ଜୟପୁର: ରାଜସ୍ଥାନ ଓ ପଞ୍ଜାବରେ ହାଇ ଆଲର୍ଟ । ପାକିସ୍ତାନ- ଭାରତ ମଧ୍ୟରେ ଲାଗି ରହିଥିବା ସଂଘର୍ଷ ପାଇଁ ଏହି ୨ ରାଜ୍ୟରେ ହାଇ ଆଲର୍ଟ ଜାରି କରାଯାଇଛି ।
ଅନ୍ୟପଟେ ରାଜସ୍ଥାନରେ ସୀମା ସିଲ୍ କରିଛି ସେନା । ବିଏସଏଫକୁ ସୁଟ୍ ଅନ୍ ସାଇଟ୍ ଅର୍ଡର ।
ସନ୍ଦିଗ୍ଧ ଗତିବିଧି ଦେଖିଲେ ଗୁଳିମାଡ଼ କରିବାକୁ ନିର୍ଦ୍ଦେଶ । ସୀମାରେ ଅନୁପ୍ରବେଶ ଉପରେ କଡ଼ା ନଜର ।
ପଞ୍ଜାବ ପୋଲିସର ଛୁଟି ବାତିଲ୍ । ସମସ୍ତ ପୋଲିସ କର୍ମଚାରୀ ଡ୍ୟୁଟିରେ ରହିବେ । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଛୁଟି ବାତିଲ କରାଯାଇଛି ।