fbpx

ରାଶିଫଳ (ମଙ୍ଗଳବାର ,୨୭ ଅପ୍ରିଲ ,୨୦୨୧)

ମେଷ : ମାନ ସମ୍ମାନ, ଟଙ୍କାପଇସା କ୍ଷେତ୍ରରେ ଶୁଭଫଳ ମିଳିବ । ଆୟ ମନମୁତାବକ ହେବ । କିଛି ଯୋଜନାରେ ସଫଳ ହେବେ ଚେଷ୍ଟା ଜାରି ରଖନ୍ତୁ । ବିବାହଯୋଗ୍ୟ ପିଲାଙ୍କର ସମ୍ଭାବନା ଷୃଷ୍ଟି ହେବ । ସମସ୍ତ ଯୋଜନାରେ ସଫଳ ହେବେ ।

ବୃଷ : କୌଣସି ଅତୀତର ଯୋଜନାରେ ସଫଳ ହେବେ, ପାରିବାରିକ ପରିବେଶ ଭଲ ରହିବ । ପରିଶ୍ରମ ମୁତାବକ ଫଳ ମିଳିବ, କିନ୍ତୁ ମନ ବିଚଳିତ ରହିବ । ଆଶା ପୂରଣ ହେବ ଏବଂ ସମସ୍ୟାରୁ ମୁକ୍ତି ମିଳିବା ସହିତ ଆତ୍ମବଳ ବଢିବ ।

ମିଥୁନ : କୌଣସି ଚିନ୍ତା ମନକୁ ଦୁର୍ବଳ କରିଦେବ । ଆମିଷ ଖାଇବେ ନାହିଁ ଏବଂ ଲକ୍ଷ୍ମୀଙ୍କର ସ୍ତୁତି ପଢନ୍ତୁ କିମ୍ବା ଶୁଣନ୍ତୁ । ଭଗବାନଙ୍କୁ ଦର୍ଶନକରି ଆଦାଖଣ୍ଡେ ପାଟିରେ ରଖି ଦିନ କାଟନ୍ତୁ ।

କର୍କଟ : କୌଣସି ପ୍ରକାରର ଚେଷ୍ଟା କରୁଥିବା କାମ ହେଇଯିବ । ବକେୟା ଅର୍ଥ ଏବଂ ଅଟକିଥିବା କାମ ପ୍ରାପ୍ତ ହେବ କିନ୍ତୁ ଗଛିତ ଅର୍ଥବ୍ୟୟ ବଢିବ ଫଳରେ ମନ ଅଶାନ୍ତ ରହିବ । ଅନୁକୁଳ ସମୟ ରହିବ, ମନର ଆଶା ପୂରଣ ହେବ ।

ସିଂହ : ଶୁଭଦିନ ରହିବ ତେଣୁ ଟଙ୍କାପଇସାକୁ ନେଇ ଚିନ୍ତା କମିବ । ଲୋକସମ୍ପରର୍କ ବଢିବ ଏବଂ କର୍ମକ୍ଷେତ୍ରରେ ଆଶାଜନକ ସ୍ଥିତି ରହିବ । ଶୁଭରେ ଦିନ କଟିବ । ସୁଖଶାନ୍ତିରେ ସମୟ କଟିବ ମାତ୍ର ଅଯଥା ଖର୍ଚ୍ଚ ବଢିବ ତେଣୁ ମନ ବିଚଳିତ ରହିବ ।

କନ୍ୟା : କର୍ମ ଏବଂ ଅର୍ଥ ଚିନ୍ତା ଦୂରହେବ । କର୍ମସ୍ଥଳରେ ଆଶାଜନକ ପରିସ୍ଥିତି ରହିବ । ଜାଗାବାଡି ଏବଂ ନୂତନ ଯାନବାହାନ କ୍ରୟ ନିମନ୍ତେ ସୁଯୋଗ ଷୃଷ୍ଟି ହେବ । ମନ ଏବଂ ସ୍ୱାସ୍ଥ୍ୟ ଦୁର୍ବଳ ରହିବ ଓ ଛାତ୍ରଛାତ୍ରୀଙ୍କର ପାଠପ୍ରତି ଆଗ୍ରହ କମ ରହିବ ।

ତୁଳା : ଚାକିରି ହେଉ କିମ୍ବା ବ୍ୟବସାୟ କିଛି ବାଧାବିଘ୍ନ ରହିବ । ପରିବାରରେ ଭୁଲବୁଝାବଣା ରହିବ । ମନ ଅସ୍ଥିର ରହିବ ତେଣୁ ସତର୍କ ରହିଥିବେ । ପରିଶ୍ରମ ମୁତାବକ ଫଳ ପାଇବେ ନାହିଁ । ଆପଣଙ୍କ ବାକ୍ୟ ସାମ୍ନା ବ୍ୟକ୍ତିକୁ ଖରାପ ଲାଗିପାରେ ।

ବିଛା : ଦିନଟି ଶୁଭରେ କଟିବ । ଆଶାଜନକ ସମସ୍ତ ପରିବେଶ ପରିସ୍ଥିତି ରହିବ । ଚାକିରିରେ ଶୁଭତ୍ୱ ଏବଂ ବ୍ୟବସାୟରେ ଲାଭ ବଢିବ । ପୁରୁଣା ରୋଗରୁ ଆଶ୍ୱସ୍ତି ମିଳିବ ଏବଂ ଚେଷ୍ଟା ଅନୁଯାୟୀ ଫଳ ମିଳିବ । ଆତ୍ମବଳ ଅଧିକ ରହିବ ।

ଧନୁ : ମନର ଆଶା ପୂରଣ ହେବ । ଚେଷ୍ଟା କରୁଥିବା କାମରେ ସଫଳ ହେବେ । ବନ୍ଧୁ ପରିଜନରେ ସାହାଯ୍ୟ ମିଳିବ । କୌଣସି ପ୍ରକାରର ଆଶା ପୂରଣ ହେବ ଏବଂ କୌଣସି ସମସ୍ୟାରୁ ମୁକ୍ତି ମିଳିବା ସହିତ ଆତ୍ମବଳ ବଢିବ ।

ମକର : କୌଣସି ଯୋଜନାରେ ସଫଳ ହେବେ । ପାରିବାରିକ ଶାନ୍ତି ମିଳିବ, ଅର୍ଥଚିନ୍ତା ଦୂର ହେବ ଏବଂ ମାନସିକ ଶାନ୍ତି ବଢିବ । ହନୁମାନଙ୍କ ନିମନ୍ତେ ଗୃହରେ ରାଶିତେଲର ଦ୍ୱୀପ ଦିଅନ୍ତୁ ଶୁଭଫଳ ପ୍ରାପ୍ତ ହେବ । ଆଶାଜନକ ପରିବେଶ ପରିସ୍ଥିତି ରହିବ । ନିଜ ଖାଦ୍ୟରୁ କିଛି ଖାଦ୍ୟ କାଉଙ୍କୁ ଦିଅନ୍ତୁ ଶୁଭତ୍ୱ ବୃଦ୍ଧି ହେବ ।

କୁମ୍ଭ : ମନର ଆଶା ପୁରଣ ହେବ ନାହିଁ ତେଣୁ ମାନସିକ ଅଶାନ୍ତି ବୃଦ୍ଧି ହେବ । ଆଜି ବାଧାବିଘ୍ନ ରହିବ । ପିଲାମନଙ୍କର ଭବିଷ୍ୟତର ପାଠପଢା ଏବଂ କର୍ମନିଯିକ୍ତିକୁ ନେଇ ଚିନ୍ତିତ ରହିବେ । ଯାନ୍ତ୍ରିକ ଜିନିଷ ଖରାପ ହୋଇ ଅଯଥା ଖର୍ଚ୍ଚାନ୍ତ ହେବେ ।

ମୀନ : ପାରିବାରିକ ଏବଂ କାଯ୍ୟସ୍ଥଳରେ ମନ ଆନନ୍ଦ ରହିବ । ପିଲାଙ୍କର ଚାକିରିର ସୁଯୋଗ ଆସିବ । କର୍ମ କ୍ଷେତ୍ର ସ୍ଥିତିରେ ସୁଧାର ଆସିବ । କୌଣସି କ୍ଷେତ୍ରରୁ ସହାୟତା ମିଳିବ । ପରିବାରରେ ଦାୟିତ୍ୱ ବୃଦ୍ଧି ହେବ । ପାରିବାରିକ ସମ୍ପର୍କରେ ଆନନ୍ଦ ମିଳିବ । କର୍ମଜୀବୀ ମହିଳା ଅଧିକ ଶୁଭଫଳ ପାଇବେ ।

Get real time updates directly on you device, subscribe now.