fbpx

ଗୁଜରାଟ ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ: ୧ ଓ ୫ ଡିସେମ୍ବରରେ ମତଦାନ

ନୂଆଦିଲ୍ଲୀ: ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ହୋଇଛି । ୨ଟି ପର୍ଯ୍ୟାୟରେ ଗୁଜରାଟ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଡିସେମ୍ବର ୧ ଓ ୫ରେ ଭୋଟ ଗ୍ରହଣ ହେବ । ଏହା ସହ ଡିସେମ୍ବର ୮ରେ ଭୋଟ ଗଣତି ହେବ । ପ୍ରଥମ ପର୍ଯ୍ୟାୟ ପାଇଁ ନଭେମ୍ବର ୫ରୁ ୧୪ ଭିତରେ ନାମାଙ୍କନ ଦାଖଲ ହେବ ।

ସେହିପରି ୨ୟ ପର୍ଯ୍ୟାୟ ପାଇଁ ନଭେମ୍ବର ୧୦ରୁ ୧୭ ମଧ୍ୟରେ ନାମାଙ୍କନ ଦାଖଲ ହେବ । ଏନେଇ ପ୍ରେସମିଟରେ ମୁଖ୍ୟ ନିର୍ବାଚନ କମିଶନର ରଜୀବ କୁମାର ସୂଚନା ଦେଇଛନ୍ତି । ବିଧାନସଭାର ମୋଟ ୧୮୨ ଆସନ ପାଇଁ ନିର୍ବାଚନ ହେବ । ୩୩ ଜିଲ୍ଲାର ୪ କୋଟି ୯୦ ଲକ୍ଷ ଭୋଟର ଏଥର ଭୋଟ ଦେବେ । ଭୋଟ ପାଇଁ ୫୧ ହଜାର ପୁଲିଂ ବୁଥର ବ୍ୟବସ୍ଥା କରାଯିବ ।

ତେବେ ଗୁଜରାଟରେ ୨୦୦୭ରୁ ଡିସେମ୍ବରରେ ନିର୍ବାଚନ ହେଇ ଆସୁଛି ଓ ୨ଟି ପର୍ଯ୍ୟାୟରେ ଭୋଟିଂ ହେଉଛି । ନିର୍ବାଚନର ଘୋଷଣା ସହିତ ଗୁଜରାଟରେ ଅଧିସୂଚନା ଲାଗିହୋଇଛି । ଗୁଜରାଟ ବିଧାନସଭାର କାର୍ଯ୍ୟକାଳ ୧୮ ଫେବ୍ରୁଆରୀରେ ଶେଷ ହେବାକୁ ଯାଉଛି, ଯେଉଁଥିପାଇଁ ପ୍ରାୟ ୧୦୦ ଦିନ ବାକି ଅଛି ।

Get real time updates directly on you device, subscribe now.