ନୂଆଦିଲ୍ଲୀ: ଦେଶରେ ସର୍ବୋଚ୍ଚ ନ୍ୟାୟାଳୟର ଜଜ୍ ମାନଙ୍କ ଦରମା ସମ୍ପର୍କରେ ଖୁବ୍ କମ୍ ଲୋକ ଜାଣିଥିବେ । ସୁପ୍ରିମକୋର୍ଟର ଜଜ୍ ମାନଙ୍କୁ ଦରମା ସହିତ ଅନେକ ପ୍ରକାରର ସୁବିଧା ସରକାରଙ୍କ ତରଫରୁ ପ୍ରଦାନ କରାଯାଇଥାଏ । ବର୍ତ୍ତମାନ ସୁପ୍ରିମକୋର୍ଟର ମୁଖ୍ୟ ନ୍ୟାୟାଧୀଶ ଜଷ୍ଟିସ୍ ରମନାଙ୍କୁ ସବୁ ପ୍ରକାରର ସୁବିଧା ଦିଆଯାଉଛି । ଚିଫ୍ ଜଷ୍ଟିସ୍ ଙ୍କ ବ୍ୟତୀତ ଅନ୍ୟ ଜଜ୍ ମାନଙ୍କୁ ବି ସରକାରଙ୍କ ପକ୍ଷରୁ ଅନେକ ସୁବିଧା ଦିଆଯାଉଛି । ତେବେ ଆଜି ଆମେ ଏହି ମହତ୍ତ୍ୱପୂର୍ଣ୍ଣ କଥା ସମ୍ପର୍କରେ ଆପଣ ମାନଙ୍କୁ ଜଣାଇବୁ ।
କେତେ ହୋଇଥାଏ ଜଜ୍ ମାନଙ୍କ ଦରମା
ଦେଶର ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତିଙ୍କୁ ଆଇନ ମନ୍ତ୍ରାଳୟ ପକ୍ଷରୁ ଦରମା ଦିଆଯାଇଥାଏ । ଏବେ ତାଙ୍କ ଦରମା ୨ ଲକ୍ଷ ୮୦ ହଜାର ରହିଛି । ଚିଫ୍ ଜଷ୍ଟିସ୍ ଙ୍କ ବ୍ୟତୀତ ଅନ୍ୟ ଜଜ୍ ମାନଙ୍କୁ ଦରମା ୨ଲକ୍ଷ ୫୦ ହଜାର ପ୍ରତି ମାସରେ ଦିଆଯାଉଛି ।
ଦରମା ବ୍ୟତୀତ କଣ ମିଳେ ସୁବିଧା
୨ ଲକ୍ଷ ୮୦ ହଜାର ଟଙ୍କା ଦରମା ବ୍ୟତୀତ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କୁ ଅନେକ ସୁବିଧା ଦିଆଯାଇଥାଏ । ସେମାନଙ୍କୁ ରହିବାକୁ ସରକାର ଏକ ଆବାସ ଯୋଗାଇ ଦିଆଯାଏ। ଏହା ବ୍ୟତୀତ କାର, ସୁରକ୍ଷା କର୍ମୀ, କର୍ମଚାରୀ ଏବଂ ସେମାନଙ୍କ ବାସଭବନ ପାଇଁ ବିଦ୍ୟୁତ୍ ମୂଲ୍ୟ ସମେତ ସରକାରୀ ସୁବିଧା ପ୍ରଦାନ କରାଯାଏ । ଏସବୁ ବ୍ୟତୀତ ପ୍ରଧାନ ବିଚାରପତିଙ୍କୁ ୪୫,୦୦୦ ଟଙ୍କା ଆତିଥ୍ୟ ଭତ୍ତା ମଧ୍ୟ ଦିଆଯାଏ । ଏତଦ୍ ବ୍ୟତୀତ, ଯେତେବେଳେ ସିଜେଆଇ ଅବସର ନିଅନ୍ତି ସେହି ସମୟରେ ତାଙ୍କୁ ବାର୍ଷିକ ୧୬.୮୦ ଲକ୍ଷ ଟଙ୍କା ପେନସନ୍ ମଧ୍ୟ ଦିଆଯାଏ ।