fbpx

ରାଶିଫଳ (ବୁଧବାର ,୦୨ ଜୁନ ,୨୦୨୧)

ମେଷ : ନିଜ ଲୋକଙ୍କ ସହିତ ଆପଣଙ୍କର ସମ୍ପର୍କ ଭଲ ରହିବ ନାହିଁ । ଆଜି ଦୁଃଖ ଅନୁଭବ କରିବେ ଏବଂ ରାଗି ମଧ୍ୟ ପାରନ୍ତି । ମନେ ରଖନ୍ତୁ କେବଳ ଥଣ୍ଡା ମନରେ ଧର୍ଯ୍ୟ ରଖନ୍ତୁ ଆପଣଙ୍କ ପରିସ୍ଥିତିକୁ ସମ୍ଭାଳି ପାରିବେ ।

ବୃଷ : ପରିବାରର କୌଣସି ସଦସ୍ୟଙ୍କ ପରାମର୍ଶ ଆପଣଙ୍କୁ ଠିକ୍ ଲାଗି ନ ପାରେ । ଏହାର ପ୍ରଭାବ ଆପଣଙ୍କ ଉପରେ ପଡ଼ିଲେ ମଧ୍ୟ ଆପଣ ଏହି ବିଷୟରେ କିଛି କରିପାରିବେ ନାହିଁ ।

ମିଥୁନ : ପରିବାରରୁ ଦୂରରେ ରହୁଥିବା ବ୍ୟକ୍ତି ଆଜି ପରିବାର ସହିତ ଭଲ ସମୟ କଟାଇପାରିବେ । ଏହି ସମୟର ଉପଯୋଗ ପୁରୁଣା ସ୍ମୃତିକୁ ମନେ ପକାଇବାରେ ବ୍ୟବହାର କରିପାରିବେ ।

କର୍କଟ : ବନ୍ଧୁମାନଙ୍କ ସହିତ ମଜା କଟାଇବାର ଦିନ । ଆପଣ ନିଜର ସବୁ ଅସୁବିଧା ଭୁଲି ଖୁସିରେ ଦିନଟି କଟାନ୍ତୁ । ଆପଣଙ୍କ ନିଜର ସବୁ ବିଚାରକୁ ଖୋଲି କରି ପ୍ରକାସ କରିପାରନ୍ତି ।

ସିଂହ : ଆଜି ବୋଧହୁଏ ଆପଣଙ୍କୁ କୌଣସି ମିତ୍ର କିମ୍ବା ସହଯୋଗୀଙ୍କର ସାହାଯ୍ୟ ମିଳିବ ନାହିଁ । ଏଥିପାଇଁ ଆପଣ ନିରାଶ ହୋଇପଡ଼ିବେ କିନ୍ତୁ ମନେ ରଖନ୍ତୁ ଆପଣଙ୍କର ସବୁ କଥାରେ ଏକ ସୀମା ମଧ୍ୟ ରହିଛି ।

କନ୍ୟା : କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ଭାବିଚିନ୍ତି ନିଅନ୍ତୁ । ଆଜିର ନିଷ୍ପତ୍ତି ଆପଣଙ୍କର ଭବିଷ୍ୟତ ଉପରେ ପଡ଼ିବ । ମିତ୍ର କିମ୍ବା ସହଯୋଗୀଙ୍କର ସାହାଯ୍ୟ ମିଳିବ ନାହିଁ ।

ତୁଳା : ଆପଣ କୌଣସି କଥାର ସତ୍ୟତା ପରୀକ୍ଷା ପାଇଁ ତାହାକୁ ଯାଞ୍ଚ ନିଶ୍ଚୟ କରନ୍ତୁ । କୌଣସି କଥାକୁ ଶୁଣି ନିଷ୍ପତ୍ତି ନିଅନ୍ତୁ ନାହିଁ । ଯାହାବି ନିଷ୍ପତ୍ତି ନେଉଛନ୍ତି ଭାବିଚିନ୍ତି ନିଅନ୍ତୁ ।

ବିଛା : କୌଣସି ନୂଆ ସମ୍ପର୍କ ସ୍ଥାପନ କରିପାରନ୍ତି । ଏହି ନୁଆ ବନ୍ଧୁ ଆପଣଙ୍କର ଖରାପ ସମୟରେ ମଧ୍ୟ ଆପଣଙ୍କ ସାଙ୍ଗରେ ରହିବ । ଆପଣ ଆଜି ଅନୁଭବ କରିବେ ଯେ ଆପଣ କେତେ ସୌଭାଗ୍ୟଶାଳୀ ଯେ ଆପଣଙ୍କୁ ଏହି ଭଳି ମିତ୍ର ମିଳିଛନ୍ତି ।

ଧନୁ : ନିଜକୁ କୌଣସି ପରିବାରର କାର୍ଯ୍ୟରେ ବ୍ୟସ୍ତ ରଖିବେ । ଏହି କାର୍ଯ୍ୟର ଆୟୋଜନ କରିବାରେ ଆପଣଙ୍କୁ ଆନନ୍ଦ ମିଳିବ । ଏହି କାର୍ଯ୍ୟ ଦ୍ୱାରା ଆପଣ ଓ ଆପଣଙ୍କ ପରିବାରର ଲୋକ ବହୁତ ଖୁସି ହେବେ । ଆପଣ ଏହି କାର୍ଯ୍ୟ ପାଇଁ ବହୁତ ବ୍ୟସ୍ତ ରହିବେ ।

ମକର : ଆଜି ଆପଣଙ୍କ ଖୁସିର ଠିକଣା ରହିବ ନାହିଁ । ପରିବାର ଲୋକ କିମ୍ବା ବନ୍ଧୁ ମାନଙ୍କ ସହିତ କୌଣସି ଉତ୍ସବରେ ଯୋଗ ଦେବେ କିମ୍ବା ବାହାରକୁ ବୁଲିବାକୁ ଯିବେ ।

କୁମ୍ଭ : ଘରର ଗୁରୁଜନ ମାନଙ୍କ ସହିତ ସମୟ ବିତାଇବା ଉଚିତ୍ ହେବ । ସେମାନେ ଆପଣଙ୍କୁ କିଛି କୁହନ୍ତୁ ବା ନକୁହନ୍ତୁ ସେମାନେ ମଧ୍ୟ ଆପଣଙ୍କର ସାନିଧ୍ୟ୍ୟ ଆବଶ୍ୟକ କରନ୍ତି ।

ମୀନ : ପରିବାରର କୌଣସି ସଦସ୍ୟ କିମ୍ବା ବନ୍ଧୁ ନିରାଶ କରିପାରେ ଏବଂ ଆପଣଙ୍କ ଆଗରେ କୌଣସି ସମସ୍ୟା ମଧ୍ୟ ସୃଷ୍ଟି ହୋଇପାରେ । ଆପଣଙ୍କର ରାଗି କରି କଥା ହେବା ବଦଳରେ ଭଲହେବ ଯଦି ଆପଣ ତାଙ୍କୁ ସ୍ନେହରେ ବୁଝାଇବେ ।

Get real time updates directly on you device, subscribe now.