fbpx

ସରକାରୀ କର୍ମଚାରୀଙ୍କୁ ଜବରଦସ୍ତ ଝଟକା, ଏବେ ମିଳିବ ନାହିଁ ବାକିଥିବା ୩୪ ହଜାର କୋଟିର ଅର୍ଥରାଶି

Advertisement

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ଏକ ଜୋରଦାର ଝଟକା ଲାଗିଛି । ପେନସନଧାରୀଙ୍କୁ ଦିଆଯାଉଥିବା ଡିଅରନେସ ଆଲାଉନ୍ସ (ଡିଏ) ଓ ଡିଅରନେସ ରିଲିଫ (ଡିଆର) ଅର୍ଥ ବର୍ତ୍ତମାନ ଦିଆଯିବ ନାହିଁ । କୋଭିଡ-୧୯ର ପିକ୍ ସମୟରେ ସରକାର ଏହି ସେବାକୁ ହଟାଇ ଦେଇଥିଲେ । ବର୍ତ୍ତମାନ ସରକାରଙ୍କ ପାଖରେ ପେନସନଧାରୀଙ୍କର ଡିଏ ଓ ଡିଆର ବାବଦକୁ ମୋଟ ୩୪ ହଜାର କୋଟି ଟଙ୍କା ଜମା ରହିଛି ।

ଗତବର୍ଷ ରାଜ୍ୟସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଏନେଇ ମତ ରଖିଥିଲେ । ଡିଏ ଓ ଡିଆର ବାବଦକୁ ତିନୋଟି କିସ୍ତିରେ ମୋଟ ୩୪,୪୦୨ କୋଟି ଟଙ୍କା ରହିଥିବା ସେ କହିଥିଲେ । ୧ ଜାନୁଆରୀ ୨୦୨୦, ୧ ଜୁଲାଇ ୨୦୨୦ ଓ ୧ ଜାନୁଆରୀ ୨୦୨୧ରେ ଉକ୍ତ ଅର୍ଥ ଜମା ହୋଇଥିଲା । କୋଭିଡ ଭାଇରସ ଭାରତରେ କହର ମଚାଇବା ପରେ ସରକାର ଡିଏ ଓ ଡିଅରକୁ ଫ୍ରିଜ୍ କରିଦେଇଥିଲେ ।

ଏନେଇ ଭାରତୀୟ ପେନସର୍ସ ସମାଜର ଜେନେରାଲ ସେକେି୍ରଟରୀ କହିଛନ୍ତି ଯେ, କର୍ମଚାରୀଙ୍କ ଜମା ଅର୍ଥ ଓ ସୁଧ ମିଶି ୩୬ ହଜାର କୋଟି ଉପରେ ହେବ । ନିକଟରେ ପେନସନ ରିଭ୍ୟୁର ୩୨ତମ ମିଟିଂ ବସିଥିଲା । ବୈଠକରେ ଡିପାର୍ଟମେଣ୍ଟ ଅଫ୍ ଏକ୍ସପେଣ୍ଡିଚର (ଡିଓଇ)ର ଜଣେ ଅଧିକାରୀ କହିଥିଲେ ଯେ, ପୂର୍ବରୁ ଯେଉଁ ଡିଏ ଓ ଡିଆର ରୋକା ଯାଇଥିଲା, ତାହା ବର୍ତ୍ତମାନ ପାଇଁ ଜାରି କରାଯିବ ନାହିଁ । କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟକୁ ଡିଓଇ ପକ୍ଷରୁ ଇ-ମେଲ ପଠାଯାଇଥିଲେ ହେଁ କୌଣସି ଜବାବ ମିଳିନଥିଲା । ସୂଚନାଯୋଗ୍ୟ ଯେ, କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ଏକ ଶାଖା ହେଉଛି ଡିଓଇ ।

Get real time updates directly on you device, subscribe now.