fbpx

ରେକର୍ଡ ଟିକାକରଣ ଉପରେ ୩ ମାସର ମାଗଣା ରିଚାର୍ଜ ଦେଉଛନ୍ତି ସରକାର; ଜାଣନ୍ତୁ ଘଟଣାର ସତ୍ୟତା

ନୂଆଦିଲ୍ଲୀ: ସଙ୍କଟ ସମୟରେ ବି ହ୍ୟାକରମାନେ ନିରୀହ ଲୋକଙ୍କ ଫାଇଦା ଉଠାଇବାକୁ ପଛଘୁଞ୍ଚା ଦେଉନାହାନ୍ତି । ଏହାରି ମଧ୍ୟରେ ଲୋକଙ୍କ ଠବିକାର ନୂଆ ଯୋଜନା ବାହାର କରିଛନ୍ତି ହ୍ୟାକର । ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ପୋଷ୍ଟରେ ଦାବି ହେଉଛି କି, ରେକର୍ଡ କୋଭିଡ ଟିକାକରଣର ଉତ୍ସବ ପାଳନ କରିବାକୁ ଜିଓ, ଏୟାରଟେଲ ଓ ଭୋଡାଫୋନ ଆଇଡିଆ ଗ୍ରାହକଙ୍କୁ ୩ ମାସର ମାଗଣା ମୋବାଇଲ ରିଚାର୍ଜ ଦେଉଛନ୍ତି କେନ୍ଦ୍ର ସରକାର । ଏହି ଆପଣଙ୍କୁ ପାଖକୁ ବି ଏହି ମେସେଜ ଆସୁଛି, ତୋବେ ସତର୍କ ହୋଇଯାଆନ୍ତୁ । ତେବେ ଆସନ୍ତୁ ଜାଣିବା କ’ଣ ରହିଛି ଘଟଣାର ସତ୍ୟତା…

ଭାଇରାଲ ମେସେଜରେ ଲେଖା ଅଛି କି, ‘କୋଭିଡ ଟିକାକରଣ ଉପଲବ୍ଧିର ଉତ୍ସବ ପାଳନ କରିବାକୁ ସମସ୍ତ ଭାରତୀୟ ଉପଭୋକ୍ତାଙ୍କୁ ୩ ମାସର ମାଗଣା ମୋବାଇଲ ରିଚାର୍ଚ ମିଳିବ । ଯଦି ଆପଣଙ୍କ ପାଖରେ ଜିଓ, ଏୟାରଟେଲ ଓ ଭିଆଇ ସିମ କାର୍ଡ ଅଛି, ତେବେ ଆପଣ ଏହାର ଲାଭ ଉଠାଇପାରିବେ ।

ଏହାରି ମଧ୍ୟରେ ଭାଇରାଲ ପୋଷ୍ଟକୁ ଫେକ୍ ବୋଲି ସ୍ପଷ୍ଟ କରିଛନ୍ତି ସରକାର । ପ୍ରେସ୍ ସୂଚନା ବ୍ୟୁରୋ ବା ପିଆଇବି ଟ୍ୱିଟ୍ କରି କହିଛି ଯେ, ‘ଭାରରାଲ ମେସେଜ୍ ନକଲି । ଭାରତ ସରକାରଙ୍କ ଦ୍ୱାରା ଏପରି କୌଣସି ଘୋଷଣା କରାଯାଇନାହିଁ ।

Get real time updates directly on you device, subscribe now.