fbpx

Google ଏବଂ MeitY ମିଶାଇଲେ ହାତ, ବଢାଇବେ ଭାରତୀୟ ଷ୍ଟାର୍ଟଅପ୍ସରେ AIର ଶକ୍ତି

ନୂଆଦିଲ୍ଲୀ: ଦୁନିଆର ବଡ଼ ଟେକ କମ୍ପାନୀ ଗୁଗୁଲ ୧୦,୦୦୦ ଭାରତୀୟ ଷ୍ଟାର୍ଟଅପ୍ସକୁ ଏଆଇ ସେକ୍ଟରରେ ତାଲିମ ଦେବ । ବେଙ୍ଗାଲୁରୁରେ ହୋଇଥିବା ଗୁଗୁଲ I/O କନେକ୍ଟ ୨୦୨୪ ଇଭେଣ୍ଟରେ ଏହାର ଘୋଷଣା କରାଯାଇଛି । ଗୁଗୁଲ MeitY ଷ୍ଟାର୍ଟଅପ ହବ ସହ ମିଶି ଏହି ୧୦ ହଜାର ଭାରତୀୟ ଷ୍ଟାର୍ଟଅପ୍ସକୁ ତାଲିମ ଦେବ ।

ଗୁଗୁଲର ଏହି ପ୍ଲାନ ଭାରତରେ ଏଆଇ ପାୱାରକୁ ବଢାଇବାର ଯୋଜନାରେ ସାମିଲ ଅଛି । ଗୁଗୁଲ ଭାରତରେ ତିନୋଟି କ୍ଷେତ୍ରକୁ ଫୋକସ କରୁଛି, ଯେଉଂଥିରେ ମଲ୍ଟିମଡେଲ, ମଲ୍ଟିଲିଙ୍ଗବଲ ଏବଂ ମୋବାଇଲ ଏଆଇ ସାମିଲ ରହିଛି । କମ୍ପାନୀ ନିଜର ନୂଆ ଜେମିନି ଏଆଇ ଚାଟବୋଟକୁ ନେଇ ଦାବି କରିଛି ଯେ, ଦୁନିଆରେ ୧.୫ ମିଲିୟନରୁ ଅଧିକ ଡେଭଲପର୍ସ ଏହାକୁ ବ୍ୟବହାର କରୁଛନ୍ତି, ଏଥିରେ ଭାରତରେ ତିବା ଡେଭେଲପର୍ସର ସଂଖ୍ୟା ମଧ୍ୟ ଭଲ ରହିଛି ।

ଗୁଗୁଲ ଭାରତ ସରକାରର MeitY ସହ ମିଶି ଭାରତୀୟ ଷ୍ଟାର୍ଟଅପ୍ସକୁ ଏଆଇ ପାଇଁ ଟ୍ରେନ କରିବ । ଏହା ବ୍ୟତୀତ ଏଲିଜିବଲ ଷ୍ଟାର୍ଟଅପ୍ସକୁ ଗୁଗୁଲ କ୍ଲାଉଡ ଭାବେ ୩୫୦,୦୦୦ ଡଲାର ପର୍ଯ୍ୟନ୍ତ ମିଳିବ । ଏଥିରେ ଷ୍ଟାର୍ଟଅପ କ୍ଲାଉଡ ଇନଫ୍ରାଷ୍ଟ୍ରକଚର ଏବଂ କମ୍ପ୍ୟୁଟେସନାଲ ପାୱାରରେ ଇନଭେଷ୍ଟ କରିପାରିବେ । ଏହା ବ୍ୟତୀତ ଏଆଇକୁ ପ୍ରୋତ୍ସାହିତ କରିବା ପାଇଁ ଗୁଗୁଲ ନୂଆ-ନୂଆ ପ୍ରୋଗ୍ରାମ ଅଫର କରୁଛି, ଯେଉଁଥିରେ ଏଆଇ ଫ୍ରଷ୍ଟ ପ୍ରୋଗ୍ରାମିଙ୍ଗ ଏବଂ ଷ୍ଟାର୍ଟଅପ ସ୍କୁଲ ଏବଂ ଆପସ୍କେଲ ଏକାଡେମୀରେ ଟ୍ରେନିଙ୍ଗ ଦେବ ।

Get real time updates directly on you device, subscribe now.