fbpx

ରାଜ୍ୟ କ୍ୟାବିନେଟରେ କେତେଜଣ ମନ୍ତ୍ରୀ ଦାୟିତ୍ୱ ନେଇପାରିବେ: ସମ୍ବିଧାନର ନିୟମ କ’ଣ କହୁଛି

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ଶପଥ ଗ୍ରହଣ କରିଛନ୍ତି । ଦୀର୍ଘ ୨୪ ବର୍ଷ ଧରି ରାଜ୍ୟକୁ ଏକାକୀ ଶାସନ କରିବା ପରେ ରାଜ୍ୟରେ ଏବେ ପ୍ରଥମ ଥର ଆରମ୍ଭ ହୋଇଛି ବିଜେପି ସରକାର । ଆଜି ରାଜ୍ୟ କ୍ୟାବିନେଟର ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ସାମିଲ ହୋଇଥିଲେ । ଏହି ଅବସରରେ ୮ ଜଣ କ୍ୟାବିନେଟ ମନ୍ତ୍ରୀ ଓ ୫ ଜଣ ରାଷ୍ଟ୍ରମନ୍ତ୍ରୀ ଶପଥ ଗ୍ରହଣ କରିଥିଲେ ।

କ୍ୟାବିନେଟ ମନ୍ତ୍ରୀଭାବେ ସୁରେଶ ପୂଜାରୀ, ରବି ନାଏକ, ନିତ୍ୟାନନ୍ଦ ଗଣ୍ଡ, କୃଷ୍ଣଚନ୍ଦ୍ର ପାତ୍ର, ପୃଥ୍ୱୀରାଜ ହରିଚନ୍ଦନ, ମୁକେଶ ମହାଲିଙ୍ଗ, ବିଭୂତି ଭୂଷଣ ଜେନା, କୃଷ୍ଣଚନ୍ଦ୍ର ମହାପାତ୍ର ଶପଥ ଗ୍ରହଣ କରିଛନ୍ତି । ସେହିପରି ଗଣେଶରାମ ଖୁଣ୍ଟିଆ, ସୂରଜ ସୂର୍ଯ୍ୟବଂଶୀ, ପ୍ରଦୀପ ବଳସାମନ୍ତ, ଗୋକୁଳାନନ୍ଦ ମଲ୍ଲିକ, ସମ୍ପଦ ସ୍ୱାଇଁ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।

ତେବେ ଚଳିତ ନିର୍ବାଚନରେ ବିଜେପିର ମୋଟ ୭୮ ଜଣ ବିଧାୟକ ଜିତିଥିବା ବେଳେ ଆଗକୁ କ୍ୟାବିନେଟ ସମ୍ପ୍ରସାରଣ ହେବାର ସମ୍ଭାବନା ରହିଛି । ଆଉ କିଛି ନୂଆ ଚେହେରାଙ୍କୁ ମୋହନଙ୍କ କ୍ୟାବିନେଟରେ ସ୍ଥାନ ମିଳିପାରେ । ତେଣୁ ଏପରି ସ୍ଥିତିରେ କେତେଜଣ ମନ୍ତ୍ରୀ କ୍ୟାବିନେଟରେ ସ୍ଥାନ ପାଇ ପାରିବେ ସେନେଇ ପ୍ରଶ୍ନ ମନକୁ ଆସିବା ସ୍ୱାଭାବିକ । ଭାରତୀୟ ସମ୍ବିଧାର ୯୧ତମ ସଂଶୋଧନ ୨୦୦୪ରୁ କାର୍ଯ୍ୟକାରୀ ହୋଇଥିବା ବେଳେ ସେଥିରେ ଅନୁଚ୍ଛେଦ ୭୫ରେ ଖଣ୍ଡ ୧(ଏ)କୁ ଯୋଡ଼ା ଯାଇଥିଲା । ଲୋକସଭା ଓ ରାଜ୍ୟସଭାର ମୋଟ ସଦସ୍ୟ ସଂଖ୍ୟାର ୧୫ ପ୍ରତିଶତରୁ ଅଧିକ ଜଣ କେନ୍ଦ୍ର ଓ ରାଜ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇ ପାରିବେ ନାହିଁ । ସେହି ହିସାବରେ ରାଜ୍ୟ ବିଧାନସଭାର ମୋଟ ସଦସ୍ୟ ସଂଖ୍ୟା ୧୪୭ ହୋଇଥିବା ବେଳେ ତା’ର ୧୫ ପ୍ରତିଶତ ଅର୍ଥାତ ୨୨ ଜଣରୁ ଅଧିକ ଜଣ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇ ପାରିବେ ନାହିଁ ।

Get real time updates directly on you device, subscribe now.