fbpx

ଫ୍ରି ଡୋଜର ଅର୍ଥ ଭରଣା ହେବ କିପରି, ଜାଣନ୍ତୁ କଣ୍ଡୋମ ପ୍ରସ୍ତୁତକାରୀ କମ୍ପାନୀର ଟିକାକରଣ ସହିତ କଣ ରହିଛି ଭୂମିକା

ନୂଆଦିଲ୍ଲୀ, ୧୨ା୧ (ଓଡିଶା ଭାସ୍କର): କେନ୍ଦ୍ର ସରକାର କୋଭିଡ ଭ୍ୟାକ୍ସିନ ପ୍ରସ୍ତୁତ କରିବା ପାଇଁ ଦୁଇଟି କମ୍ପାନୀକୁ ଜରୁରୀକାଳୀନ ବ୍ୟବହାର ନିମନ୍ତେ ଅନୁମତି ପ୍ରଦାନ କରିଛନ୍ତି । ସେମାନଙ୍କ ମଧ୍ୟରୁ ଭାରତ ବାୟୋଟେକ କୋଭାକ୍ସିନ ଓ ସିରମ ଇନଷ୍ଟିଚ୍ୟୁଟ କୋଭିସିଲ୍ଡ ଟିକା ପ୍ରସ୍ତୁତ କରିବେ ବୋଲି ସ୍ଥିର ହୋଇଛି । ତେବେ ଏହା ମଧ୍ୟରେ ଟିକାର ଡୋଜ ସଂଖ୍ୟା ସହ ମୂଲ୍ୟ ଧାର୍ଯ୍ୟ ହୋଇସାରିଲାଣି ।

ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଭାରତ ସରକାରଙ୍କୁ ୪.୫ କୋଟି ଟିକା ଯୋଗାଇବ, ଯେଉଁଥିରୁ ୧.୫ କୋଟି ଟିକା ପ୍ରଥମ ପର୍ଯ୍ୟାୟ ଦେବ । ଅପରପକ୍ଷେ ଭାରତ ବାୟୋଟେକ ଆଗାମୀ କିଛି ମାସରେ ୫୫ ଲକ୍ଷ ଟିକା ଯୋଗାଇବ । ସେଥିମଧ୍ୟରୁ ୩୮.୫ ଲକ୍ଷ ପ୍ରଥମ ପର୍ଯ୍ୟାୟରେ ଓ ୧୬.୫ ଲକ୍ଷ ଟିକା ଦ୍ୱିତୀୟ ପର୍ଯ୍ୟାୟରେ ଯୋଗାଇବା ପରେ ପରବର୍ତ୍ତୀ ସମୟରେ ଆଉ ୪୫ ଲକ୍ଷ ଟିକା ଦେବାକୁ ସ୍ଥିର ହୋଇଛି ।

ଏହା ମଧ୍ୟରେ ସରକାରଙ୍କୁ ଫ୍ରି ଡୋଜ ପ୍ରଦାନ କରିବା ପାଇଁ ପାଇଁ ଭାରତ ବାୟୋଟେକ ସହମତି ପ୍ରକାଶ କରିଥିବା ବେଳେ ସିରମ ଇନଷ୍ଟିଚ୍ୟୁଟ ସହିତ କଥାବାର୍ତ୍ତା ଜାରି ରହିଛି । କୋଭିସିଲ୍ଡର ଗୋଟିଏ ଡୋଜର ମୂଲ୍ୟ ୨୨୦ ଟଙ୍କା ରହିଥିବା ବେଳେ କୋଭାକ୍ସିନ ଡୋଜର ମୂଲ୍ୟ ୩୦୯.୫ ଟଙ୍କା ରହିଛି । ରାଜ୍ୟମାନଙ୍କୁ ପ୍ରଥମ ପର୍ଯ୍ୟାୟରେ ଡୋଜ ପାଇଁ ଅର୍ଥ ବହନ କରିବାକୁ ପଡ଼ିବନି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।

ଏହା ମଧ୍ୟରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ସାମନାକୁ ଆସିଛି । ସୂଚନା ଅନୁଯାୟୀ, ସତୁରୀ ଦଶକରେ ହିନ୍ଦୁସ୍ତାନ ଲାଟେକ୍ସ ଲିମିଟେଡ (ଏଚଏଲଏଲ) ନାମକ ଏକ କମ୍ପାନୀ ପରିବାର ନିୟୋଜନ ଯୋଜନାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଥିଲା । ଏହି କମ୍ପାନୀ ଲୋକଙ୍କୁ ନିରୋଧ ବା କଣ୍ଡୋମ ଯୋଗାଣ କରୁଥିବା ଜଣାପଡ଼ିଛି । ଏହି କଣ୍ଡୋମ ପ୍ରସ୍ତୁତକାରୀ କମ୍ପାନୀକୁ ଭାରତ ବାୟୋଟେକ ଓ ସେରମ ଇନଷ୍ଟଚ୍ୟୁଟଠାରୁ ଟିକା କ୍ରୟ କରିବାର ଦାୟିତ୍ୱ ଦିଆଯାଇଛି ।

ତେବେ ଭାରତ ଭଳି ଏକ ବିଶାଳ ଜନସଂଖ୍ୟା ବିଶିଷ୍ଟ ଦେଶରେ ଫ୍ରି ଡୋଜ ପାଇଁ ଅର୍ଥ ଆସିବ କେଉଁଠୁ । ଏକ କଣ୍ଡୋମ କମ୍ପାନୀକୁ ଟିକାକରଣରେ ସାମିଲ କରାଯିବାର କଣ ରହିଛି ଉଦ୍ଦେଶ୍ୟ । ଏନେଇ ଅନେକ ପ୍ରଶ୍ନ ସାମନାକୁ ଆସୁଛି ।

Get real time updates directly on you device, subscribe now.