fbpx

ବଡ଼ ନିଷ୍ପତ୍ତି: ଜୁନ୍ ୪ରେ ବିଜୟ ଉତ୍ସବ ସେଲିବ୍ରେସନ କରିବନି ବିଜେପି

Advertisement

ନୂଆଦିଲ୍ଲୀ: ଆସନ୍ତାକାଲି ଲୋକସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନ ଗ୍ରହଣ କରାଯିବ । ଏହାପରେ ଜୁନ୍ ୪ରେ ଫଳାଫଳ ଘୋଷଣା କରାଯିବ । ନିର୍ବାଚନର ରେଜଲ୍ଟ ପ୍ରକାଶ ପାଇବା ପରେ ବିଜୟୀ ଦଳ ଓ ନେତାମାନେ ବାଣ ଫୁଟାଇ, ମିଠା ବାଣ୍ଟି ଖୁସି ମନାଇବେ । ତେଣୁ ସାରା ଦେଶବାସୀ ଏବେ ଜୁନ୍ ୪କୁ ଉତ୍ସୁକତାର ସହିତ ଚାହିଁ ରହିଛନ୍ତି । ତେବେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ଜୁନ୍ ୪ରେ ବିଜୟୀ ଉତ୍ସବ ସେଲିବ୍ରେସନ କରିବ ନାହିଁ ବିଜେପି ।

ଖବର ମୁତାବକ, ଲୋକସଭା ନିର୍ବାଚନର ବିଜୟ ଉତ୍ସବ ଗୁଜରାଟରେ ପାଳନ କରାଯିବ ନାହିଁ । ଏନେଇ ଦଳର ସମସ୍ତ ପ୍ରାର୍ଥୀଙ୍କୁ ସନ୍ଦେଶ ଦିଆଯାଇଛି । ରାଜ୍ୟରେ ମୋଟ ୨୬ଟି ଲୋକସଭା ଆସନ ରହିଥିବା ବେଳେ ସେଥିମଧ୍ୟରୁ ସୂରତ ଆସନରୁ ବିଜେପି ପ୍ରାର୍ଥୀ ନିଦ୍ୱନ୍ଦ୍ୱର୍ରେ ଜିତି ସାରିଛନ୍ତି । ୪ ଜୁନରେ ୨୫ଟି ଆସନରେ ଭୋଗଟ ଗଣନା କରାଯିବ । ଦଳୀୟ ପ୍ରାର୍ଥୀଙ୍କ ବିଜୟ ପରେ ଖୋଲା ଜିପରେ ବା ଅନ୍ୟ କୌଣସି ଗାଡ଼ିରେ ପରିକ୍ରମା ନ କରିବାକୁ ଦଳର ନେତା, କାର୍ଯ୍ୟକର୍ତ୍ତା, ପ୍ରାର୍ଥୀ ଓ ସମର୍ଥକଙ୍କୁ କୁହାଯାଇଛି । ଏଥିସହିତ ମିଠା ବଣ୍ଟନ କରିବା, ପୁଷ୍ପଗୁଚ୍ଛ ବୃଷ୍ଟି କରିବ. ଡିଜେ ସେଲିବ୍ରେସନ ଉପରେ ରୋକ ଲାଗୁ କରାଯାଇଛି ।

ପ୍ରକୃତ କଥା ହେଉଛି, ଗତ ୨୫ ତାରିଖରେ ଗୁଜରାଟର ରାଜକୋଟ ସ୍ଥିତ ଗେମିଂ ଜୋନରେ ଅଗ୍ନିକାଣ୍ଡ ଘଟି ୨୭ ଜଣଙ୍କ ମୃତ୍ୟୁ ଘଟିଥିଲା । ମୃତକଙ୍କ ମଧ୍ୟରେ ଅନେକ ଶିଶୁ ମଧ୍ୟ ରହିଥିଲେ । ଏଥିସହିତ ଅନେକ ଲୋକ ଗୁରୁତର ମଧ୍ୟ ହୋଇଥିଲେ । ପୋଲିସ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ସମେତ ୪ ଜଣଙ୍କୁ ଗିରଫ କରିଥିଲା । ତେଣୁ ରାଜକୋଟ ଅଗ୍ନିକାଣ୍ଡର ମୃତକଙ୍କ ସମ୍ମାନାର୍ଥେ ଗୁଜରାଟ ବିଜେପି ନିର୍ବାଚନର ବିଜୟ ଉତ୍ସବ ପାଳନରୁ ନିବୃତ୍ତ ରହିବାକୁ ନିଷ୍ପତ୍ତି ନେଇଛି । ଏ ବାବଦରେ ବିଜେପି ପ୍ରଦେଶ ଅଧ୍ୟକ୍ଷ ସି.ଆର ପାଟିଲ ଆଜି ଦ୍ୱିପ୍ରହରେ ଏକ ଭର୍ଚୁଆଲ ବୈଠକ ଡକାଇ ଆଲୋଚନା କରିଥିଲେ । ବିଜୟ ପାଳନ ନ କରିବାକୁ ଦଳର ସମସ୍ତ କର୍ମକର୍ତ୍ତା, ୨୬ ଜିଲ୍ଲା ପ୍ରଭାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.