ ମିଳିଥିବା କାରଣରୁ ଶିଶୁର ନାମ ମଧ୍ୟ ‘ଗଙ୍ଗା’ ରଖାଯାଇଛି । ସେପଟେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି ଯେ ଶିଶୁଟିର ସମ୍ପୂର୍ଣ୍ଣ ଯତ୍ନ ନେବା ସହ ଠିକ ଭାବେ ଲାଳନ ପାଳନ କରିବେ ଉତ୍ତର ପ୍ରଦେଶ ସରକାର ।

Get real time updates directly on you device, subscribe now.