fbpx

ବଢିଗଲା ସୁନା-ରୂପା ଦର, ଜାଣନ୍ତୁ କେତେ ରହିଛି ୧୦ ଗ୍ରାମ ଗୋଲ୍ଡର ମୂଲ୍ୟ

ନୂଆଦିଲ୍ଲୀ: ଆଜି ଘରୋଇ ଫ୍ୟୁଚରରେ ସୁନା-ରୂପା ଦରରେ ବୃଦ୍ଧି ଘଟିଛି। ବାୟଦା ବଜାରରେ ୨୪ ସେପ୍ଟେମ୍ବରରେ ସୁନା ୧୦୦ ଟଙ୍କା ମହଙ୍ଗା ହୋଇଛି। ସେହିପରି ରୂପା ଦର ୭୦ ଟଙ୍କା ବୃଦ୍ଧି ପାଇଛି। ଏହାପରେ ସୁନା ୭୪,୩୫୦ ଟଙ୍କା ଉପରେ ପହଞ୍ଚିବା ପରେ, ରୂପା ୮୯ ହଜାର ୩୦୦ ଟଙ୍କା ପାଖାପାଖି ପହଞ୍ଚିଛି।

ଫ୍ୟୁଚର ବଜାର ଅର୍ଥାତ ଏମସିଏକ୍ସରେ ୨୪ ସେପ୍ଟେମ୍ବରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୯୭ ଟଙ୍କା ବଢିଛି। ବଢିବା ପରେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୭୪ ହଜାର ୩୯୨ ଟଙ୍କାରେ ପହଞ୍ଚଛି। ସୋମବାର ଦିନ ସୁନା ମୂଲ୍ୟ ୭୪ ହଜାର ୨୯୫ ଟଙ୍କାରେ ବନ୍ଦ ହୋଇଥିଲା।

ଫ୍ୟୁଚର ମାର୍କେଟରେ ସୁନା ବ୍ୟତୀତ ରୂପା ଦରରେ ମଧ୍ୟ ବୃଦ୍ଧି ଦେଖିବାକୁ ମିଳିଛି। ୫ ସେପ୍ଟେମ୍ବରର ଡେଲିଭରୀ ରୂପାରେ ସୋମବାର ଅପେକ୍ଷା ୮୮ ଟଙ୍କା ମହଙ୍ଗା ହୋଇ କିଲୋଗ୍ରାମ ପିଛା ୮୯,୩୧୯ ଟଙ୍କାରେ ପହଞ୍ଚିଛି। ସୋମବାର ଦିନ ରୂପା କିଲୋଗ୍ରାମ ପିଛା ୮୯,୨୩୧ ଟଙ୍କାରେ ବନ୍ଦ ହୋଇଥିଲା।

Get real time updates directly on you device, subscribe now.