fbpx

ଶୀତ ଋତୁରେ ପିଲାମାନଙ୍କଠାରେ ବଢ଼ିଥାଏ ଶ୍ୱାସଜନିତ ସଂକ୍ରମଣର ଭୟ: ଜାଣନ୍ତୁ କିପରି କରିବେ ପ୍ରତିକାର

Advertisement

ଶୀତ ଋତୁ ଆସିବା ମାତ୍ରେ ସାଧାରଣତଃ ପିଲାମାନଙ୍କ ମଧ୍ୟରେ ଅଧିକ ମାତ୍ରାରେ ସାଧାରଣ ଥଣ୍ଡା ଏବଂ ଫ୍ଲୁ ଦେଖିବାକୁ ମିଳିଥାଏ । ତେବେ ଏହା ପଛରେ ଅନେକ କାରଣ ରହିଛି ଯେଉଁଥି ପାଇଁ ପିଲାମାନେ ଶ୍ୱାସଜନିତ ସମସ୍ୟା ଏବଂ ଇନଫେକ୍ଶନ ଦ୍ୱାରା ପୀଡ଼ିତ ହୋଇଥାନ୍ତି । ତେବେ ଏହି ଥଣ୍ଡା, କାଶ ଏବଂ ଫ୍ଲୁ ପାଇଁ କିଛି ଘରୋଇ ଉପଚାର ରହିଛି ଯାହା କରିବା ଦ୍ୱାରା ଆପଣ ପିଲାମାନଙ୍କୁ ଏହି ଋତୁରେ ସୁସ୍ଥ ରଖିପାରିବେ । ସେମାନଙ୍କୁ ଏହି ଋତୁରେ ଥଣ୍ଡା ଏବଂ ଅନ୍ୟାନ୍ୟ ଶ୍ୱାସଜନିତ ସମସ୍ୟା ଠାରୁ ଦୂରେଇ ରଖିପାରିବେ ।

ତେବେ ଏହି ଋତୁରେ ସଂକ୍ରାମକ ରୋଗ ଅଧିକ ହେଉଥିବା ଦେଖିବାକୁ ମିଳିଥାଏ । ପିଲାମାନଙ୍କଠାରେ ସାଧାରଣ ଥଣ୍ଡା, ବ୍ରୋଙ୍କାଇଟିସ ପରି ଶ୍ୱାସଜନିତ ସମସ୍ୟା ଅଧିକ ପରିଲକ୍ଷିତ ହୋଇଥାଏ । ଏପରିକି ପିଲାମାନେ ନିମୋନିଆରେ ପୀଡ଼ିତ ହେବାର ସମ୍ଭାବନା ମଧ୍ୟ ଏହି ଋତୁରେ ବଢ଼ିଯାଇଥାଏ । ତେବେ ପିଲାମାନଙ୍କର ସ୍ୱାସ୍ଥ୍ୟରେ ସୁଧାର ଆଣିବା ପାଇଁ ସମୟ ଥାଉ ଥାଉ ଉପଚାର କରିନେବା ଭଲ ।

ଏହି ଋତୁରେ ପିଲାମାନେ ଅଧିକ ଶ୍ୱାସଜନିତ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ତେବେ ଏହା ମଧ୍ୟରେ ବ୍ରୋଙ୍କିଓଲାଇଟିସ ପ୍ରମୁଖ । ତେବେ ଏହା ରେସ୍ପିରେଟୋରି ସିନକାଇଟିଆଲ ଭାଇରସ ଦ୍ୱାରା ଏହି ସଂକ୍ରମଣ ବ୍ୟାପିଥାଏ । ଏହି ଭାଇରସ ଛିଙ୍କ ବା କାଶ ଦ୍ୱାରା ଜଣଙ୍କ ଠାରୁ ଅନ୍ୟଜଣଙ୍କୁ ସଂକ୍ରମିତ ହୋଇଥାଏ । ଏଥିରେ ଜ୍ୱର ହେବା, ନାକରୁ ପାଣି ବାହାରିବା, ଝାଳ ବାହାରିବା ଆଦି ଳକ୍ଷଣ ଦେଖାଯାଇଥାଏ ।

ଏହା ସହିତ ଶୀତ ଋତୁରେ ସେମାନଙ୍କୁ ନିମୋନିଆ ଏବଂ ଫୁସଫୁସ ଜନିତ ସମସ୍ୟା ମଧ୍ୟ ହୋଇଥାଏ । ଏହା ସହିତ ଇନଫେକ୍ଶନ ହେବାର ଆଶଙ୍କା ମଧ୍ୟ ବଢ଼ିଯାଏ । ଯାହା ଦ୍ୱାରା ସେମାନଙ୍କୁ ନିଃଶ୍ୱାସ ନେବାରେ ମଧ୍ୟ ଅସୁବିଧା ହୋଇପାରେ । ଏପରିକି ଆପଣଙ୍କର ଘରଭିତରେ ହେଉଥିବା ବିଭିନ୍ନ କାର୍ଯ୍ୟ ଦ୍ୱାରା ମଧ୍ୟ ପିଲାମାନଙ୍କୁ ଏହି ସଂକ୍ରମଣ ହେବାର ସମ୍ଭାବନା ରହିଥାଏ ।

ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାର ଲକ୍ଷଣ ସାଧାରଣ ଥଣ୍ଡାର ଲକ୍ଷଣ ପରି ହୋଇଥାଏ । ନାକ ବନ୍ଦ ହେବା, ଗଳା ଖରାପ ହେବ, ଥକାପଣ, ନିଶ୍ୱାସ ନେବାରେ କଷ୍ଟ ପରି ଲକ୍ଷଣ ସବୁ ପିଲାମାନଙ୍କ ମଧ୍ୟରେ ଦେଖାଦେଇଥାଏ । ସାଧାରଣତଃ ଏଥିରେ ୫ ବର୍ଷରୁ କମ ବୟସ୍କ ପିଲା ଆକ୍ରାନ୍ତ ହୋଇଥାନ୍ତି ।

ତେବେ ଏହାର ପ୍ରତିକାର କରିବା ପାଇଁ ଚାହୁଁଥିଲେ କେତେଗୁଡ଼ିଏ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ । ଘରେ ସଫା ସଫି ଉପରେ ବିଶେଷ ଧ୍ୟାନ ଦିଅନ୍ତୁ । ଖାଦ୍ୟ ଖାଇବା ଏବଂ ପ୍ରସ୍ତୁତ କରିବା ପୂର୍ବରୁ ସାବୁନରେ ହାତ ଧୁଅନ୍ତୁ । ତେବେ ଯେଉଁମାନଙ୍କଠାରେ ସଂକ୍ରମଣର ଲକ୍ଷଣ ଦେଖାଯାୁଛି ସେମାନଙ୍କୁ ଅଲଗା ରଖନ୍ତୁ ଏବଂ ସେମାନଙ୍କ ବ୍ୟବହାର ଜିନିଷ ସବୁକୁ ମଧ୍ୟ ଅଲଗା କରନ୍ତୁ । ତେବେ ପିଲାମାନଙ୍କ ଯତ୍ନ ନେବା ସମୟରେ ନିଜେ ମାସ୍କ ପିନ୍ଧନ୍ତୁ । ଏହିପରି ମୌସୁମୀକାଳୀନ ରୋଗରୁ ରକ୍ଷା ପାଇବା ପାଇଁ ପିଲାମାନଙ୍କର ଠିକ ସମୟରେ ଟୀକାକରଣ କରିବା ନିହାତି ଜରୁରୀ । ପିଲାମାନଙ୍କୁ ଭିଡ଼ ସ୍ଥାନରୁ ଦୂରେଇ ରଖିବା ସହିତ ଆବଶ୍ୟକ ସମୟରେ ଡାକ୍ତରଙ୍କ ସହିତ ଏ ବାବଦରେ ପରାମର୍ଶ କରନ୍ତୁ ।

Get real time updates directly on you device, subscribe now.