fbpx

IMDର ସତର୍କ ସୂଚନା: ଆସନ୍ତା ୫ ଦିନ ପର୍ଯ୍ୟନ୍ତ ୮ ରାଜ୍ୟରେ ଲାଗି ରହିବ ଝଡ଼ବର୍ଷା

Advertisement

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ଭୀଷଣ ଗରମର ପ୍ରଭାବ ଅନୁଭୂତ ହେଉଛି । ତେବେ ଖୁବଶୀଘ୍ର ଜନସାଧାରଣ ତାତି କଷ୍ଟରୁ ନିସ୍ତାର ପାଇବେ । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଏନେଇ ଅପଡେଟ୍ ଜାରି କରାଯାଇଛି । ମୁମ୍ବାଇ ସମେତ କିଛି ରାଜ୍ୟରେ ବର୍ଷାର ସମ୍ଭାବନା ରହିଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ମଧ୍ୟ ଆରବ ସାଗରର କିଛି ଭାଗରେ ଆଗକୁ ବଢ଼ିବାରେ ଲାଗିଥିବା କୁହାଯାଉଛି । ଏହାଫଳରେ ପୂର୍ବ ଗୋଆ, କୋଙ୍କଣ ଓ କର୍ଣ୍ଣାଟକର କିଛି ଅଞ୍ଚଳ ପ୍ରଭାବିତ ହୋଇପାରେ ।

ତେବେ ଆଇଏମଡି ସୂଚନା ମୁତାବକ, ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପୂର୍ବ ଭାରତ ଓ ଉପ-ହିମାଳୟ ଅଞ୍ଚଳ ପଶ୍ଚିମବଙ୍ଗ, ସିକିମରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସେହିପରି ବିହାର ଓ ଝାରଖଣ୍ଡରେ ଆସନ୍ତା ଦୁଇଦିନ ଭାରି ବର୍ଷା ହୋଇପାରେ । ଆଜି ମୁମ୍ବାଇର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା ବେଳେ ଏବେ ଦିଲ୍ଲୀରେ ବର୍ଷା ଆରମ୍ଭ ହେବାକୁ ଯାଉଛି ।

ତେବେ ଦେଶର ପାଣିପାଗର ସ୍ଥିତି ନେଇ ଆଇଏମଡି ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି । ବେଳକୁ ବେଳ ମୌସୁମୀର ପ୍ରବାହ ଆଗକୁ ବଢ଼ୁଥିବା ଜଣାପଡ଼ିଛି । ମୁମ୍ବାଇରେ ଆସନ୍ତା ୧୪ ତାରିଖରେ ଝଡ଼ ବର୍ଷା ହୋଇପାରେ । ଆଜି ମୁମ୍ବାଇର ସର୍ବନିମ୍ନ ତାପମାତ୍ରା ୨୬ ଡିଗ୍ରୀ ସେଲସିୟସ ରହିଥିବା ବେଳେ ସର୍ବାଧିକ ତାପମାତ୍ରା ୩୪ ଡିଗ୍ରୀ ରେକର୍ଡ କରାଯାଇଛି । ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ଉତ୍ତର-ପଶ୍ଚିମ, ମଧ୍ୟ ଓ ପୂର୍ବ ଭାରତର ଭିନ୍ନ ଭିନ୍ନ ସ୍ଥାନରେ ହିଟୱେଭର ସ୍ଥିତି ଜାରି ରହିବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.