Android 15ର ଷ୍ଟେବଲ ଭର୍ସନ ଲଞ୍ଚ କଲା Google: ୭ରୁ ଅଧିକ ବ୍ରାଣ୍ଡର ଫୋନକୁ ମିଳିବ ଅପଡେଟ୍

ନୂଆଦିଲ୍ଲୀ: ଆଣ୍ଡ୍ରଏଡ ୧୫ର ଷ୍ଟେବଲ ଭର୍ସନକୁ ଗୁଗଲ ଲଞ୍ଚ କରିଛି । ପ୍ରତି ଥର ଭଳି ଏହି ଅପଡେଟକୁ ପ୍ରଥମେ ପିକ୍ସେଲ ଡିଭାଇସ ପାଇଁ ରିଲିଜ୍ କରାଯାଇଛି । ଚଳିତ ବର୍ଷ ଶେଷ ଆଡ଼କୁ ଅନ୍ୟ ବ୍ରାଣ୍ଡର ଫୋନରେ ଲାଟେଷ୍ଟ ଆଣ୍ଡ୍ରଏଡର ଅପଡେଟ୍ ମିଳିବ । ଆଣ୍ଡ୍ରଏଡ ୧୫ରେ ପ୍ରାଇଭେଟ ସ୍ପେସ ଓ ଆର୍କାଇଭ ଆପ୍ସ ପରି ଅନେକ ନୂଆ ଫିଚର୍ସକୁ ସାମିଲ କରାଯାଇଛି । ବର୍ତ୍ତମାନ ଏହା ପିକ୍ସେଲ ୟୁଜର୍ସଙ୍କ ପାଇଁ ଜାରି କରାଯାଇଥିବା ବେଳେ ଅନ୍ୟ ୟୁଜର୍ସଙ୍କୁ ଏଥିପାଇଁ ଆଉ କିଛିଦିନ ଅପେକ୍ଷା କରିବାକୁ ପଡ଼ିବ ।

ଆଣ୍ଡ୍ରଏଡ ୧୫ରେ କମ୍ପାନୀ ପ୍ରାଇଭେଟ ସ୍ପେସର ଫିଚକୁ ଯୋଡ଼ିଥିବା ବେଳେ ତାହା ୟୁଜର୍ସଙ୍କୁ ଅଲଗା ଭାବେ ସ୍ପେସ କ୍ରିଏଟ କରିବାକୁ ସ୍ୱାଧିନତା ପ୍ରଦାନ କରିବ । ଏହି ସ୍ପେସରେ ୟୁଜର୍ସ ନିଜର ସମସ୍ତ ପ୍ରାଇଭେଟ ଆପ୍ସ ରଖିପାରିବେ । ସେଠାରେ ୟୁଜର୍ସ ଅନ୍ୟ ଲୋକଙ୍କ ନଜରରୁ ନିଜର ତଥ୍ୟକୁ ଗୁପ୍ତ ରଖିପାରିବେ । ଏଥିସହିତ ସେଥିରେ ଅଥେଣ୍ଟିକେସନର ଅତିରିକ୍ତ ଲେୟର ମଧ୍ୟ ମିଳିଥାଏ । ବର୍ତ୍ତମାନ କେବଳ ପିକ୍ସେଲ ୟୁଜର୍ସଙ୍କ ପାଇଁ କମ୍ପାନୀ ଲାଟେଷ୍ଟ ଅପରେଟିଂ ସିଷ୍ଟମକୁ ଜାରି କରିଛି । ନୂଆ ଫିଚର୍ସର ଆକ୍ସେନ ପିକ୍ସେଲ ୬ ସିରଜ- ପିକ୍ସେଲ ୬, ପିକ୍ସେଲ ୬ ପ୍ରୋଓ ପିକ୍ସେଲ ୬ଏକୁ ମିଳିବ । ଏହାଛଡ଼ା ପିକ୍ସେଲ ୭ ସିରିଜ (ପିକ୍ସେଲ ୭, ପିକ୍ସେଲ ୭ ପ୍ରୋ ଓ ପିକ୍ସେଲ ୭ଏ), ପିକ୍ସେଲ ୮ ସିରିଜ (ପିକ୍ସେଲ ୮, ୮ଏ ଓ ପିକ୍ସେଲ ୮ ପ୍ରୋ), ପିକ୍ସେଲ ଫୋଲ୍ଡ ଓ ପିକ୍ସେଲ ଟାବଲେଟକୁ ମିଳୁଛି । ଏଥିସହିତ ଲାଟେଷ୍ଟ ପିକ୍ସେଲ ୯ ସିରିଜକୁ ମଧ୍ୟ ଏହି ଅପଡେଟ୍ ମିଳିବ । ଓଟିଏ ଜରିଆରେ ଏହି ସମସ୍ତ ଡିଭାଇସକୁ ଅପଡେଟ୍ ମିଳିବ । ଆପଣମାନେ ଏହାକୁ ଆଣ୍ଡ୍ରଏଡ ଡେଭଲପର ୱେବସାଇଟରୁ ମଧ୍ୟ ମାନୁଆଲି ଡାଉନଲୋଡ୍ କରିପାରିବେ । ଆଣ୍ଡ୍ରଏଡ ୧୫ର ଅପଡେଟ୍ ସାମସଙ୍ଗ, ଆଇକ୍ୟୁ, ନଥିଂ, ୱାନପ୍ଲସ, ଭିଭୋ, ସାଓମୀ, ଅନର ଓ ଅନ୍ୟ ବ୍ରାଣ୍ଡର ଫୋନ୍ସକୁ ମିଳିବ ବୋଲି ଗୁଗଲ ପୂର୍ବରୁ ସ୍ପଷ୍ଟ କରିଥିଲା ।

Get real time updates directly on you device, subscribe now.