ଆସୁଛି ବଡ଼ ବର୍ଷା: ଜାଣନ୍ତୁ କେଉଁ ସବୁ ଜିଲ୍ଲାରେ ରହିଛି ବର୍ଷା ସମ୍ଭାବନା
ବଦଳିବ ପାଣିପାଗ ମିଜାଜ୍, ଆସୁଛି ବଡ଼ ବର୍ଷା
ରାଜ୍ୟରେ ଜାରି ରହିଛି ଶୀତ-ଖରାର ଲୁଚକାଳି ଖେଳ। ତେବେ, ଏହାରି ଭିତରେ ଆଞ୍ଚଳିକ ପାଣିପାଗ ବିଭାଗ ଏକ ଆଶ୍ଚର୍ଯ୍ୟ କଲା ପରି ଖବର ଦେଇଛି। ଆସୁଛି ବଡ଼ ବର୍ଷା। ତେବେ, ଆସନ୍ତୁ ଜାଣିବା କେଉଁ ସବୁ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି…
ଆସନ୍ତା ୧୯ ଓ ୨୦ ତାରିଖରେ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି। ଉତ୍ତର ଉପକୂଳ ଓଡି଼ଶା ଓ ମୟୂରଭଂଜରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।
୨୦ ରେ ଉତ୍ତର ଉପକୂଳ ଓଡି଼ଶା ଓ ମୟୂରଭଂଜ ସମେତ କେନ୍ଦୁଝର ଓ ଢେଙ୍କାନାଳରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି ।
ଆସନ୍ତା ୩ ଦିନ ତାପମାତ୍ରା ୨ ରୁ ୩ ଡିଗ୍ରୀ ବଢିବ ବୋଲି ଆକଳନ କରିଛି ବିଭାଗ। ସେହିଭଳି ୨ ଦିନ ପରେ ରାତି ତାପମାତ୍ରା ମଧ୍ୟ ୨ ରୁ ୩ ଡିଗ୍ରୀ ବଢିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ଶୁକ୍ରବାର ଦିନ ଅନୁଗୁଳରେ ସର୍ବାଧିକ ତାପମାତ୍ରା ୩୪.୭ ଡିଗ୍ରୀ ରେକର୍ଡ଼ ହୋଇଥିବା ବେଳେ ଖୋର୍ଦ୍ଧାରେ ୩୪.୫, ଝାରସୁଗୁଡାରେ ୩୪.୨, ବୌଦ୍ଧରେ ୩୩.୫, ଭବାନୀପାଟଣା ଓ ନୟାଗଡରେ ୩୩ ଡିଗ୍ରୀ ସେଲିସୟସ୍ ରେକର୍ଡ଼ କରାଯାଇଛି।
ରାଉରକେଲାରେ ରାତି ତାପମାତ୍ରା ସବୁଠୁ କମ୍ ୯.୮ ଡିଗ୍ରୀ ରେକର୍ଡ କରାଯାଇଛି।