ଗୋଟିଏ ଝଟକାରେ ୧୪୦୦ ଟଙ୍କା ବଢିଗଲା ସୁନା ଦର, ଜାଣନ୍ତୁ ୧୦ ଗ୍ରାମ ଗୋଲ୍ଡ ମୂଲ୍ୟ କେତେ

ପୁଣି ବଢିଗଲା ସୁନା ଦର, ଜାଣନ୍ତୁ

ନୂଆଦିଲ୍ଲୀ: ସୁନା ମୂଲ୍ୟରେ ପୁଣିଥରେ ବୃଦ୍ଧି ଦେଖିବାକୁ ମିଳିଛି। ଜାତୀୟ ରାଜଧାନୀର ସର୍ରଫା ବଜାରରେ ସୁନା ଦର ୧,୪୦୦ ଟଙ୍କା ବଢି ୧୦ ଗ୍ରାମକୁ ୯୬ ହଜାର ୪୫୦ ଟଙ୍କା ହୋଇଯାଇଛି।

ଭାରତୀୟ ସର୍ରଫା ସଂଘର ଖବର ରିପୋର୍ଟ ମୁତାବକ, ୯୯.୫ ପ୍ରତିଶତ ସୁଦ୍ଧତା ସୁନାର ମୂଲ୍ୟ ଟ୍ୟାକ୍ସ ସହ ୧,୪୦୦ ଟଙ୍କା ବଢି ୧୦ ଗ୍ରାମ ପିଛା ୯୬ ହଜାର ଟଙ୍କା ହୋଇଯାଇଛି।

ଗୁରୁବାର ୯୯.୯ ପ୍ରତିଶତ ଏବଂ ୯୯.୫ ପ୍ରତିଶତ ସୁଦ୍ଧ ସୁନା କ୍ରମଶଃ ୯୫ ହଜାର ୦୫୦ ଟଙ୍କା ଏବଂ୧୦ ଗ୍ରାମ ପିଛା ୯୪ ହଜାର ୬୦୦ ଟଙ୍କାରେ ବନ୍ଦ ହୋଇଥିଲା। ଶୁକ୍ରବାର ଦିନ ରୂପା ଦର ମଧ୍ୟ ୧,୦୦୦ ଟଙ୍କା ବଢି କିଲୋଗ୍ରାମ ପିଛା ୯୮ ହଜାର ଟଙ୍କା ହୋଇଯାଇଛି।

ଏହାରି ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ସୁନା ୫୦.୮୫ ଡଲାର ଅର୍ଥାତ ୧.୫୭ ପ୍ରତିଶତର ହ୍ରାସ ସହ ପ୍ରତି ଓନସ ପିଛା ୩,୧୮୯.୨୫ ଡଲାର ଥିଲା।

ଏଲକେପି ସିକ୍ୟୁରିଟିଜର ଉପାଧ୍ୟକ୍ଷ ଏବଂ ରିସର୍ଚ୍ଚର ତ୍ରିବେଦୀ କହିଛନ୍ତି ଯେ, ଆମେରିକା, ବ୍ରିଟେନ ତଥା ଚୀନ ଭଳି ମୁଖ୍ୟ ପାର୍ଟନରଙ୍କ ମଧ୍ୟରେ ସମ୍ଭାବୀୟ ବ୍ୟାପାର ଚୁକ୍ତି କାରଣରୁ ବଜାରରେ ବୃଦ୍ଧି ଦେଖାଯାଇଛି ଏବଂ ସୁନାର ମୂଲ୍ୟ ୩ ହଜାର ୨୦୦ ଡଲାର ପାଖାପାଖି ରହିଛି।