fbpx

ପିଲାଙ୍କୁ ହାତରେ ଖୁଆଇ ଦେଲେ ମିଳିବ ଜେଲ ଦଣ୍ଡ: ୧୮ ବର୍ଷ ଯାଏଁ ମିଳିବ ଏହି ସଜା

ନୂଆଦିଲ୍ଲୀ: ପିଲାଟିଏ ଜନ୍ମ ନେଲେ ସମସ୍ତେ ତାଙ୍କୁ ସ୍ନେହ ଶ୍ରଦ୍ଧା କରିଥାନ୍ତି । କିନ୍ତୁ ଭାରତ ବ୍ୟତୀତ ଅନ୍ୟ ଦେଶରେ ଏପରି ହୋଇନଥାଏ । ଏଠାରେ ପିଲାଙ୍କୁ ଗେହ୍ଲା କରିବା ଏକ ଅପରାଧ ବୋଲି ବିବେଚନା କରାଯାଏ । କେବଳ ସେତିକି ନୁହେଁ, ଏମିତି ଏକ ଦେଶ ରହିଛି ଯେଉଁଠି ଛୋଟ ପିଲାଙ୍କୁ ଖୁଆଇବା ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି । ଏଥିପାଇଁ ପିତାମାତାଙ୍କୁ କଠୋର ଦଣ୍ଡ ମଧ୍ୟ ମିଳିପାରେ । ଜେଲ ଦଣ୍ଡ ସହ ସେମାନଙ୍କୁ ନିଜ ପିଲାଙ୍କଠୁ ଲମ୍ବା ସମୟ ପର୍ଯ୍ୟନ୍ତ ଦୂରରେ ରହିବାକୁ ପଡିପାରେ । ଆସନ୍ତୁ ଜାଣିବା ଏହି ନିୟମ,

ନରୱେ ଦେଶରେ ଏପରି ଅଜବ ନିୟମ ଲାଗୁ କରାଯାଇଛି । ପିଲାମାନଙ୍କୁ ହାତରେ ଖୁଆଇ ଦେବା କିମ୍ବା ପାଖରେ ଶୁଆଇଦେବା ଏକ ଅପରାଧ ବୋଲି ଗଣନା କରାଯାଏ । ଏହି ନିୟମର ଉଲ୍ଲଙ୍ଘନ କଲେ ଏଠାକାର ପ୍ରଶାସନ ପିତା-ମାତାଙ୍କ ଉପରେ କଠୋର ଦଣ୍ଡାଦେଶ ଶୁଣାଇଥାଏ । ଏହି ସାମାନ୍ୟ ଭୁଲ ପାଇଁ ପିଲାମାନଙ୍କଠୁ ସେମାନଙ୍କୁ ୧୮ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ହୋଇଥାଏ । ଅର୍ଥାତ୍ ନିଜ ପିଲାଠୁ ସେମାନେ ୧୮ ବର୍ଷ ଯାଏଁ ନ ଦେଖି ନ ଭେଟି ଅଲଗା ରହିଥାନ୍ତି । ନରୱେର ଏହି କଠୋର ଏବଂ ଅଜବ ନିୟମ ଶିକାର ହୋଇଥିଲେ ଜଣେ ଭାରତୀୟ ଦମ୍ପତ୍ତି । ଏହି ନିୟମ ପାଳନ ନ କରିବାରୁ କାର୍ଯ୍ୟାନୁଷ୍ଠାନର ଶିକାର ପାଲଟିଛନ୍ତି । ତେବେ ଦମ୍ପତ୍ତିଙ୍କର ଭୁଲ ଥିଲା ଯେ ସେମାନେ ନିଜ ପିଲାଙ୍କୁ ହାତରେ ଖୁଆଇବା ସହ ପାଖରେ ଶୁଆଇ ଦେଇଥିଲେ । ସେଥିପାଇଁ ତାଙ୍କୁ ନରୱେ ପ୍ରଶାସନ ସେମାନଙ୍କୁ ପିଲାମାନଙ୍କ ପାଖରୁ ଅଲଗା କରି ଦେଇଛି ।

ଏହି ଘଟଣାକୁ ୧୦ ବର୍ଷ ବିତି ଯାଇଥିଲେ ମଧ୍ୟ ଏହି ଦମ୍ପତ୍ତିଙ୍କ ପାଇଁ ଏହି ଦିନ ଆଜିବି ମନେ ରହିଛି । ତେବେ ଅନେକ ଚେଷ୍ଟା ପରେ ଆଇନ ଏବଂ ପ୍ରଶାସନ ସେମାନଙ୍କୁ ପୁଣିଥରେ ନିଜ ପିଲା ସହ ଭେଟ କରାଇଥିଲା । ଏହି ଦେଶରେ ପରିବାର ଲୋକେ ପିଲାମାନଙ୍କୁ ହାତରେ ନ ଖୁଆଇ ଚାମଚ ଦ୍ୱାରା ପିଲାମାନଙ୍କୁ ଖୁଆଇପାରିବେ । ନରୱେର ଏହି ନିୟମ ଏବଂ ଏହି ଘଟଣାକୁ ନେଇ ଏକ ସିନେମା ମଧ୍ୟ ପ୍ରସ୍ତୁତ ହୋଇଛି । ରାଣୀ ମୁଖାର୍ଜୀ ଏହି ଚଳଚ୍ଚିତ୍ରରେ ସେହି ମା’ଙ୍କ ଭୂମିକାରେ ନଜର ଆସିଛନ୍ତି । ଉଭୟ ଦମ୍ପତ୍ତି ହେଉଛନ୍ତି ଅନୁରୂପ ଭଟ୍ଟାଚାର୍ଯ୍ୟ ଏବଂ ତାଙ୍କ ପତ୍ନୀ । ୨୦୧୧ ମସିହାରେ ଉଭୟଙ୍କ ସହ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଥିଲା ନରୱେ ପ୍ରଶାସନ ।

Get real time updates directly on you device, subscribe now.