fbpx

ପ୍ରତି ମାସରେ ୧୫ ହଜାର ରୋଜଗାର ପାଇଁ YouTubeରେ କେତେ ସବସ୍କ୍ରାଇବର ହେବା ଜରୁରୀ? ଜାଣନ୍ତୁ ଉତ୍ତର

Advertisement

ନୂଆଦିଲ୍ଲୀ: ୟୁଟ୍ୟୁବରେ ଟଙ୍କା ରୋଜଗାର କରିବା ପାଇଁ ପ୍ରଥମେ ମୋନେଟାଇଜ୍ (Monetise) ଅପସନ୍ ଆରମ୍ଭ ହେବା ଆବଶ୍ୟକ । ଏହାକୁ ଆରମ୍ଭ କରିବା ପାଇଁ ଆପଣଙ୍କ ପାଖରେ ଅତିକମରେ ୧୦୦୦ ସବସ୍କ୍ରାଇବର ଏବଂ ୪,୦୦୦ Public Hour ରହିବା ଆବଶ୍ୟକ । ଏହା ପରେ ହିଁ ଗୁଗୁଲ ଆପଣଙ୍କୁ ବିଜ୍ଞାପନ ମାଧ୍ୟମରେ ଟଙ୍କା ଦେବା ଆରମ୍ଭ କରିବ ।

ୟୁଟ୍ୟୁବ୍ ମାଧ୍ୟମରେ ଟଙ୍କା ରୋଜଗାର କରିବାକୁ ଆପଣ ୧୦୦୦ ସବସ୍କ୍ରାଇବର ଏବଂ ୪,୦୦୦ Public Hour ସ୍ଥିତିରେ ୟୁଟ୍ୟୁବ୍ ଷ୍ଟୁଡିଓ ଯାଇ ଦେଖିପାରିବେ । ଏଥିରେ ଆପଣ ନିଜ ଆକାଉଣ୍ଟରେ ବ୍ରାଉଜର୍ ମାଧ୍ୟମରେ କିମ୍ବା ଆପ୍ ଡାଉନଲୋଡ୍ କରି ମଧ୍ୟ ଆକସେସ୍ କରିପାରିବେ ।

ଏହି ଫିଚର ଆରମ୍ଭ ହେବା ପରେ ଆପଣଙ୍କୁ ଆପଣଙ୍କ ଭିଡିଓରେ Views ହିସାବରେ ଟଙ୍କା ମିଳିବ । ଅର୍ଥାତ୍ ଯେତେ ଅଧିକ ଲୋକ ଦେଖିବେ, ସେତେ ଟଙ୍କା ଆପଣଙ୍କୁ ମିଳିବ । ଏଥିରେ ଆପଣଙ୍କ ସବସ୍କ୍ରାଇବର କେତେ ଅଛନ୍ତି, ସେଥିରେ କିଛି ଫରକ୍ ପଡ଼ିବ ନାହିଁ । ଯଦି ଆପଣଙ୍କର ଭିଡିଓରେ ଭଲ Views ଅଛି ଓ ଗୁଗୁଲର ବିଜ୍ଞାପନ ରହିଛି, ତେବେ ଆପଣ ଟଙ୍କା ପାଇବା ଆରମ୍ଭ କରିବେ ।

ଯଦି ଉପଭୋକ୍ତାମାନେ ଲୋକମାନଙ୍କୁ ଭଲ ବିଷୟବସ୍ତୁ ପ୍ରଦାନ କରନ୍ତି ଏବଂ ଏହାକୁ ଲାଗାତାର ଭାବରେ ପ୍ରଦାନ କରନ୍ତି, ତେବେ ମାସକୁ ୧୫ ହଜାରରୁ ଅଧିକ ଟଙ୍କା ରୋଜଗାର ଅତି ସହଜରେ କରିପାରିବେ । କିନ୍ତୁ ଭିଡିଓର ବିଷୟବସ୍ତୁରେ ‘ଦମ୍’ ରହିବା ଉଚିତ୍ ।

Get real time updates directly on you device, subscribe now.