ଭୁବନେଶ୍ୱର ୟୁନିଟ-୨ରେ ନିର୍ମାଣ ହେବ ୧,୫୦୦ ସରକାରୀ କ୍ୱାର୍ଟର୍ସ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ୟୁନିଟ୍-୨ରେ ନିର୍ମାଣ ହେବ ୧୫ ଶହ କ୍ୱାର୍ଟର୍ସ । ଏ ନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଶ୍ୱୀରାଜ ହରିଚନ୍ଦାନ ।

ୟୁନିଟ-୨ରେଥିବା ସରକାରୀ କ୍ୱାର୍ଟର୍ସ ବିପଦ ଶଙ୍କୁଳ ଅବସ୍ଥାରେ ଥିବାବେଳେ ସେଗୁଡ଼ିକୁ ଭାଙ୍ଗି ନୂଆ କ୍ୱାର୍ଟର୍ସ ନିର୍ମାଣ କରାଯିବ ।

ୟୁନିଟ୍-୨କୁ ଜବରଦଖଲ ମୁକ୍ତ କରାଯାଇଛି । ଏହାପରେ କ୍ୱାର୍ଟର୍ସ ଅଭିଯାନ ଆରମ୍ଭକ କରାଯିବ । କ୍ୱାର୍ଟର୍ସ କାମ ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ।