fbpx

ଫାଟୁଛି କି ଓଠ ? ଶୀତଦିନେ ଏହି ସମସ୍ୟାରୁ ମୁକ୍ତି ଦେବ ରୋଷେଇ ଘରେ ଥିବା ଏହି ୩ଟି ଜିନିଷ

ଚର୍ମର ଶୁଷ୍କତା ସହିତ, ଫଟା ଓଠ ମଧ୍ୟ ଶୀତ ଦିନର ଏକ ସାଧାରଣ ସମସ୍ୟା । ଏପରି ପରିସ୍ଥିତିରେ, ଆପଣ ଦାମୀ ବ୍ୟୁଟି ପ୍ରଡକ୍ଟସ ବ୍ୟବହାର କରୁଥିବେ ଯାହା ଅନେକ ରାସାୟନିକ ପଦାର୍ଥରେ ଭରପୁର ଥାଏ । ଏହାର ଅତ୍ୟଧିକ ବ୍ୟବହାର ଆପଣଙ୍କ ଓଠକୁ ଧୀରେ ଧୀରେ କଳା କରିବା ଆରମ୍ଭ କରେ ।

ଏଭଳି ପରିସ୍ଥିତିରେ, ଆପଣ ଘରେ ଉପଲବ୍ଧ ଜିନିଷ ସାହାଯ୍ୟରେ ଆପଣ ରାସାୟନିକ ମୁକ୍ତ ଲିପ୍ ବାମ୍ ତିଆରି କରିପାରିବେ । ଘରେ ତିଆରି ହୋଇଥିବା ଏହି ଲିପ୍ ବାମ୍ ବ୍ୟବହାର ଆପଣଙ୍କୁ ସୁନ୍ଦର ଏବଂ କୋମଳ ଓଠ ଦେଇଥାଏ । ତେବେ ଜାଣି ରଖନ୍ତୁ ଏହି ଲିପ୍ ବାମ୍ କିପରି ପ୍ରସ୍ତୁତ କରିବେ ।

ଲିପ୍ ବାମ୍ ତିଆରି କରିବା ପାଇଁ ଆବଶ୍ୟକ ସାମଗ୍ରୀ-

ମହୁ ୨ ଚାମଚ ।
କଞ୍ଚା କ୍ଷୀର ୨ ରୁ ୩ ଚାମଚ ।
ଗୋଲାପ ଜଳ ୨ ବୁନ୍ଦା ।

ଲିପ୍ ବାମ୍ ତିଆରି କରିବା ପାଇଁ ସର୍ବପ୍ରଥମେ ଏକ ପାତ୍ର ନିଅନ୍ତୁ । ତା’ପରେ ଆପଣ ଏଥିରେ ପ୍ରାୟ ୧ ରୁ ୨ ଚାମଚ ମହୁ ମିଶାନ୍ତୁ । ଏହା ପରେ, ଆପଣ ଏଥିରେ ପ୍ରାୟ ୨ ରୁ ୩ ଚାମଚ କଞ୍ଚା କ୍ଷୀର ମିଶାନ୍ତୁ । ପରେ ସେଥିରେ ଦୁଇ ରୁ ତିନି ବୁନ୍ଦା ଗୋଲାପ ଜଳ ମିଶାନ୍ତୁ । ଏହା ପରେ, ଏହି ସବୁ ଜିନିଷକୁ ଭଲ ଭାବରେ ମିଶାନ୍ତୁ । ପରେ ଆପଣ ଏହାକୁ କିଛି ସମୟ ଫ୍ରିଜରେ ରଖି ଜମିବା ପାଇଁ ଛାଡିଦିଅନ୍ତୁ । ଏହା ପରେ ପ୍ରତିଦିନ ରାତିରେ ଏହାକୁ ବ୍ୟବହାର କରନ୍ତୁ ।

Get real time updates directly on you device, subscribe now.