fbpx

ଏଣିକି ମୋବାଇଲ OTPରେ ଛାତ୍ରଛାତ୍ରୀମାନେ ପାଇପାରିବେ କଲେଜ ଲିଭିଂ ସାର୍ଟିଫିକେଟ, ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଲାଗୁ କରିବାକୁ ଯାଉଛି ନୂଆ ନିୟମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଲେଜ ଲିଭିଂ ସାର୍ଟିଫିକେଟ (ସିଏଲସି)କୁ ନେଇ ଛାତ୍ରଛାତ୍ରୀମାନଙ୍କୁ ଆଉ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ । ଯୁକ୍ତତିନି ନାମଲେଖା ସମୟରେ ଛାତ୍ରଛାତ୍ରୀମାନେ ସିଏଲସିକୁ ନେଇ ନାନାବିଧା ହଇରାଣ ହରକତ ହେଉଥିଲେ । ତେବେ ଏଣିକି ଛାତ୍ରଛାତ୍ରଙ୍କୁ ଆଉ ପୂର୍ବ ପରି ଏଣେତେଣେ ଦୌଡ଼ିବାକୁ ପଡ଼ିବ ନହିଁ । ଏହି ସମସ୍ୟାର ସମାଧାନ କରିବ ମୋବାଇଲ୍ ଓଟିପି । ଓଟିପି ମାଧ୍ୟମରେ ସିଏଲସି ମିଳିବା ନେଇ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇସାରିଛି ।

ଏନେଇ ସବିଶେଷ ଆଲୋଚନା ପାଇଁ ଆସନ୍ତା ୧୦ ତାରିଖରେ ଏକ ସମୀକ୍ଷା ବୈଠକ ଡକାଯାଇଛି । ଏହି ବୈଠକରେ ୨୦୨୨-୨୩ ବର୍ଷର ସ୍ନାତକ ଛାତ୍ରଛାତ୍ରୀଙ୍କ ନାମଲେଖା ଓ ଓଟିପି ସିଏଲସି ବିଷୟରେ ନିଷ୍ପତ୍ତି ନିଆଯିବ । ରାଜ୍ୟ ସରକାରଙ୍କ ପ୍ରମୁଖ ଶାସନ ସଚିବ ଏହି ବୈଠକରେ ଅଧ୍ୟକ୍ଷତା କରିବେ । ଏହି ଅବସରରେ ୨୦୨୧-୨୨ ଶିକ୍ଷାବର୍ଷର ନାମଲେଖା ପ୍ରକ୍ରିୟାର ସମୀକ୍ଷା କରାଯିବାର କାର୍ଯ୍ୟକ୍ରମ ରହିଛି ।

ବୈଠକରେ କମନ୍ ଆପ୍ଲିକେସନ ଫର୍ମ (ସିଏଏଫ)ରେ ପରିବର୍ତ୍ତନ ନେଇ କିଛି ନିଷ୍ପତ୍ତି ନିଆଯାଇପାରେ । ଏଥିସହିତ ୨୦୨୨-୨୩ ଶିକ୍ଷାବର୍ଷର ଫିସ୍ ନିର୍ଦ୍ଧାରଣ, ଦିବ୍ୟାଙ୍ଗଙ୍କ ସାର୍ଟିଫିକେଟ୍ ଯାଞ୍ଚ, ଅନଲାଇନରେ ଜାତି ସାର୍ଟିଫିକେଟ୍, ରେସିଡେନ୍ସ ପ୍ରମାଣପତ୍ରର ଯାଞ୍ଚ ଉପରେ ଆଲୋଚନା କରାଯିବ । ଏହି ବୈଠକରେ ସମସ୍ତ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ, ପ୍ରମୁଖ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଓ ଅନ୍ୟ ଅଧିକାରୀମାନେ ଯୋଗଦେବେ ।

Get real time updates directly on you device, subscribe now.