fbpx

ନିର୍ବାଚନ ସରିଛି କି ନାହିଁ ୫୦୦ ଟଙ୍କା ବୃଦ୍ଧି ହେଲା ସୁନା ଦର, ରୂପା ବି ବଢିଛି

ନୂଆଦିଲ୍ଲୀ: ମଙ୍ଗଳବାର ୪ ଜୁନ ୨୦୨୪ ଅର୍ଥାତ ଲୋକସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବା ଦିନ ସୁନା-ରୂପାର ଦର ବଢିଛି । ଗହଣା ବଜାରରେ ଆଜି ସୁନା ଦର ୧୦ ଗ୍ରାମ ପିଛା ୫୦୦ ଟଙ୍କା ବଢି ୭୨ ହଜାର ୨୦୦ ଟଙ୍କାରେ ପହଞ୍ଚିଛି । ରୂପା ଦରରେ ମଧ୍ୟ ୧୦୦ ଟଙ୍କାରୁ ଅଧିକ ବଢିଛି ଏବଂ କିଲୋଗ୍ରାମ ପିଛା ୯୨ ହଜାର ଟଙ୍କା ସ୍ପର୍ଶ କରିଛି ।

ଏମସିଏକ୍ସ ଅର୍ଥା ଗହଣା ବଜାରରେ ମଙ୍ଗଳବାର ଦିନ ଡେଲିଭରୀ ସୁନା କିଲୋଗ୍ରାମ ପିଛା ୫୪୯ ଟଙ୍କାରେ ପହଞ୍ଚିଛି । ତେବେ ସୋମବାର ଦିନ ସୁନା ମୂଲ୍ୟ ୭୧ ହଜାର ୭୩୦ ଟଙ୍‌କା ପ୍ରତି କିଲୋଗ୍ରାମ ପିଛା ବନ୍ଦ ହୋଇଛି । ସୁନା ସହ ରୂପା ମୂଲ୍ୟରେ ମଧ୍ୟ ଆଜି ୧୨୧ ଟଙ୍କା ପ୍ରତି କିଲୋଗ୍ରାମ ପିଛା ମହଙ୍ଗା ହୋଇ ୯୨ ହଜାର ୧୫୪ ପହଞ୍ଚିଛି । ସେହିପରି ସୋମବାର ଦିନ ରୂପା ମୂଲ୍ୟ ୯୨ ହଜାର ୦୩୩ ଟଙ୍କା ପ୍ରତି କିଲୋଗ୍ରାମ ପିଛା ବନ୍ଦ ହୋଇଛି । ସେହିପରି ରୂପା ଦର ୦.୧୬ ଡଲାର ଶସ୍ତା ହୋଇ ୩୦.୫୭ ଡଲାରରେ ପହଞ୍ଚିଛି ।

ଘରୋଇ ବଜାରରେ ସୁନା-ରୂପା ଦରରେ ବୃଦ୍ଧି ଘଟିବା ଦେଖାଦେଇଛି । ସେହିଭଳି ଅନ୍ତର୍ଜାତୀୟ ବଜାରରେ ଦୁଇଟି ମୂଲ୍ୟରେ ହ୍ରାସ ଘଟିଛି । ୪ ଜୁନ ୨୦୨୪ରେ କୋମାକ୍ସରେ ସୁନା ଦର ପ୍ରତି ଅନ୍ସ ପିଛା ୨.୨୭ ଡଲାର ହ୍ରାସ ପାଇବା ସହ ୨,୩୪୮.୩୯ ଡଲାରରେ ପହଞ୍ଚିଛି ।

Get real time updates directly on you device, subscribe now.