fbpx

ସରକାରଙ୍କ ବଡ଼ ଘୋଷଣା: ଏବେ ହୋଟେଲ ରୁମ୍ ଭଡ଼ାରେ ମଧ୍ୟ ମିଳିବ ୫୦ ପ୍ରତିଶତ ରିହାତି!

Advertisement

ନୂଆଦିଲ୍ଲୀ: ଲୋକମାନେ ଯେତେବେଳେ ଘରୁ ଅନ୍ୟ ସ୍ଥାନକୁ ଯାଆନ୍ତି, ସେଠାରେ ସେମାନେ ରହିବାକୁଏକ ହୋଟେଲ ଆବଶ୍ୟକ କରନ୍ତି। ହୋଟେଲ ଭଡା ସ୍ଥାନ, ଗୁଣବତ୍ତା ଏବଂ ଅବସ୍ଥାନ ଅନୁଯାୟୀ, ଭିନ୍ନ ହୋଇଥାଏ। ସେହି ସମୟରେ, ଆପଣ ଯେଉଁ ରୁମ୍ ନେଉଛନ୍ତି ତାହା ଉପରେ ଭଡା ବହୁତ ନିର୍ଭର କରେ। ଅନ୍ୟ ପଟେ, ଯେତେବେଳେ ବି ଆପଣ ଯାତ୍ରା ପାଇଁ ଯାଆନ୍ତି, ହୋଟେଲ ଭଡା ଏକ ଗୁରୁତ୍ୱପୂର୍ଣ୍ଣ ଖର୍ଚ୍ଚ ଅଟେ। ଅନେକ ଥର ହୋଟେଲ ଭଡା ମଧ୍ୟ ଲୋକଙ୍କ ବଜେଟ୍ ଖରାପ କରିଥାଏ। ତେବେ ବର୍ତ୍ତମାନ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ଏବଂ ହୋଟେଲ ଭଡ଼ାରେ ରିହାତି ପ୍ରଦାନ କରାଯିବ ବୋଲି କୁହାଯାଇଛି।

ପର୍ଯ୍ୟଟକମାନଙ୍କୁ ବର୍ତ୍ତମାନ ହିମାଚଳ ପ୍ରଦେଶ ସରକାର ହୋଟେଲ ଭଡ଼ାରେ ରିହାତି ପ୍ରଦାନ କରିବେ। ହୋଟେଲ ରୁମ ଭଡା ଉପରେ ହିମାଚଳ ପ୍ରଦେଶ ପର୍ଯ୍ୟଟନ ବିକାଶ ନିଗମ (HPTDC) ୫୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଘୋଷଣା କରିଛି। ଏହାପୂର୍ବରୁ ରାଜ୍ୟ ସରକାର ୭୦,୦୦୦ରୁ ଅଧିକ ପର୍ଯ୍ୟଟକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିଥିଲେ, ଯେଉଁମାନେ ପ୍ରବଳ ବର୍ଷା, ଭୂସ୍ଖଳନ ଓ ବନ୍ୟାରେ ଫସି ରହିଥିଲେ। ପ୍ରବଳ ବର୍ଷା ହେତୁ ହିମାଚଳ ପ୍ରଦେଶରେ ଭୂସ୍ଖଳନ ଓ ବନ୍ୟା ପରିସ୍ଥିତି ଦେଖାଦେଇଛି। ଏହି ସମୟ ମଧ୍ୟରେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ସରକାର ସେମାନଙ୍କୁ ହୋଟେଲ ଭଡା ଉପରେ ରିହାତି ଦେବାକୁ ଚେଷ୍ଟା କରିଛନ୍ତି, ଯାହାଦ୍ୱାରା ପର୍ଯ୍ୟଟକମାନେ ଅଶ୍ଵସ୍ତି ପାଇପାରିବେ। ଏଭଳି ପରିସ୍ଥିତିରେ ପର୍ଯ୍ୟଟକମାନେ ମଧ୍ୟ ଏହି ପଦକ୍ଷେପ ପାଇଁ ସରକାରଙ୍କୁ ଧନ୍ୟବାଦ ଦେଉଛନ୍ତି। ନିଗମର ମୁଖପାତ୍ର ଏକ ବିବୃତ୍ତିରେ କହିଛନ୍ତି ଯେ, HPTDC ଦ୍ୱାରା ପରିଚାଳିତ ହୋଟେଲଗୁଡିକ ଉପରେ ଏହି ରିହାତି ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ସେ କହିଛନ୍ତି ଯେ, ଏତେ ବଡ ରିହାତି ଦେଇ HPTDC ପରିଦର୍ଶକଙ୍କ ଅଭିଜ୍ଞତାକୁ ଉନ୍ନତ କରିବାକୁ ଚେଷ୍ଟା କରୁଛି।

ବାସ୍ତବରେ ହିମାଚଳରେ ବର୍ଷା ହେତୁ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇଛି। ପର୍ଯ୍ୟଟନ ଶିଳ୍ପ ହିତାଧିକାରୀ ସଂଘର ସଭାପତି ଏମ.କେ ସେଥ କହିଛନ୍ତି ଯେ, ଜୁଲାଇ ୭ ରୁ ୧୪ ମଧ୍ୟରେ ପ୍ରବଳ ବର୍ଷା ପରେ ରାଜ୍ୟରେ ପର୍ଯ୍ୟଟକଙ୍କ ସଂଖ୍ୟା ପ୍ରାୟ ଶୂନକୁ ଖସି ଆସିଛି। ପରିସ୍ଥିତି ଦ୍ରୁତ ଗତିରେ ସୁଧୁରିବା ସହ ରାସ୍ତା ଖୋଲାଯାଉଛି।

Get real time updates directly on you device, subscribe now.