fbpx

ITI ପାସ୍ କରିଥିବା ଯୁବ ବର୍ଗଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ଏହି ରାଜ୍ୟରେ ହେଉଛି Job Fair, ଅନେକ ପଦବୀ ଖାଲି

ଲକ୍ଷ୍ନୌ: ଚାକିରି ଆଶାୟୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ITI ଉତ୍ତୀର୍ଣ୍ଣ କରିଥିବା ବେରୋଜଗାର ଯୁବକ ଏବଂ ଯୁବତୀ ଏହି ସୁଯୋଗର ଲାଭ ଉଠାଇପାରିବେ । ଉତ୍ତରପ୍ରଦେଶର ସରକାରୀ ITI ମୋରାଦାବାଦ ପରିସରରେ ମହିନ୍ଦ୍ରା ସିଡକୁଲ୍‌(Mahindra Sidcul) ଦ୍ୱାରା ଏହି ରୋଜଗାର ମେଳା ଆୟୋଜିତ କରାଯାଉଛି । ଫେବୃଆରୀ ୨୬ରୁ ଆରମ୍ଭ ହେଉଥିବା ଏହି ରୋଜଗାର ମେଳାରେ ପାୟ ୫୦ରୁ ଅଧିକ ଯୁବକ ଏବଂ ଯୁବତୀଙ୍କୁ ରୋଜଗାର ସୁଯୋଗ ଦିଆଯିବ । ୧୮ ବର୍ଷରୁ ୨୫ ବର୍ଷ ମଧ୍ୟରେ ଥିବା ଯୁବକ ଯୁବତୀ ଏହି ରୋଜଗାର ମେଳାରେ ଅଂଶଗ୍ରହଣ କରିପାରିବେ ।

ଏହି ରୋଜଗାର ମେଳାରେ ଆଶାୟୀ ପ୍ରାର୍ଥୀମାନେ ନିଜ ବାୟୋଡାଟା ସହ ଜରୁରୀ ଶିକ୍ଷାଗତ ଯୋଗ୍ୟତା ପ୍ରମାଣ ପତ୍ରର ଫଟୋ କପି ସହ ଫେବୃଆରୀ ୨୬ରେ ITI ମୋରାଦାବାଦ ପରିସରରେ ସକାଳ ୧୦ଟାରେ ପହଞ୍ଚିବା ପାଇଁ ଅନୁରୋଧ କରାଯାଇଛି । ପୁରୁଷଙ୍କ ପାଇଁ ପଦବୀ ଗୁଡ଼ିକ ହେଲା- ଫିଟର, ଇଲେକ୍ଟ୍ରିସିଆନ୍‌, ଟର୍ଣ୍ଣର, ମେଶିନିଷ୍ଟ, ଡ୍ରାଫ୍ଟ ମ୍ୟାନ୍‌, ମେକାନିକାଲ ଏବଂ ସମସ୍ତ ଟେକ୍ନିକାଲ ଟ୍ରେଡ୍ ସାମିଲ ଅଛି । ମହିଳାଙ୍କ ପାଇଁ ପଦବୀ ଗୁଡ଼ିକ ହେଲା- ଫିଟର, ମୋଟର ମେକାନିକ୍ ୱେହିକଲ, ଇଲେକ୍ଟ୍ରିସିଆନ୍‌, ୱାୟାର ମ୍ୟାନ୍‌, ଇଲେକ୍ଟ୍ରୋନିକ୍ସ, ଟର୍ଣ୍ଣର, ମେଶିନିଷ୍ଟ, ଡ୍ରାଫ୍ଟ ମ୍ୟାନ୍‌, ମେକାନିକାଲ ଏବଂ ସମସ୍ତ ଟେକ୍ନିକାଲ ଟ୍ରେଡ୍ ସାମିଲ ଅଛି ।

କେତେ ମିଳିବ ବେତନ ?

ସରକାରୀ ଆଇଟିଆଇ ପ୍ଲେସମେଣ୍ଟର ପ୍ରଭାରୀ ଅମରପାଲ ସିଂହଙ୍କ କହିବାନୁଯାୟୀ ଆଇଟିଆଇ ଉତ୍ତୀର୍ଣ୍ଣ ବେରୋଜଗାର ଯୁବ ଗୋଷ୍ଠି ଏହି ରୋଜଗାର ମେଳାରେ ନିଜର ପ୍ରତିଭା ପ୍ରଦର୍ଶନ କରି ରୋଜଗାରକ୍ଷମ ହୋଇପାରିବେ । ଉପରୋକ୍ତ ପଦବୀରେ ଚୟନ ହେଲେ ସେମାନଙ୍କୁ ମାସିକ ଦରମା ୧୫ ହଜାର ୬୫୭ ଟଙ୍କା ମିଳିବ । ଏହି ରୋଜଗାର ମେଳାରେ ଅଂଶଗ୍ରହଣ କରିବା ପାଇଁ ସାଙ୍ଗରେ ସମସ୍ତ ସମସ୍ତ ଶିକ୍ଷାଗତ ଯୋଗ୍ୟତାର ଫଟୋ କପି ସହ ୪ଟି ପାସର୍ପୋଟ ସାଇଜ୍ ଫଟୋ ଏବଂ ବାୟୋଡାଟା ଅଣିବାକୁ ଅନୁରୋଧ ।

 

 

Get real time updates directly on you device, subscribe now.