fbpx

ଏହି ଗାଁରେ ମାତ୍ର ୮୭ ଟଙ୍କାରେ ମିଳୁଛି ଘର, ଜାଣନ୍ତୁ କିପରି କିଣିବେ

ରୋମ୍: ଦୁନିଆର କୋଣ ଅନୁକୋଣରେ ଜନସଂଖ୍ୟା ବୃଦ୍ଧି କାରଣରୁ ଲୋକମାନଙ୍କ ଜୀବନଯାପନ ଶୈଳୀ ଖୁବ୍ ମହଙ୍ଗ ହୋଇଗଲାଣି । ଘରଟିଏ କିଣିବା ଲୋକମାନଙ୍କୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି । ଏହା ମଧ୍ୟରେ ଇଟାଲୀରେ ଏକ ଗାଁ ରହିଛି ଯେଉଁ ଠାରେ କେବଳ ୧ ୟୁରୋ ଅର୍ଥାତ୍ ୮୭ ଟଙ୍କାରେ ଘର ମିଳୁଛି । ଏହା ସହିତ ମେନ୍ଜା ସହର ଏବେ ରୋମ୍ ର ଲୋଟିୟମ୍ କ୍ଷେତ୍ରରେ ୧ ୟୁରୋରେ ଘର ବିକ୍ରି କରୁଥିବା ପ୍ରଥମ ସହର ହୋଇଯାଇଛି ।

ମିଡିଆ ରିପୋର୍ଟ ମୁତାବକ, ଇଟାଲୀରେ ଚାଲିଥିବା ଏହି ପ୍ରକଳ୍ପର ଦୀର୍ଘମିଆଦି ଲକ୍ଷ୍ୟ ହେଉଛି ଗ୍ରାମଗୁଡିକର ପୁନରୁଦ୍ଧାର ଏବଂ ଦେଶର ଦୁର୍ଗମ ଅଞ୍ଚଳକୁ ପର୍ୟ୍ୟଟନ ଦ୍ୱାରା ଆକର୍ଷିତ କରିବା। ଆଗାମୀ ଦିନରେ ମେନଜା ସହରର ଘର ଗୁଡ଼ିକୁ ବିକ୍ରି ପାଇଁ ରଖାଯିବ । ଘର ବିକ୍ରି ପାଇଁ ଆବେଦନ ଅଗଷ୍ଟ ୨୮ ତାରିଖରେ ବନ୍ଦ ହୋଇଯିବ । ଏହାସହ ଖୁବ୍ ଶୀଘ୍ର କିଣିବା ପ୍ରକିୟା ମଧ୍ୟ ଆରମ୍ଭ ହୋଇଯିବ ।

ଅଧିକାଂଶ ଲୋକ ଇଟାଲୀର ରାଜଧାନୀ ରୋମ୍ ସହର ଉପରେ ଘର ଚାହାନ୍ତି । ଏହା ସେମାନଙ୍କ ପାଇଁ ହେଉଛି ଏକ ଭଲ ବିକଳ୍ପ । ୮୭ ଟଙ୍କାରେ ବିକ୍ରି କରାଯାଉଥିବା ଏହି ଘରଥିବା ଅଞ୍ଚଳ ରୋମ୍ ଠାରୁ ୭୦ କିମି ଦକ୍ଷିଣ-ପୂର୍ବ ପଟରେ ଅବସ୍ଥିତ । ତେବେ ଏହି ଘର କିଣିବା ପାଇଁ କିଛି ସର୍ତ୍ତ ରହିଛି । ଘର ଗୁଡ଼ିକୁ ନବୀକରଣ କରି ରହିବାକୁ ହେବ । ଆଉ ଏହି ନବୀକରଣ କାମ ତିନି ବର୍ଷ ମଧ୍ୟରେ କରିବାକୁ ହେବ । ଏଥିପାଇଁ ସେମାନଙ୍କୁ ୫୦୦୦ ୟୁରୋ ଅର୍ଥାତ୍ ପ୍ରାୟ ୪.୩୫ ଲକ୍ଷ ଟଙ୍କା ଜମା ଗ୍ୟାରେଣ୍ଟି ଭାବରେ ଦେବାକୁ ପଡିବ, ଯାହା ନବୀକରଣ କାର୍ୟ୍ୟ ସମାପ୍ତ ହେବା ପରେ ଫେରସ୍ତ ହେବ ।

 

Get real time updates directly on you device, subscribe now.