fbpx

ଘରୋଇ ଶତ୍ରୁତାକୁ କେନ୍ଦ୍ରକରି ୫ ବର୍ଷର ଶିଶୁକୁ ହତ୍ୟା: କମ୍ବଳ ଘୋଡାଇ ନିଜ ଘରେ ଲୁଚାଇ ରଖିଲା ଅଭିଯୁକ୍ତ

ମାଲକାନଗିରି (ଭାସ୍କର ନ୍ୟୁଜ୍): ମାଲକାନଗିରି ଜିଲ୍ଲାର ଶିଖପାଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଏମ୍ଭି ୧୯ ଗ୍ରାମରେ ଘଟିଛି ଏପରି ଏକ ଅଭାବନୀୟ ଘଟଣା । ପାଞ୍ଚ ବର୍ଷର ନାବାଳକ ଶିଶୁ କୁ ହତ୍ୟା କରିବା ପରେ ଶବକୁ ନିଜ ଘର ଭିତରେ ଲୁଚାଇ ରଖିଥିଲେ ହତ୍ୟାକାରୀ । ଏମ୍ଭି ୧୯ ଗ୍ରାମର ନାବାଳକ ଅଙ୍କିତ ମଣ୍ଡଳ ଗତକାଲି ଠାରୁ ନିଖୋଜ ଥିଲେ ଏ ନେଇ ପରିବାର ଲୋକେ ଶନିବାର ମାଲକାନଗିରି ଆଦର୍ଶ ଥାନାରେ ଏତଲା ଦେଇଥିଲେ ତେବେ ଆଦର୍ଶ ଥାନା ଅଧିକାରୀ ରାମ ପ୍ରସାଦ ନାଗଙ୍କ ନିର୍ଦ୍ଦେଶ କ୍ରମେ ଗାଁ ରେ ପହଞ୍ଚିଥିଲେ ରଞ୍ଜନ କୁମାର ମଝି ଆଡ଼ିସିନାଲ ଆଇଆଇସି ଙ୍କ ସହ ମାଡା ମାଡକାମୀ, ଏଏସଆଇ ସତ୍ୟରାମ ହୋତା, ଏଏସଆଇ ଏବଂ ମଦନ ମୋହନ ଅମାନତ୍ୟ ହାବିଲଦାର ଏକଟିମ ସେଠାରେ ତଦନ୍ତ କରିଥିଲେ। ତଦନ୍ତ କରିବା ସମୟରେ ଅଭିଯୁକ୍ତ ବିକାଶ ରାୟ ନିଜେ ଥାନାରେ ଆସି ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି ।

ନାବାଳକକୁ ହତ୍ୟା କରି ବିକାଶ ରାୟ ନାବାଳକର ମୃତ ଦେହକୁ କମ୍ବଳ ଘୋଡାଇ ନିଜ ଘରେ ଲୁଚାଇ ରଖିଥିଲେ ବୋଲି ନିଜେ ଥାନାରେ ସ୍ୱୀକାର କରିଛନ୍ତି । ତେବେ ପୋଲିସ ସେହି ଗ୍ରାମର ବିକସ ଘରୁ ଶବ ଉଦ୍ଧାର କରିବା ସହ ବ୍ୟବଛେଦ ପାଇଁ ଡାକ୍ତରଖାନାକୁ ପଠାଇବା ସହ ବିକାଶଙ୍କ ନାମରେ ସେକସନ- ୩୬୩, ୩୦୨, ୨୦୧, ୩୪ ଆଇ ପି ସି କେଶ ନମ୍ବର ୨୯୩/ ୨୧ ରେ ଏକ ମାମଲା ରୁଜୁ କରାଯାଇଛି । ଗାଁରେ ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ ସେଠାରେ ରହି ପରିସ୍ଥିତିକୁ ନିୟନ୍ତ୍ରଣ କରୁଥିବା କଥା ଥାନା ଅଧିକାରୀ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.